/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725526732.jpg)
Aadhaar Card
୧୦ ବର୍ଷ କିମ୍ବା ଏହା ପୂର୍ବରୁ ଆଧାର କାର୍ଡ କରିଥିଲେ କି ? ଯଦି ଏହି ୧୦ ବର୍ଷ ଭିତରେ ଅପଡେଟ କରିନାହାନ୍ତି ତେବେ ଏହାକୁ ଅପଡେଟ କରିବା ଜରୁରୀ। ଏଥିପାଇଁ ପରଚୟ ପ୍ରମାଣ ଓ ଠିକଣାର ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ ।
ମାଗଣାରେ ଆଧାର ଅପଡେଟ ପାଇଁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ବା UIDAI ପକ୍ଷରୁ ଚଳିତମାସ ୧୪ ତାରିଖ ଶେଷ ତାରିଖ ରଖାଯାଇଛି । ଡେଡ୍ ଲାଇନ ସରିବା ପରେ UIDAI ପକ୍ଷରୁ ଆଧାର ଅପଡେଟ କରିବା ପାଇଁ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ ।
ଏପଟେ ଆଧାର ପାଇଁ ରାସ୍ତାରୋକ। ଆଧାର ସଂଶୋଧନ ପାଇଁ ଟୋକନ୍ ନ ମିଳିବାରୁ ତାତିଲେ ଲୋକ। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଛକରେ NH-୫୭ ଅବରୋଧ କରିଛନ୍ତି। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, ୩ ଦିନ ହେଲା ଧାଡ଼ିରେ ଛିଡ଼ା ହୋଇ ଟୋକନ ମିଳୁନାହିଁ। ଅନେକ ହଇରାଣ ହେବା ପରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ। ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଛି।
ତେବେ ଆଧାର ଅପଡେଟ୍ ପାଇଁ ଭୋଗରାଇ ଉପଡାକଘର ଆଗରେ ହିତାଧିକାରୀଙ୍କ ଲମ୍ବା ଲାଇନ୍ ଲାଗିଛି। ମହିଳା, ପୁରୁଷଙ୍କ ସମେତ ବୟସ୍କ ଓ ପିଲାମାନେ ମଧ୍ୟ ଟୋକନ୍ ପାଇଁ ଲାଇନରେ ଠିଆ ହେଉଥିବା ଦେଖିବାକୁ ମିଳିଛି। ଏପରିକି ଗତ ରାତିରୁ ଆସି ଲାଇନରେ ରହୁଛନ୍ତି ଲୋକ। ସୁଭଦ୍ରା ଯୋଜନାରେ ଯେତେବେଳେ ବି ଫର୍ମ ଦାଖଲ କରି ହେବ, ଏଥିପାଇଁ ଶେଷ ତାରିଖ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅପିଲ୍ ପରେ ବି ଶୁଣିବା ମୁଡରେ ନାହାନ୍ତି ହିତାଧିକାରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)