• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଣିଷ ଯେତିକି ଅଧୁନିକତା ଆଡ଼କୁ ଯାଉଛି, ବୈଷୟିକ ଜ୍ଞାନକୌଶଳ ତଥା ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ସେତେ ଆଗେଇ ଚାଲିଛି । ଟେକ୍ନୋଲୋଜି ଦୁନିଆରେ ମଣିଷ ଏବେ ବହୁତ ଆଗରେ । ଯେଉଁ କାମକୁ ଏଇ ମଣିଷ ଘଣ୍ଟା ଘଣ୍ଟା ଲାଗି ଶେଷ କରୁଥିଲା, ସେହି କାମକୁ ଟେକ୍ନୋଲୋଜି ମାଧ୍ୟମରେ କ୍ଷଣିକ ମଧ୍ୟ କରାଯାଉଛି ।

ଏମିତିରେ ବି ଆମେ ସମସ୍ତେ ଜାଣିଛନ୍ତି ଏବେ AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯୁଗ । କୁହାଯାଉଛି ଆଗାମୀ ଦିନରେ AI ସବୁ କରିବ । ଅର୍ଥାତ ଘର କାମଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ମଣିଷ ଯାହା କରୁଛି, ତାକୁ AI ଦ୍ୱାରା କରାଯାଇପାରିବ । ଅନ୍ୟପଟେ ଅଧିକାଂଶ ସ୍ଥାନରେ ବା ବଡ଼ ବଡ଼ ସଂସ୍ଥାରେ ମଣିଷ ବଦଳରେ ଏବେ ରୋବୋଟ୍‌ କାମ କରିବା ଆରମ୍ଭ କରିଥିବା ଦେଖିବାକୁ ମିଳୁଛି । 

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଭିଡିଓରେ ଦେଖାଯାଇଛି ଯେ ଗଛରେ ପ୍ରବଳ ସେଓ ଫଳିଛି । ଗୋଟିଏ କି ଦୁଇଟି ନୁହେଁ ଏମିତି ଶହ ଶହ ଗଛ ଲାଗିଛି, ଆଉ ସେଥିରେ ନାଲି ନାଲି ସେଓ ଫଳିଛି । କହିବାକୁ ଗଲେ ଏହା ଏକ ସେଓ ବଗିଚା । ଚାଷୀ ଏଠାରେ ସେଓ ଚାଷ କରିଛି । ଆଉ ଏହି ସେଓ ତୋଳିବା ପାଇଁ ବ୍ୟବହାର କରାଯାଇଛି ଡ୍ରୋନ୍ । ଏହି ଡ୍ରୋନ୍‌କୁ ଏମିତି ପ୍ରୋଗ୍ରାମିଂ କରାଯାଇଛି ଯେ ଏମାନେ ନିଜେ ନିଜେ ଗଛ ପାଖକୁ ଯାଉଛନ୍ତି ଆଉ ସେଓ ତୋଳି ଆଣି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରଖୁଛନ୍ତି ।

ଯଦି ଆମେ ଦେଖିବା ଆଉ ଭଲ ଭାବେ ଚିନ୍ତା କରିବା ତେବେ ଡ୍ରୋନ୍‌ ଗୁଡ଼ିକ ଯେଉଁ ସେଓ ତୋଳିବା କାମ କରୁଛନ୍ତି, ସେହି କାମକୁ ଯଦି ମଣିଷ ଦ୍ୱାରା କରାଯାଇଥାନ୍ତା, ତେବେ ୫ ରୁ ୧୦ ଜଣ ଲୋକ ଏଥିରେ ଲାଗିଥାନ୍ତେ । ଆଉ ସେଓ ସବୁ ତୋଳିବା ପାଇଁ ଖୁବ୍‌ ସମୟ ମଧ୍ୟ ଲାଗିଥାନ୍ତା । କିନ୍ତୁ ଏହି ରୋବୋଟ ବା ଡ୍ରୋନ୍‌ ବା AI ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ମାତ୍ର ଜଣେ ବ୍ୟକ୍ତି ସବୁ ସେଓ ତୋଳି ପାରୁଛି ଏବଂ ଏହା ଖୁବ୍‌ କମ୍‌ ସମୟ ମଧ୍ୟରେ ହୋଇପାରୁଛି ।