• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାଞ୍ଚ ଦିନ ଧରି ହାଇଡ୍ରାମା । ପ୍ରଥମେ ବହିଷ୍କାର ପୁଣି ପ୍ରତ୍ୟାବର୍ତ୍ତନ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଓପନ AI କୁ ଫେରିବେ ସାମ ଅଲ୍ଟମ୍ୟାନ । ଏନେଇ କମ୍ପାନୀ ପକ୍ଷରୁ ସୁନିଶ୍ଚିତ କରା ଯାଇଛି । ଚାଟ୍ ଜିପିଟିର ମୂଳ କମ୍ପାନୀ ଓପନ AI କୁ କିଛିଦିନ ପୂର୍ବେ ସାମଙ୍କୁ ବାହାର କରି ଦିଆ ଯାଇଥିଲା । ପରେ ପରେ ଗ୍ରେଗ୍ ବ୍ରୋକମ୍ୟାନ ମଧ୍ୟ ଇସ୍ତଫା ଦେଇଥିଲେ । କିନ୍ତୁ ବର୍ତ୍ତମାନ ଉଭୟଙ୍କର ଫେରିବାର ରାସ୍ତା ସଫା ହୋଇ ଯାଇଛି ।

ଓପନ AI ର ସହ ପ୍ରତିଷ୍ଠାତା ସାମଙ୍କୁ ଫେରାଇ ଆଣିବା ପାଇଁ କମ୍ପାନୀ ତରଫରୁ ଏକ ନୂଆ ବୋର୍ଡର ଗଠନ କରାଯାଇଛି । ସାମ ସିଇଓ ଓ ଗ୍ରେଗ ସଭାପତି ଭାବେ ଫେରିବେ । ପୂର୍ବ ବୋର୍ଡ ସାମଙ୍କୁ ଗତ ଶନିବାର ଦିନ କମ୍ପାନୀରୁ ବହିଷ୍କାର କରିଥିଲା । ତେବେ ବର୍ତ୍ତମାନ କମ୍ପାନୀ ତରଫରୁ ପ୍ରକାଶ କରା ଯାଇଛି ଯେ, ଅନ୍ୟମ୍ୟାନଙ୍କୁ ଫେରାଇ ଆଣିବା ପାଇଁ ବ୍ରେଟ ଟେଲର୍, ଲ୍ୟାରୀ ସମର୍ସ ଓ ଡି ଏଞ୍ଜେଲାଙ୍କୁ ନେଇ ଏକ ବୋର୍ଡ ଗଠନ କରା ଯାଇଛି ।

ଗତ ଶନିବାର ଦିନ ସାମଙ୍କୁ ହଟାଯିବା ଫଳରେ ଓପନ AI ର ଶହ ଶହ କର୍ମଚାରୀ ଆନ୍ଦୋଳନ କରିଥିଲେ । ସାମ ନଫେରିଲେ କମ୍ପାନୀ ଛାଡ଼ି ଦେବେ ବୋଲି ଧମକ ଦେଇଥିଲେ ।

ଅନ୍ୟପଟେ ଅଲ୍ଟମ୍ୟାନ ଏନେଇ ଖୁସି ବ୍ୟକ୍ତ କରିଛନ୍ତି । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ X ରେ ପୋଷ୍ଟ କରିଛନ୍ତି, ମାଇକ୍ରୋସଫ୍ଟରେ ଯୋଗ ଦେବା ପାଇଁ ସେ ସ୍ଥିର କରି ସାରିଥିଲେ । କିନ୍ତୁ ପରେ ତାଙ୍କୁ ପୁରୁଣା କମ୍ପାନୀକୁ ଫେରାଇ ଆଣିବା ପାଇଁ ପ୍ରୟାସ ହେଉଥିବା ସେ ଜାଣିଥିଲେ । ଏହା ତାଙ୍କୁ ଉତ୍ସାହିତ କରିଥିଲା । ସେ ଓପନ AI କମ୍ପାନୀକୁ ଭଲ ପାଉଥିବା କଥା ମଧ୍ୟ ନିଜ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।