Advertisment

ଇନଷ୍ଟାଗ୍ରାମ ଡାଉନ୍‌ ! ୟୁଜର୍ସଙ୍କ ଅଭିଯୋଗ- ପେଜ୍‌ ଖୋଲିଲେ ଆସୁଛି ଏରର୍‌...

ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମ ଡାଉନ୍‌ ଥିବା ସୂଚନା ମିଳିଛି। ଇନଷ୍ଟାଗ୍ରାମ ପେଜ୍‌ ଖୋଲିବା ମାତ୍ରେ ଏଥିରେ ଏରର୍‌ ଆସୁଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Instagram Down For Thousands Of Users

Instagram Down For Thousands Of Users

Advertisment

ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମ(Instagram) ଡାଉନ୍‌ ଥିବା ସୂଚନା ମିଳିଛି। ବିଶ୍ୱ ସ୍ତରରେ ହଜାର ହଜାର ସଂଖ୍ୟକ ୟୁଜର୍ସ ଆଜି ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଇନଷ୍ଟାଗ୍ରାମ ପେଜ୍‌ ଖୋଲିବା ମାତ୍ରେ ଏଥିରେ ଏରର୍‌ ଆସୁଥିବା ଦେଖିବାକୁ ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ପାଞ୍ଚ ମିନିଟ୍‌ରେ କମାଲ କଲେ : ଇନଷ୍ଟାଗ୍ରାମ ପକ୍ଷରୁ ଯୁବକଙ୍କୁ ମିଳିଲା ୩୮ ଲକ୍ଷ

Instagram Down (Instagram Down)

ଟ୍ରାକିଂ ୱେବ୍‌ସାଇଟ୍‌ Downdetector.com ଅନୁସାରେ, ୪୬ ହଜାରରୁ ଅଧିକ ୟୁଜର୍ସ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏନେଇ ୟୁଜର୍ସମାନେ ସୋସିଆଲ୍‌ ମିଡିଆ ରେ ଫଟୋ ଶେୟାର କରି ଅଭିଯୋଗ କରିଛନ୍ତି।

Advertisment

Downdetector ଅନୁସାରେ, ଆମେରିକାରେ ପ୍ରାୟ ୨ ହଜାର ୟୁଜର୍ସ ପ୍ରଭାବିତ ହୋଇଥିବା ବେଳେ ଭାରତ ଓ ଅଷ୍ଟ୍ରେଲିଆରେ ୧ ହଜାରରୁ ଅଧିକ ୟୁଜର୍ସ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେଉଁ କାରଣ ପାଇଁ ପେଜ୍‌ ଡାଉନ ହୋଇଛି ? ଏହା ପଛରେ ବୈଷୟିକ ତ୍ରୁଟି ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ଜଣାପଡ଼ିନି। ଖବର ଲେଖାଯିବା ସୁଦ୍ଧା ଏନେଇ ଇନଷ୍ଟାଗ୍ରାମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Instagram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ