• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଉ ଏଟିଏମ କାର୍ଡ ନୁହେଁ ସିଧା UPI ବ୍ୟବହାର କରି ATMରୁ ଟଙ୍କା ଉଠାଇ ପାରିବେ ଗ୍ରାହକ । ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିନଟେକ ଫେଷ୍ଟରେ ଏହାର ପ୍ରଦର୍ଶନ କରାଯାଇଛି । ଜାପାନ କଂପାନୀ ହିଟାଚି ପେମେଣ୍ଟ ସର୍ଭିସ ତରଫରୁ ଏହାକୁ ପ୍ରସ୍ତୁତ କରାଯାଇଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ସହଭାଗିତାରେ ଏହା କାର୍ଯ୍ୟ କରିବ । ଏହି ATMରୁ ଡେବିଟ, କ୍ରେଡିଟ କାର୍ଡ ବିନା UPI ଦ୍ୱାରା ଟଙ୍କା ଉଠାଯାଇପାରିବ ।

ଏହାର ବ୍ୟବହାର ଅତି ସହଜ । ATMରୁ ଟଙ୍କା ଉଠାଇବା ବେଳେ ପ୍ରଥମେ କେତେ ଟଙ୍କା ଉଠାଇବେ ତାହା ଚୟନ କରିବାକୁ ପଡ଼ିବ । ଏହାପରେ ATM ସ୍କ୍ରିନରେ ଏକ QR କୋଡ ଦେଖାଯିବ । ଏହି QR କୋଡକୁ ମୋବାଲରେ UPI ଆପ୍ ଦ୍ୱାରା ସ୍କାନ କରିବାକୁ ପଡ଼ିବ । ଏହାପରେ ଆପଣଙ୍କୁ UPI ପିନ୍ ଆପଣଙ୍କ ମୋବାଇଲରେ ଏଣ୍ଟର କରିବାକୁ ପଡ଼ିବ । ଏହାପରେ ATMରୁ ଟଙ୍କା ବାହାରିବ । ଏହି ବ୍ୟବସ୍ଥା ଦେଶରେ ଲାଗୁ ହେଲେ UPI ଦ୍ୱାରା ଟଙ୍କା ଉଠାଣ ସହଜ ହେବ ।

UPI ATMର ଭିଜୁଆଲକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହା ଭବିଷ୍ୟତର ଫିନଟେକ ବୋଲି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ।

 

OTV is now on Whatsapp

Join and get latest news update delivered to you via whatsapp

Join Now