Advertisment

ପୋଲିସ୍‌ଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍‌ ତିଆରି କଲେ ଆଇଟିଆଇ ଛାତ୍ର

ପୋଲିସ ଭାଇ ଓ ଭଉଣୀମାନେ ରାତିରେ ଡ୍ୟୁଟି କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ମୁଁ ସ୍ମାର୍ଟ ଷ୍ଟିକ୍‌ ତିଆରି କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Smart Stick

Smart Stick

ଗତ କିଛି ଦିନ ପୂର୍ବରୁ ସୀମାରେ ସେନା ସୁରକ୍ଷା ପାଇଁ ପ୍ରକଳ୍ପ ତିଆରି କରି ଚର୍ଚ୍ଚାରେ ଥିବା ଗଜପତି ଜିଲ୍ଲା ମୋହନା ଚନ୍ଦ୍ରଗିରିର ସମୀର ପ୍ରଧାନି ପୁଣି ଏକ ପ୍ରକଳ୍ପ ତିଆରି କରି ଚର୍ଚ୍ଚାରେ ବିଷୟ ପାଲଟିଛନ୍ତି। ପୋଲିସ ବିଭାଗର ସୁରକ୍ଷାକର୍ମୀ ଓ ହୋମଗାର୍ଡ କାର୍ଯ୍ୟ କରୁଥିବା ବେଳେ କିଭଳି ଶତ୍ରୁମାନଙ୍କ ଠାରୁ ନିଜକୁ ସୁରକ୍ଷା ଦେଇପାରିବେ।

Advertisment

ସେଥିପାଇଁ ସେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଷ୍ଟିକ୍ ତିଆରି କରିଛନ୍ତି ସମୀର। ଏହି ଷ୍ଟିକ୍ ମାଧ୍ୟମରେ ବେଆଇନ ସାମଗ୍ରୀ ଚାଲାଣ କିମ୍ବା ଚୋରି ସାମଗୀ ସହଜରେ ଠାବ କରିବା ପାଇଁ ବ୍ୟବହାର କରାଯାଇପାରିବ।

ଏନେଇ ସମୀର ପ୍ରଧାନ କହିଛନ୍ତି ଯେ- ପୋଲିସ ଭାଇ ଓ ଭଉଣୀମାନେ ରାତିରେ ଡ୍ୟୁଟି କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ମୁଁ ସ୍ମାର୍ଟ ଷ୍ଟିକ୍‌ ତିଆରି କରିଛି। ଯଦି କିଏ ବି ଆକ୍ରମଣ କରୁଛି, ଏହି ଷ୍ଟିକ୍‌ ଥିଲେ ଭୟଭୀତ ହେବାର ନାହିଁ କାହିଁକିନା ୧୦ ଫୁଟ ଦୂରରୁ ଏହି ଷ୍ଟିକ୍‌ରେ ସାବାଡ କରିହେବ। ବାଡ଼ିରେ ୧୦ ଫୁଟ ଯାଏ ବିଦ୍ୟୁତ୍ ଝଟକା ଲାଗିବ। କେବଳ ସେତିକି ନୁହେଁ ବାଡ଼ି ଦ୍ୱାରା ଲୁହ ବୁହା ସ୍ପ୍ରେ ବି କରାଯାଇପାରିବ, ଯାହା ଦ୍ୱାରା ଆକ୍ରମଣକାରୀଙ୍କୁ ସହଜରେ କାବୁ କରିହେବ।

Advertisment

ଏହାସହ ଏହି ଷ୍ଟିକ୍‌ରେ ଛୋଟ ଛୁରୀ ରହିଛି, ଯାହା ପନିପରିବା କାଟିବାରେ ସହାୟକ ହେବ। ପ୍ରାଥମିକ ଚିକିତ୍ସା ପାଇଁ ଦରକାର ହେଲେ ଏଥିରେ ଫାଷ୍ଟ ଏଡ୍‌ ବକ୍ସ ରହିଛି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଯଦି ବିପଦ ଆସେ, ତାହାହେଲେ ସ୍ମାର୍ଟ ଷ୍ଟିକ୍‌ ବଟନ୍‌ ଟିପିଲେ ସ୍ଥାନୀୟ ଥାନାକୁ ମେସେଜ୍‌ ଚାଲିଯିବ। 

ରିପୋର୍ଟ: ମିହିର ଜତି

ITI Student
Advertisment
Advertisment