• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜିଠୁ ଦେଶରେ ଆରମ୍ଭ ହେବ 5G ସେବା । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ହେବାକୁ ଥିବା ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିବେ । 5G ସେବା ଆରମ୍ଭ ହେଲେ ମିଳିବ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି । ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ 5G । 2G ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, 3G ସେବାରେ ୨ ଘଣ୍ଟା ଏବଂ 4Gରେ ୪୦ ମିନିଟ ଲାଗୁଥିଲା, ଏବେ 5Gରେ ସେହି ଫାଇଲ ଡାଉନ୍‌ଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ 5G ସେବା ମିଳିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏପଟେ ମୟୂରଭଞ୍ଜର ପାହାଡ଼ପୁର ଏସଏଲଏସ ରେସିଡେନ୍‌ସିଆଲ ମେମୋରିଆଲ ସ୍କୁଲରେ ଦିଲ୍ଲୀରେ ହେଉଥିବା କାର୍ଯ୍ୟକ୍ରମର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଓଡ଼ିଶାରେ ବି ଖୁବଶୀଘ୍ର ଆରମ୍ଭ ହେବ 5G ସେବା । ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 5Gରେ ରେଡିଏସନ ହେବ ବୋଲି ଯେଉଁ ଗୁଜବ ପ୍ରଚାର ହେଉଥିଲା ତାକୁ ମନ୍ତ୍ରୀ ଖଣ୍ଡନ କରିଥିଲେ । ଏଥିରେ ରେଡିଏସନ ପ୍ରଭାବ ଆଦୌ ନାହିଁ, ସମସ୍ତେ ଆଶ୍ୱସ୍ତ ରୁହନ୍ତୁ ବୋଲି ମନ୍ତ୍ରୀ କହିଥିଲେ । 5G ସେବା ଆପଣଙ୍କ ଡିଜିଟାଲ ଲାଇଫ୍‌କୁ ଅନେକ ସହଜ କରିଦେବ ।

୨ ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା । ଏନେଇ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ । ଏଥିଲାଗି ୩୫ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ । 

ସୂଚନାଥାଉ କି, 5G ସେବା ଦେଶର କିଛି ପ୍ରମୁଖ ସହରରେ ପ୍ରାରମ୍ଭିକ ଭାବେ ଯୋଗାଇ ଦିଆଯିବ ବୋଲି ଗତ ଅଗଷ୍ଟରେ ମୁକେଶ ଅମ୍ବାନୀ ଘୋଷଣା କରିଥିଲେ । କିଛି ପ୍ରମୁଖ ସହର ମଧ୍ୟରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାରେ ହାଇସ୍ପିଡ୍ ମୋବାଇଲ ସେବା ମିଳିପାରିବ । ତେବେ ୨୦୨୩ ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ ଏହି ସେବା ମିଳିପାରିବ ବୋଲି ଅମ୍ବାନୀ ଘୋଷଣା କରିଥିଲେ ।