Advertisment

ଟ୍ୱିଟର ବଦଳାଇଲା ନିୟମ: ଏଣିକି ଅଳ୍ପ ନୁହେଁ, ଅଧିକ ଲେଖିବେ ଅକ୍ଷର

Textକୁ BOLD ଓ ITALICରେ ରଖିପାରିବେ।

ଅଦ୍ୟତନ ହୋଇଛି
Twitter Increases Character Limit To 10000 For Twitter Blue Users

Twitter increases character limit for 'Blue' users to 10,000

Advertisment

ଏଲନ୍‌ ମସ୍କଙ୍କ ହାତକୁ ଟ୍ୱିଟର୍‌ ଆସିବା ପରେ ଏହି ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ଆସିଛି। ଆଉ ଏବେ ପ୍ଲାଟଫର୍ମରେ ପୁଣି ଆସିଛି ପରିବର୍ତ୍ତନ। ଟ୍ୱିଟରରେ ଟ୍ୱିଟ୍‌ କରିବାକୁ କ୍ୟାରକ୍ଟର ଏବେ ୧୦ ହଜାର ଛୁଇଁଛି। ଏଇ ନୂଆ ଫର୍ମାଟରେ କ୍ୟାରକ୍ଟର ବଢାଇବା ସହ ଅକ୍ଷରକୁ ନେଇ ଅପ୍ସନ ରଖାଯାଇଛି। Textକୁ BOLD ଓ ITALICରେ ରଖିପାରିବେ।     

Advertisment

ଟ୍ୱିଟରର ଘୋଷଣା ଅନୁସାରେ, ଏହି ପ୍ଲାଟଫର୍ମରେ ଲେଖିବା ଓ ପଢିବା ଅନୁଭୂତିକୁ ଅଧିକ ତ୍ୱରାନ୍ୱିତ କରାଯାଉଛି। ଏହାସହ ସର୍ବାଧିକ character ୧୦ ହଜାର ରଖାଯାଇଛି। ୟୁଜର ଚାହିଁଲେ ସେମାନଙ୍କ ପୋଷ୍ଟରେ   BOLD ଓ ITALICରେ ଲେଖିପାରିବେ। ହେଲେ ସବୁ ୟୁଜରଙ୍କ ପାଇଁ ଏହା ରହିନାହିଁ। କେବଳ ବ୍ଲୁ ଟିକ୍‌ ମାର୍କ ଥିବା ୟୁଜର ଏହି ସୁବିଧା ପାଇପାରିବେ। ନୂଆ ଫିଚର୍ ଅନୁସାରେ ସେମାନଙ୍କ ଆକାଉଣ୍ଟ subscriptionsକୁ Enable କରିପାରିବେ। ଯାହା ଟ୍ୱିଟରରେ ସିଧାସଳଖ ରୋଜଗାର କରିବାପାରିବେ।

ଅଧିକ ପଢ଼ନ୍ତୁ: ଟ୍ୱିଟର୍‌କୁ ଫେରିଲା ନୀଳପକ୍ଷୀ : ଡଗିକୁ ଗାୟବ୍‌ କରିଦେଲେ ଏଲନ୍

ତେବେ ଟ୍ୱିଟରରେ character ବୃଦ୍ଧି ପାଇବା ଏହା ପ୍ରଥମଥର ନୁହେଁ। ୨୦୧୭ରେ କମ୍ପାନୀ ୧୪୦ରୁ ୨୮୦ characterକୁ ବର୍ଦ୍ଧିତ କରାଯାଇଥିଲା। ଘୋଷାଣା କରାଯିବାର ମାସକ ପରେ ୧୦ ହଜାର କରାଯିବ ବୋଲି ଏଲନ ମସ୍କ କହିଥିଲେ।  

Advertisment

ଏହାଦ୍ୱାରା ୟୁଜର ସେମାନଙ୍କ ଭାବନା, ଅନୁଭୂତି କୁ ଏହି ପ୍ଲାଟ୍‌ଫର୍ମରେ ରଖିପାରିବେ। ବର୍ତ୍ତମାନ ଟ୍ୱିଟରରେ ଥିବା 'Super Follows'କୁ ପରିବର୍ତ୍ତନ କରାଯାଇ 'Subscriptions', ରଖାଯିବା ପାଇଁ ପ୍ରକ୍ରିୟା ଚାଲିଛି। ତେବେ settingsକୁ ଯାଇ 'Monetization' ଅପ୍ସନକୁ ସିଲେକ୍ଟ କରି subscriptionsକୁ ଆକ୍ଟିଭ କରିପାରିବା। 

Twitter Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ