/odishatv-khabar/media/post_attachments/uploadimage/library/16_9/16_9_0/robot_1755424052.jpg)
robot
ଚୀନ୍ର ବୈଜ୍ଞାନିକମାନେ ଏକ ଏଭଳି ରୋବୋଟ ଉପରେ କାମ କରୁଛନ୍ତି, ଯାହା ମାନବ ଶିଶୁକୁ ଜନ୍ମ ଦେଇପାରିବ। ଏହାର ପ୍ରୋଟୋଟାଇପ୍ ୨୦୨୬ ମସିହାରେ ଲଞ୍ଚ ହେବାର ଆଶା କରାଯାଉଛି। ଏହି ପ୍ରଯୁକ୍ତି ବନ୍ଧ୍ୟା ଦମ୍ପତି କିମ୍ବା ଯେଉଁମାନେ ଜୈବିକ ଗର୍ଭଧାରଣ କରିବାକୁ ଚାହୁଁ ନାହାନ୍ତି, ସେମାନଙ୍କୁ ସାହାଯ୍ୟ କରିପାରେ।ଚୀନ୍ର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ “ଜେଷ୍ଟେସନ ରୋବୋଟ” ଉପରେ କାମ କରୁଛନ୍ତି । ତାହା ଜୀବନ୍ତ ଶିଶୁକୁ ଜନ୍ମ ଦେଇପାରିବ।
ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ ଏହି ପ୍ରଯୁକ୍ତି ଗର୍ଭଧାରଣରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ଗର୍ଭାବସ୍ଥାର ଅନୁକରଣ କରିବ। ଭୃଣ ଏକ କୃତ୍ରିମ ଗର୍ଭାଶୟରେ ବିକଶିତ ହେବ ଏବଂ ଏକ ନଳୀ ମାଧ୍ୟମରେ ପୋଷଣ ପାଇବ। ତେବେ, ବୈଜ୍ଞାନିକମାନେ ଡିମ୍ବାଣୁ ଓ ଶୁକ୍ରାଣୁର ଫର୍ଟିଲାଇଜେସନ କିପରି ହେବ ତାହା ସ୍ପଷ୍ଟ କରିନାହାନ୍ତି।
ଏହି ରୋବୋଟର ବିକାଶ ଗୁଆଙ୍ଗଝୌ ସ୍ଥିତ କାଇୱା ଟେକ୍ନୋଲୋଜି ଦ୍ୱାରା କରାଯାଉଛି । ଏହାର ନେତୃତ୍ୱ ନେଇଛନ୍ତି ସିଙ୍ଗାପୁରର ନାନୟାଙ୍ଗ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଡକ୍ଟର ଝାଙ୍ଗ କ୍ୟୁଫେଙ୍ଗ । ଯଦି ଏହି ପ୍ରଯୁକ୍ତି ସଫଳ ହୁଏ, ତେବେ ଏହା ବନ୍ଧ୍ୟା ଦମ୍ପତି କିମ୍ବା ଜୈବିକ ଗର୍ଭଧାରଣ ନଚାହୁଁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରିବ।ଡକ୍ଟର ଝାଙ୍ଗ ଦାବି କରିଛନ୍ତି ଯେ ଏହି ପ୍ରଯୁକ୍ତି ଏକ “ପରିପକ୍ୱ ଅବସ୍ଥା”ରେ ପହଞ୍ଚିଛି।
ସେ ଆହୁରି କହିଛନ୍ତି, “ଏବେ ଏହାକୁ ରୋବୋଟର ପେଟରେ ପ୍ରତିରୋପଣ କରିବା ଆବଶ୍ୟକ, ଯାହା ଦ୍ୱାରା ଏକ ବାସ୍ତବ ବ୍ୟକ୍ତି ଏବଂ ରୋବୋଟ ଏକତ୍ର ଗର୍ଭଧାରଣ କରିପାରିବେ ଏବଂ ଭୃଣକୁ ଭିତରେ ବିକାଶ କରିବାକୁ ଦେଇପାରିବେ।”ଏହି ରୋବୋଟର ପ୍ରୋଟୋଟାଇପ୍ ୨୦୨୬ରେ ଲଞ୍ଚ ହେବାର ଆଶା କରାଯାଉଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦୦,୦୦୦ ଯୁଆନ (ପ୍ରାୟ ୧୪,୦୦୦ ଆମେରିକୀୟ ଡଲାର) ହେବ।ଏହି ପ୍ରଯୁକ୍ତି ନୈତିକ ପ୍ରଭାବ ସମ୍ପର୍କରେ ବିତର୍କ ସୃଷ୍ଟି କରିଛି । ଯେଉଁଥିରେ ଭୃଣ-ମାତା ସମ୍ପର୍କ, ଡିମ୍ବାଣୁ ଓ ଶୁକ୍ରାଣୁର ଉତ୍ସ ଏବଂ ଶିଶୁ ଉପରେ ମାନସିକ ପ୍ରଭାବ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି ।
ଏହା ସତ୍ତ୍ୱେ ଏହି ପ୍ରଯୁକ୍ତି ପ୍ରଜନନ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ ବନ୍ଧ୍ୟାତ୍ୱ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ପାଇଁ ନୂଆ ବିକଳ୍ପ ଯୋଗାଇବ । ଏହା ବିଶ୍ୱବ୍ୟାପୀ ପ୍ରାୟ ୧୫ ପ୍ରତିଶତ ଦମ୍ପତିଙ୍କୁ ପ୍ରଭାବିତ କରୁଛି।ଏହି ଧାରଣା ବର୍ତ୍ତମାନର କୃତ୍ରିମ ଗର୍ଭାଶୟ ଗବେଷଣା ଉପରେ ଆଧାରିତ । ଏଥିରେ ୨୦୧୭ରେ ହୋଇଥିବା ଏକ ପରୀକ୍ଷଣ ଅନ୍ତର୍ଭୁକ୍ତ ହୋଇଛି । ଯେଉଁଥିରେ ଅକାଳ ଜନ୍ମ ହୋଇଥିବା ମେଣ୍ଢାଶିଶୁମାନଙ୍କୁ ସିନ୍ଥେଟିକ ଆମ୍ନିଓଟିକ ତରଳ ଭର୍ତ୍ତି “ବାୟୋବ୍ୟାଗ”ରେ ରଖାଯାଇ ବିକାଶ କରାଯାଇଥିଲା।ରିପୋର୍ଟ ଅନୁଯାୟୀ, ଡକ୍ଟର ଝାଙ୍ଗଙ୍କ ଦଳ ଏହି ପ୍ରଯୁକ୍ତି ସହ ଜଡ଼ିତ ଆଇନଗତ ଓ ନୈତିକ ପ୍ରଶ୍ନର ସମାଧାନ ପାଇଁ ଗୁଆଙ୍ଗଡ଼ଙ୍ଗ ପ୍ରଦେଶର ଅଧିକାରୀଙ୍କ ସହ ନୀତି ଓ ଆଇନ ସମ୍ପର୍କରେ ଆଲୋଚନା କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)