/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688662511.jpg)
electricity bill
ବର୍ତ୍ତମାନର ସମୟରେ ପ୍ରାୟ ସମସ୍ତଙ୍କ ଘରେ AC ରହିଛି । ଗରମରୁ ଟିକିଏ ରକ୍ଷା ପାଇବାକୁ ସହରଠୁ ଗାଁ ସବୁଠି AC ବ୍ୟବହାର କରାଗଲାଣି । ହେଲେ ସାଧରଣତଃ AC ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍ ବିଲ୍ ଅଧିକ ଆସିଥାଏ ବୋଲି ସମସ୍ତେ ଜାଣଥା’ନ୍ତି । ସେଥିପାଇଁ କିଛି ଲୋକ AC ଅଳ୍ପ ବ୍ୟବହାର କରିଥା’ନ୍ତି । ହେଲେ ଆପଣ ଜାଣନ୍ତି କି ? କ’ଣ କରିବା ଦ୍ୱାରା ACର ବିଲ୍ କମ୍ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ...
୧. ଆବଶ୍ୟକ ଅନୁସାରେ AC ବ୍ୟବହାର କରନ୍ତୁ
ନିଜର ଆବଶ୍ୟକ ଅନୁସାରେ ସବୁବେଳେ AC ବ୍ୟବହାର କରନ୍ତୁ । ଅନ୍ୟ ସମୟରେ ଘରର ACକୁ ବନ୍ଦ ରଖନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ବିଲ୍ କମ୍ ଆସିପାରିବ ।
୨. AC ଫିଲ୍ଟର ସଫା ରଖନ୍ତୁ
ଆପଣଙ୍କ ଘର ହେଉ କିମ୍ବା ଅଫିସରେ ବ୍ୟବହାର କରାଯାଉଥିବା ACର ଫିଲ୍ଟକୁ ଠିକ୍ ସମୟରେ ସଫା କରନ୍ତୁ ଏବଂ କିଛି ବି ସମସ୍ୟା ଦେଖାଦେଲେ ତୁରନ୍ତ ତା’ର ମରାମତି କରାଇନିଅନ୍ତୁ ।
୩. ACର ତାପମାତ୍ରା ଉପରେ ଧ୍ୟାନ ଦିଅନ୍ତୁ
ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ACର ତାପମାତ୍ରା ଉପରେ ଧ୍ୟାନ ଦିଅନ୍ତୁ । ୪୦ରୁ ୪୫ ଡିଗ୍ରୀ ତାପମାତ୍ରା ଥିବାବେଳେ ୧୬ରୁ ୨୦ ଡିଗ୍ରୀ ମଧ୍ୟରେ AC ତାପମାତ୍ରା ରଖନ୍ତୁ ।
୪. ACକୁ ସିଧାସଳଖ ସୂର୍ଯ୍ୟ କିରଣ ଠାରୁ ଦୂରରେ ରଖନ୍ତୁ
ଆପଣ ବ୍ୟବହାର କରୁଥିବା ACକୁ ସିଧାସଳଖ ସୂର୍ଯ୍ୟ କିରଣ ଠାରୁ ଦୂରରେ ରଖନ୍ତୁ । କାରଣ ACକୁ ସଠିକ୍ ସ୍ଥାନରେ ରଖିବା ଦ୍ୱାରା ଆପଣ ଏହାର ଫାଇଦା ପାଇପାରିବେ ।
୫. AC ଥିବା ଘରର କୋଠରିକୁ ବନ୍ଦ ରଖନ୍ତୁ
AC ରହିଥିବା ଘରର କୋଠରିକୁ ବନ୍ଦ ରଖିବା ସହ ସମସ୍ତ ଖୋଲା ସ୍ଥାନକୁ ସିଲ୍ କରନ୍ତୁ । ରୁମ୍କୁ ବନ୍ଦ କରିବା ଦ୍ୱାରା ଆପଣଙ୍କ ଘର ଅଧିକ ସମୟ ଯାଏଁ ଥଣ୍ଡା ରହିପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)