• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ୱିଟରରେ ପୁଣି ଉଡ଼ିଲା ନୀଳପକ୍ଷୀ । ମାତ୍ର ୩ ଦିନ ବ୍ୟବଧାନରେ ନୀଳ ପକ୍ଷୀ ଫେରି ଆସିଥିବା ବେଳେ ଗାଏବ ହୋଇଗଲା ଡଗି । ଗତ ୪ ତାରିଖ ମଧ୍ୟ ରାତ୍ରିରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରର ଲୋଗୋରୁ ନୀଳ ପକ୍ଷୀକୁ ହଟାଇ ତାହା ସ୍ଥାନରେ ଡଗିକୁ ବସାଇ ଦିଆଯାଇଥିଲା । ମାତ୍ର ଆଜି ସକାଳେ ପୁଣି ଥରେ ଦେଖିବାକୁ ମିଳିଛି ପୁରୁଣା ନୀଳ ପକ୍ଷୀ ।

ଟ୍ୱିଟର ଲୋଗୋ ପରିବର୍ତ୍ତନ ପରେ କ୍ରିପ୍ଟୋକରେନ୍ସି Dogecoin ପ୍ରଭାବିତ କରିଛି । ଟ୍ୱିଟରରେ ନୀଳ ପକ୍ଷୀର ଉଡ଼ାଣ ପରେ Dogecoin Price ଅପେକ୍ଷାକୃତ ଭାବରେ କମିଯାଇଛି । Dogecoinର ମୂଲ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ପାଇଛି । କାରଣ ଟ୍ୱିଟରର ଲୋଗୋ ପରିବର୍ତ୍ତନ ପରେ ଅହେତୁକ ଭାବରେ Dogecoinର ମୂଲ୍ୟ ବଢ଼ିଯାଇଥିଲା ।

ଏଲନ୍‌ ମସ୍କ ଗତ ଫେବୃଆରୀରେ ଏକ କୁକୁର ଫଟୋ ଶେଆର କରି ନୂତନ ବସ୍ ଅଦ୍ଭୁତ ବୋଲି ଲେଖିଥିଲେ। ସେବେଠାରୁ ଟ୍ୱିଟରରେ କିଛି ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଥିଲା । ଏହାପରେ ହଠାତ୍‌ ୪ ତାରିଖ ଟ୍ୱିଟରର ଲୋଗୋ ବଦଳି ଯାଇଥିବା ଦେଖିବାକୁ ମିଳିଥିଲା ।

ଟେସଲା ଏବଂ ଟ୍ୱିଟରର ମାଲିକ ଏଲୋନ୍ ମସ୍କ କ୍ରିପ୍ଟୋକରେନ୍ସିର ଜଣେ ବଡ଼ ସମର୍ଥକ । Dogecoin ହେଉଛି ତାଙ୍କର ପ୍ରିୟ କ୍ରିପ୍ଟୋ ମୁଦ୍ରା । ହେଲେ ମସ୍କଙ୍କ କାର୍ଯ୍ୟକଳାପ ହେତୁ Dogecoinର ମୂଲ୍ୟରେ ଅନେକ ଥର ପରିବର୍ତ୍ତନ ଆସିଛି । ଡିସେମ୍ବର ୨୦୨୧ରେ ଟେସଲା ପକ୍ଷରୁ କୁହାଯାଇଥିଲା, Dogecoinକୁ ବାଣିଜ୍ୟିକ ନେଣଦେଶ ପାଇଁ ଗ୍ରହଣ କରାଯିବ । ଆଉ ଏହି ଘୋଷଣା ପରେ କ୍ରିପ୍ଟୋକରେନ୍ସିର ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଥିଲା ।