• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

AI ସବୁ କାମ କରିଦେବ । ଆଧୁନିକ ରୋବଟ୍ ମଣିଷର କାମକୁ ୬୦ ପ୍ରତିଶତ ହାଲୁକା କରିଦେବ । ରୋବଟ ଦ୍ୱାରା ମଣିଷ ରୋଷେଇଠାରୁ ଆରମ୍ଭ କରି ଘର କାମ ପର୍ଯ୍ୟନ୍ତ, ଏମିତିକି ଅଫିସ୍‌ରେ ସଫ୍ଟଓୟାର ଓ କୋଡିଂ କାମ ପର୍ଯ୍ୟନ୍ତ ସବୁ କିଛି ଏବେ AI ଦ୍ୱାରା କରାଯାଇପାରିବ ବୋଲି କୁହାଯାଉଛି । ଗାଁ ଗଣ୍ଡାରେ ବି ଏକଥାକୁ ନେଇ ଢ଼େର ଚର୍ଚ୍ଚା ।

ତେବେ ଏହାରି ଭିତରେ AI ପ୍ରସଙ୍ଗରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଆଗରୁ କୁହାଯାଉଥିଲା, AI ରୋଗ ଭଲ କରିଦେବ । ସେୟାର ମାର୍କେଟ୍‌ର ସଠିକ୍ ଆକଳନ ବି କରିପାରିବ AI, ଏମିତିକି AI ପିଲାଙ୍କ ହୋମୱାର୍କ ବି କରିପାରିବ । ହେଲେ ଏବେ କୁହାଗଲାଣି, AI ମଣିଷର ମୃତ୍ୟୁ କଥା କହିପାରିବ । କେଉଁ ମଣିଷ କେତେ ଦିନ ବଞ୍ଚିବ ତାହା AI କହିପାରିବ ବୋଲି ଏବେ ଦାବି କରାଯାଉଛି । ଏଥି ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ। ତଥ୍ୟ ସଠିକ୍ ହେଲେ, ମୃତ୍ୟୁ ସମୟ ସଠିକ୍ ହେବ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି।

ବୈଜ୍ଞାନିକମାନେ ଏକ AI ଟୁଲ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ମଣିଷର ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ । ଯେମିତିକି ସ୍ୱାସ୍ଥ୍ୟ ଜନିତ ତଥ୍ୟ, ଶିକ୍ଷାଗତ ଯୋଗ୍ୟତା, ରୋଜଗାର, ଚାକିରିର ସବିଶେଷ ବିବରଣୀ । ଏହି ସବୁ ତଥ୍ୟକୁ ଆଧାର କରି AI କହିପାରିବ ଆପଣଙ୍କ ବ୍ୟକ୍ତିତ୍ୱ କ’ଣ ଏବଂ ଆପଣଙ୍କ ଚିନ୍ତାଧାରା କିପରି । 

ଖାଲି ସେତିକି ନୁହେଁ, ChatGPT ଭଳି ଆଉ ଏକ ଶକ୍ତିଶାଳି AI ଟୁଲ ମଧ୍ୟ ପ୍ରସ୍ତୁତ କରିଛନ୍ତି ବୈଜ୍ଞାନିକମାନେ । ଯେଉଁଥିରେ ଏହିଭଳି ତଥ୍ୟ ପ୍ରଦାନ କରିବା ପରେ AI ମଣିଷର ଭବିଷ୍ୟତ ଆକଳନ କରିପାରିବ । ତଥ୍ୟ ଯେତିକି ସଠିକ୍‌ ହେବ ଭବିଷ୍ୟତ ଆକଳନ ମଧ୍ୟ ସେତିକି ସଠିକ୍‌ ହେବ ବୋଲି କହିଛନ୍ତି ବୈଜ୍ଞାନିକ । ଏହି ଟୁଲ୍‌କୁ ବୈଜ୍ଞାନିକମାନେ ପ୍ରସ୍ତୁତ କରିବାରେ ଖୁବ୍‌ କସରତ କରିଛନ୍ତି ବୋଲି କହିଛନ୍ତି । ଏଥିରେ ଅନେକ କମ୍ପ୍ଲେକ୍ସ ଡାଟାସେଟ୍‌ ବ୍ୟବହାର କରାଯାଇଛି ।

ତେବେ ଏହି AI ଟୁଲକୁ ମଣିଷର ଭବିଷ୍ୟତ ଜାଣିବା ପାଇଁ ପ୍ରସ୍ତୁତ କରାଯାଇନାହିଁ ବରଂ ଏହାକୁ ଗୋଟିଏ ଅଞ୍ଚଳରେ ଥିବା ପପୁଲେସନ୍‌ ବିଷୟରେ ଅଧିକ ଜାଣିବା ପାଇଁ ବା ସେହି ଅଞ୍ଚଳର ଭବିଷ୍ୟତ ଜାଣିବା ପାଇଁ ପ୍ରସ୍ତୁତ କରାଯାଇଛି । ଏନେଇ ନର୍ଦନ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍‌ସ ପ୍ରଫେସର ଟିନା ଏଲିଆସି-ରାଡ୍‌ ସୂଚନା ଦେଇଛନ୍ତି ।