Advertisment

AI Avatar: ସାଂସଦ ହେଲେ ହାଇଟେକ, ତିଆରି କଲେ ନିଜର AI ଅବତାର

ଜଣେ ସାଂସଦ ନିଜର AI ଅବତାର ତିଆରି କରିଛନ୍ତି । ସିଏ ଲୋକଙ୍କ ସହ ତାଙ୍କ ସ୍ୱରରେ ହିଁ କଥାବାର୍ତ୍ତା କରିବ ଏବଂ ସେମାନଙ୍କ ସମସ୍ୟା ଶୁଣିବ। କିନ୍ତୁ, ବିଶେଷଜ୍ଞମାନେ କହୁଛନ୍ତି ଯେ ନେତାଙ୍କ ଉପରେ ଲୋକଙ୍କ ଭରସା ଆଗରୁ ହିଁ କମ୍ ଅଛି । ଏହି ଟେକ୍ନୋଲୋଜି ନେତା ଓ ଜନତାଙ୍କ ମଧ୍ୟରେ ଦୂରତା ଆହୁରି ବଢ଼ାଇଦେବ।

author-image
Tapan Kumar Swain
AI Avtar

AI Avtar

AI ବିଭିନ୍ନ କ୍ଷେତ୍ରରେ ପ୍ରବେଶ କରିସାରିଛି । ଏବେ ରାଜନୀତି କ୍ଷେତ୍ର ମଧ୍ୟ ଏଥିରୁ ଅଛୁଆଁ ହୋଇ ରହିନାହିଁ। ଜଣେ ସାଂସଦ ନିଜର AI ବଟ ତିଆରି କରିଛନ୍ତି । ଏହା ମାଧ୍ୟମରେ ଲୋକେ ସେମାନଙ୍କ ସମସ୍ୟା ପଠାଇପାରିବେ । ଏହି AI ଅବତାର କେବଳ ଲୋକଙ୍କ ସମସ୍ୟା ଶୁଣିବ ନାହିଁ, ବରଂ ସାଂସଦଙ୍କ ସ୍ୱରରେ ହିଁ ଭୋଟରମାନଙ୍କ ସହ କଥାବାର୍ତ୍ତା କରିବ।

Advertisment

ଏହି ହାଇଟେକ ସାଂସଦ ଭାରତର ନୁହଁନ୍ତି, ବରଂ ବ୍ରିଟେନର। ଲେବର ପାର୍ଟିର ଏହି ସାଂସଦଙ୍କ ନାମ ହେଉଛି ମାର୍କ ସିୱାର୍ଡସ। ସେ କହିଛନ୍ତି ଯେ ଏବେ ତାଙ୍କ ଭୋଟରମାନେ ସହଜରେ ତାଙ୍କୁ ଯୋଗାଯୋଗ କରିପାରିବେ। କିନ୍ତୁ କିଛି ଲୋକଙ୍କ ମତରେ, AI ଅବତାର ଆସିବା ଦ୍ୱାରା ନେତା ଓ ଜନତା ମଧ୍ୟରେ ଦୂରତା ବଢ଼ିଯିବ। ଏହା ଏକ ପ୍ରୋଟୋଟାଇପ । ଆବଶ୍ୟକତା ଅନୁସାରେ ଅପଡେଟ ହେବ ।

ମାର୍କ ସିୱାର୍ଡସ ହେଉଛନ୍ତି ୱେଷ୍ଟ ୟର୍କଶାୟାରର ଲିଡସ ସାଉଥ ୱେଷ୍ଟ ଓ ମୋର୍ଲେ ଅଞ୍ଚଳର ସାଂସଦ। ସେ ଏକ ସ୍ଥାନୀୟ ଷ୍ଟାର୍ଟଅପ କମ୍ପାନୀ ସହ ମିଶି ଏହି AI ଅବତାର ତିଆରି କରିଛନ୍ତି। ସିୱାର୍ଡସ କହିଛନ୍ତି ଯେ ଏହି AI ଅବତାର ଲୋକଙ୍କୁ ଦିନରାତି ସାହାଯ୍ୟ କରିବ। ଏହା ଏକ ପ୍ରୋଟୋଟାଇପ ଅଟେ । ଏହା ପ୍ରାରମ୍ଭିକ ମଡେଲ। ଆବଶ୍ୟକ ପଡ଼ିଲେ ଏଥିରେ ପରିବର୍ତ୍ତନ କରାଯିବ। ସିୱାର୍ଡସ କହିଛନ୍ତି ଯେ ସେ ଏହି ଟେକ୍ନୋଲୋଜିକୁ ପରୀକ୍ଷା କରି ଦେଖିବାକୁ ଚାହୁଁଛନ୍ତି। ଯଦି ଏହି ମଡେଲ ଠିକ ଭାବେ କାମ କରେ ଓ ଅଯଥା କଥା ନ କହେ, ତେବେ ଏହା ତାଙ୍କ ଭୋଟରଙ୍କ ପାଇଁ ଉପକାରୀ ହୋଇପାରେ।

Advertisment

ମାର୍କ ସିୱାର୍ଡସ AI ଅବତାର ଲଞ୍ଚ କରି ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଏହି ପଦକ୍ଷେପକୁ ନେଇ କିଛି ଲୋକ ଚିନ୍ତିତ। ଶେଫିଲ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ସୁସାନ ଓମାନ କହିଛନ୍ତି ଯେ ନେତାଙ୍କ ଉପରେ ଜନତାଙ୍କ ଭରସା ଆଗରୁ ହିଁ କମ ଅଛି । AI ବ୍ୟବହାର କରି ସାଂସଦମାନେ ନିଜର ଦକ୍ଷତା ବଢ଼ାଇବାକୁ ଚାହୁଁଛନ୍ତି, କିନ୍ତୁ ଏହା ଦ୍ୱାରା ଲୋକେ ଅନୁଭବ କରିପାରନ୍ତି ଯେ ସେମାନଙ୍କ କଥାକୁ ଗମ୍ଭୀରତାର ସହ ଶୁଣାଯାଉ ନାହିଁ। ବିଶେଷ କରି ବୟସ୍କ ଲୋକମାନେ ଏହି ଟେକ୍ନୋଲୋଜି ସହ କମ୍ ପରିଚିତ। ସେମାନଙ୍କୁ ଏହା ବୁଝିବାରେ ଅସୁବିଧା ହୋଇପାରେ ଯେ ସେ ମଣିଷ ସହ କଥା ହେଉଛନ୍ତି ନା ଚାଟବଟ ସହ।

ଚାଟବଟ ଏକ କମ୍ପ୍ୟୁଟର ପ୍ରୋଗ୍ରାମ ଯିଏ ମଣିଷ ପରି କଥାବାର୍ତ୍ତା କରେ। ସାଧାରଣତଃ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ସହ ଯୋଗାଯୋଗ ପାଇଁ ଏହା ବ୍ୟବହାର କରନ୍ତି। କିନ୍ତୁ ଏଥିରେ କିଛି ସମସ୍ୟା ମଧ୍ୟ ରହିଛି। ଡାଟା ସୁରକ୍ଷା ଉପରେ ବିପଦ, ଗୋପନୀୟତା ହରାଇବାର ଭୟ ଏବଂ ମାନବୀୟ ସଂସ୍ପର୍ଶର ଅଭାବ ହେଉଛି ଏହାର ସମସ୍ୟା । ଡକ୍ଟର ଓମାନ କହିଛନ୍ତି ଯେ ଅନେକ ସମୟରେ ଲୋକେ ଚାଟବଟ ସହ କଥାବାର୍ତ୍ତା କରିବା ସମୟରେ ଭ୍ରମିତ ହୁଅନ୍ତି। ଚାଟବଟ ଭୁଲ ଉତ୍ତର ମଧ୍ୟ ଦେଇପାରେ, ଯାହା ଲୋକଙ୍କ ଭରସାକୁ ଆହୁରି କମ କରିପାରେ।

ଅଧିକ ପଢ଼ନ୍ତୁ: ନେତନ୍ୟାହୁଙ୍କ ବଡ଼ ଖୁଲାସା, ଅପରେସନ ସିନ୍ଦୂର ବେଳେ…

Britain Artificial Intelligence
Advertisment
Advertisment