Advertisment

Humanoid Robots: ଛୁଆ ଜନ୍ମ କରିବ ରୋବଟ୍! ବିଶ୍ୱାସ ନ ହେଲେ ବି ସତ

ମହିଳାଙ୍କ ଭଳି ରୋବଟ୍ ମଧ୍ୟ ୯ ମାସ ଗର୍ଭଧାରଣ କରିବ ଆଉ ସନ୍ତାନ ବି ଜନ୍ମ କରିବ। ଏଭଳି ରୋବଟ୍ ତିଆରି କରିବ ଚୀନର ଏକ ରୋବୋଟିକ୍ସ କମ୍ପାନୀ 'କାଇୱା ଟେକ୍ନୋଲୋଜି'। ଏହି ରୋବଟର ଦାମ୍ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ।

author-image
Chinmayee Sahoo
PREGNANCY-ROBOT

PREGNANCY-ROBOT

ମହିଳାଙ୍କ ଭଳି ରୋବଟ୍ ମଧ୍ୟ ୯ ମାସ ଗର୍ଭଧାରଣ କରିବ ଆଉ ସନ୍ତାନ ବି ଜନ୍ମ କରିବ। ଏଭଳି ରୋବଟ୍ ତିଆରି କରିବ ଚୀନର ଏକ ରୋବୋଟିକ୍ସ କମ୍ପାନୀ 'କାଇୱା ଟେକ୍ନୋଲୋଜି'। ଏହି ରୋବଟର ଦାମ୍ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ।

Advertisment

ଆଜିର ବିଜ୍ଞାନ ଓ ଟେକ୍ନୋଲୋଜି ଯୁଗରେ ଆଉ କିଛି ଅସମ୍ଭବ ହୋଇ ରହିନାହିଁ । ଏଣିକି କେବଳ ମହିଳା ଛୁଆ ଜନ୍ମ କରିବେନି । ଏବେ ରୋବଟ ବି ଜନ୍ମ କରିବ ମଣିଷ ଛୁଆ । ଚୀନର ଏକ ରୋବୋଟିକ୍ସ କମ୍ପାନୀ 'କାଇୱା ଟେକ୍ନୋଲୋଜି' ବିଶ୍ୱର ପ୍ରଥମ ହ୍ୟୁମାନଏଡ ରୋବଟ ତିଆରି କରିବ । ଯେଉଁ ରୋବଟ ମହିଳାଙ୍କ ପରି ଗର୍ଭଧାରଣ କରି ସନ୍ତାନ ଜନ୍ମ କରିପାରିବ ବୋଲି ଦାବି କରିଛି କମ୍ପାନୀ । ଯାହା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଛି ।

କମ୍ପାନୀ ଅନୁସାରେ, ହ୍ୟୁମାନଏଡ ରୋବଟରେ ଏକ କୃତ୍ରିମ ଗର୍ଭାଶୟ ସ୍ଥାପନ କରାଯିବ । ସେଥିରେ ଭ୍ରୁଣ ବିକଶିତ ହେବ । ଏକ ଟ୍ୟୁବ ଜରିଆରେ ଭ୍ରୁଣକୁ ଆବଶ୍ୟକୀୟ ପୋଷଣ ଯୋଗାଇ ଦିଆଯିବ, ଯାହା ରୋବଟ ଗର୍ଭରେ ଶିଶୁର ବିକାଶ କରିବ । ଏହି ଟେକନିକ୍ ର IVF ଓ ସରୋଗେସୀ ଠାରୁ ପୂରାପୂରି ଭିନ୍ନ ବୋଲି କମ୍ପାନୀ କହିଛି ।

Advertisment

କାଇୱା ଟେକ୍ନୋଲୋଜି କମ୍ପାନୀ ଆସନ୍ତା ବର୍ଷ ଏହି ହ୍ୟୁମାନଏଡର ରୋବଟର ପ୍ରୋଟୋଟାଇପ୍ ଲଞ୍ଚ କରିବାକୁ ଟାର୍ଗେଟ ରଖିଛି । ଯାହାର ଦାମ୍ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ।

ନିଃସନ୍ତାନ ଦମ୍ପତି ଓ ଖାସ୍‌ କରି ଯେଉଁମାନେ ସନ୍ତାନ ତ ଚାହାନ୍ତି କିନ୍ତୁ ଗର୍ଭଧାରଣ ପ୍ରକ୍ରିୟା ଦେଇ ଯିବାକୁ ଚାହାନ୍ତିନି, ସେହି ମହିଳାମାନଙ୍କ ପାଇଁ ଏହି ପ୍ରେଗନାନ୍ସି ରୋବୋଟ ଡେଭଲପ୍ କରାଯାଉଛି । ତେବେ ଏହି ରୋବୋଟରୁ ଜନ୍ମ ହେବାକୁ ଥିବା ଶିଶୁଙ୍କ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ କେମିତି ରହିବ, ସେନେଇ ଚିନ୍ତା ପ୍ରକାଶ ପାଇଛି ।

କଥାରେ ଅଛି, ଦୁନିଆରେ ମାଆର ସ୍ଥାନ କେହି ନେଇପାରିବେନି । କିନ୍ତୁ ଯଦି ଚୀନ ରୋବୋଟିକ୍ସ କମ୍ପାନୀର ଦାବି ସତ ହୁଏ ଓ ରୋବୋଟ ସନ୍ତାନ ଜନ୍ମ ଦିଏ, ତାହେଲେ ଏହା କୌଣସି ଚମତ୍କାରଠୁ କମ୍ ହେବନି ।

ଅଧିକ ପଢ଼ନ୍ତୁ: ଭାରତ ଖୋଲିଲା ବ୍ରିକ୍ସର ତାଲା, ଆମେରିକାର ଡଲାର ହେବ ଦୁର୍ବଳ

Pregnancy Humanoid Robot Sophia Robot
Advertisment
Advertisment