Advertisment

ଆସିଲା WhatsApp ର ନୂଆ ଫିଚର, ଏଣିକି ଲୁଚାଇ ପାରିବେ ଫୋନ୍‌ ନମ୍ବର !

ଆଣ୍ଡ୍ରଏଡ୍‌ ଓ iOS ୟୁଜର୍ସଙ୍କ ପାଇଁ ହ୍ୱାଟ୍ସଆପ୍‌(WhatsApp) ଏକ ନୂଆ ଫିଚର ଲଞ୍ଚ୍‌ କରିଛି। ଏହି ନୂଆ ଫିଚର ୟୁଜର୍ସଙ୍କୁ ସେମାନଙ୍କର ପ୍ରାଇଭେସି ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
WhatsApp New Feature

Now WhatsApp users can hide their phone numbers

ଆଣ୍ଡ୍ରଏଡ୍‌ ଓ iOS ୟୁଜର୍ସଙ୍କ ପାଇଁ ହ୍ୱାଟ୍ସଆପ୍‌(WhatsApp) ଏକ ନୂଆ ଫିଚର ଲଞ୍ଚ୍‌ କରିଛି। WABetaInfoର ରିପୋର୍ଟ ଅନୁସାରେ, ଆଣ୍ଡ୍ରଏଡ୍‌ ଓ iOS ପାଇଁ ଏହି ନୂଆ ଫିଚର ବେଟା ଅପ୍‌ଡେଟ୍‌ର ଏକ ଅଂଶ। ଲାଟେଷ୍ଟ ବେଟା ଅପ୍‌ଡେଟ୍‌ ଇନ୍‌ଷ୍ଟଲ କରିବା ପରେ ଆପଣ କମ୍ୟୁନିଟି ଆନାଉନ୍ସମେଣ୍ଟ ଗ୍ରୁପ୍‌ ଇନ୍‌ଫୋ(community announcement group info)ରେ ଏକ ନୂଆ ଅପ୍‌ସନ୍‌ ଦେଖିପାରିବେ। ଯାହାର ନାଁ ‘ଫୋନ୍‌ ନମ୍ବର ପ୍ରାଇଭେସି(phone number privacy)’।

Advertisment

ଏହି ନୂଆ ଫିଚର ୟୁଜର୍ସଙ୍କୁ ସେମାନଙ୍କର ପ୍ରାଇଭେସି ସୁରକ୍ଷିତ ରଖିବାର ସାହାଯ୍ୟ କରିବ। ଯେପରିକି ହ୍ୱାଟ୍ସଆପ୍‌ କମ୍ୟୁନିଟିରେ ୟୁଜର୍ସଙ୍କ ଫୋନ୍‌ ନମ୍ବରକୁ ହାଇଡ୍‌(ଲୁଚାଇବାରେ) କରିବାରେ ସହାୟତା ହେବ। ଫଳରେ କେବଳ କମ୍ୟୁନିଟିର ଆଡ୍‌ମିନ୍‌ ଓ ନମ୍ବର ସେଭ୍‌ କରିଥିବା ବ୍ୟକ୍ତି ହିଁ ଫୋନ୍‌ ନମ୍ବର ଦେଖିପାରିବେ। 

ଖାଲି ଏତିକି ନୁହେଁ ଏହି ନୂଆ ଫିଚର ଜରିଆରେ ଆପଣ କନ୍‌ଭର୍ସେସନ୍‌ରେ ଅଂଶଗ୍ରହଣ କରିଥିବା ଅନ୍ୟ ୟୁଜର୍ସଙ୍କ ଠାରୁ ମଧ୍ୟ ନିଜ ଫୋନ୍‌ ନମ୍ବରକୁ ହାଇଡ୍‌ କରିପାରିବେ। ଏହି ଫିଚର କେବଳ କମ୍ୟୁନିଟି ମେମ୍ବର୍ସଙ୍କ ପାଇଁ ସୀମିତ ଥିବାବେଳେ କ୍ୟମୁନିଟି ଆଡ୍‌ମିନ୍‌ଙ୍କ ଫୋନ୍‌ ନମ୍ବର ସବୁବେଳେ ଦେଖିପାରିବେ। 

Advertisment

ସୂଚନାଥାଉ କି, କିଛି ବେଟା ୟୁଜର୍ସଙ୍କ ପାଇଁ ଏହି ନୂଆ ଫୋନ୍‌ ନମ୍ବର ପ୍ରାଇଭେସି ଫିଚର ଉପଲ୍ଲବ୍ଧ କରାଯାଇଛି। ଯେଉଁମାନେ ଆଣ୍ଡ୍ରଏଡ୍‌ ଓ iOS ଅପ୍‌ଡେଟ୍‌ ପାଇଁ ଲାଟେଷ୍ଟ ହ୍ୱାଟ୍ସଆପ୍‌ ଇନ୍‌ଷ୍ଟଲ୍‌ କରିଛନ୍ତି। ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ୟୁଜର୍ସଙ୍କ ପାଇଁ ଏହି ନୂଆ ଫିଚର ଉପଲ୍ଲବ୍ଧ କରାଯିବ ବୋଲି ରିପୋର୍ଟରେ କୁହାଯାଇଛି।

WhatsApp
Advertisment
Advertisment