• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ହ୍ୱାଟ୍‌ସଆପ୍‌କୁ ନେଇ ଚର୍ଚ୍ଚା । ହ୍ୱାଟ୍‌ସଆପ୍‌ ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ । ଆମେ ସମସ୍ତେ ଜାଣନ୍ତି ହ୍ୱାଟ୍‌ସଆପ୍‌ ଏମିତି ଏକ ଆପ୍‌ ଯାହାକି ସବୁବେଳେ ୟୁଜରମାନଙ୍କ ସୁବିଧା ପାଇଁ କିଛି ନା କିଛି ଏକ୍‌ସପେରିମେଣ୍ଟ କରିଥାଏ । ସଂସ୍ଥା ପକ୍ଷରୁ ଅନେକ ନୂଆ ଫିଚର ନିୟମିତ ଭାବେ ଇଣ୍ଟ୍ରୋଡ୍ୟୁସ୍‌ କରାଯାଇଥାଏ । ୟୁଜରଙ୍କୁ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ ।

ଅଧିକ ପଢ଼ନ୍ତୁ: ମୋବାଇଲ୍‌ରେ ହ୍ୱାଟ୍ସଆପ୍‌ କାମ ନକଲେ କରିବେ କ’ଣ ? ଜାଣନ୍ତୁ ୫ଟି ଟ୍ରିକ୍‌..

ଏଥିରେ ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଫାଇଲ୍‌, ଭଏସ୍‌ ରେକର୍ଡିଂ ଆଦି ପଠାଇବା, ଏମିତିକି ଏଥିରେ ପେମେଣ୍ଟ କରିବାର ମଧ୍ୟ ସୁବିଧା ରହିଛି । ତେବେ ଏତେ ସବୁ ସୁବିଧା ପରେ ବି ଚନ୍ଦ୍ରରେ ଦାଗ ଭଳି କିଛି ନା କିଛି କେଁ ରହିଯାଉଛି ଏହି ଆପ୍‌ରେ । ତେବେ ସେହି ଅସୁବିଧାଟି ଆମେ ସମସ୍ତେ ଭୋଗୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ହ୍ୱାଟ୍‌ସଆପ୍‌ର ଆଉ ଏକ ନୂଆ ଫିଚର ବିଷୟରେ କହିବୁ । ଯାହା ଆପଣଙ୍କ ଜୀବନ ଶୈଳିକୁ ଆହୁରି ସରଳ କରିବ । ଯେଉଁମାନେ ଦୁଇ ଦୁଇଟି ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହି ଫିଚର ଖୁବ୍‌ ସହାୟକ ହେବ । ଯାହା ଦ୍ୱାରା ଅନେକ ସମସ୍ୟା ଦୂର ହେବ ।

ଆପଣ ଲକ୍ଷ୍ୟ କରିଥିବେ ଆପଣଙ୍କ ମୋବାଇଲରେ ଖୋଲାଯାଇଥିବା ହ୍ୱାଟ୍‌ସଆପ୍‌, ଅନ୍ୟ କୌଣସି ମୋବାଇଲ୍‌ରେ ଖୋଲିପାରିବ ନାହିଁ । ଯଦି ଅଲଗା ମୋବାଇଲରେ ସେହି ହ୍ୱାଟ୍‌ସଆପ୍‌ ଖୋଲିବାକୁ ଚେଷ୍ଟା କରନ୍ତି ତେବେ ପୁରୁଣା ହ୍ୱାଟ୍‌ସଆପ୍‌ ଆପେ ବନ୍ଦ ହୋଇଯିବ । ଏହାସହ ଏକ ଓଟିପି ଦେବା ପରେ ହିଁ ଅନ୍ୟ ମୋବାଇଲରେ ହ୍ୱାଟ୍ସଆପ୍‌ ଖୋଲିବ ।

କିନ୍ତୁ ଏବେ ଯେଉଁ ନୂଆ ଫିଚର ଆସୁଛି, ତାଦ୍ୱାରା ଆପଣ ଦୁଇଟି ମୋବାଇଲ୍‌ରେ ସମାନ ହ୍ୱାଟ୍ସଆପ୍‌ ନମ୍ବର ବ୍ୟବହାର କରିପାରିବେ । ଏହି ଫିଚର ଦୁଇଟି ମୋବାଇଲ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ । କାରଣ ଯେଉଁ ମୋବାଇଲ୍‌ରେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ ସେହି ମୋବାଇଲରେ ଯଦି ଚାର୍ଜ ସରିଯାଏ କିମ୍ବା ମୋବାଇଲ୍‌ଟି ହଜିଯାଏ ତେବେ ଅନ୍ୟ ମୋବାଇଲ୍‌ରେ ତୁରନ୍ତ ସେହି ହ୍ୱାଟ୍ସଆପ୍‌ ବ୍ୟବହାର କରିହେବ ।

ତେବେ ଏହି ଫିଚର ଏବେ ବେଟା ଟେଷ୍ଟର ବ୍ୟବହାରକାରୀଙ୍କ ପାଖରେ ପରୀକ୍ଷାମୂଳକ ଭାବେ ଉପଲବ୍ଧ ରହିଛି । ଖୁବ୍‌ଶୀଘ୍ର ଏହା ସାଧାରଣ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ଏନେଇ କାମ ଆରମ୍ଭ ହୋଇସାରିଛି । ଆପଣ ବେଟା ଭର୍ସନ ବ୍ୟବହାର କରିବାକୁ ଚାହୁଥିଲେ ଗୁଗୁଲ ପ୍ଲେ-ଷ୍ଟୋରକୁ ଯାଇ ହ୍ୱାଟ୍‌ସଆପ୍ ଆପ୍ ସର୍ଚ୍ଚ କରନ୍ତୁ । ତାହା ଓପନ୍ ହେବା ପରେ ସେଥିରେ ଆପଣଙ୍କୁ ବେଟା ପ୍ରୋଗ୍ରାମ୍‌ ଲେଖାଥିବା ଦେଖାଯିବ । ତାକୁ କ୍ଲିକ୍‌ କରନ୍ତୁ । ଯଦି ଏହା ୟୁଜର ଫୁଲ ବୋଲି ଦେଖାଇବ ତେବେ ଆପଣ ତାହା ଡାଉନ୍‌ଲୋଡ୍‌ କରିପାରିବେ ନାହିଁ । କାରଣ ସଂସ୍ଥା ପକ୍ଷରୁ ଏହାର ୟୁଜର ଲିମିଟ୍‌ ରହିଥାଏ । ତେବେ ବେଟା ପ୍ରୋଗ୍ରାମ୍‌ ବ୍ୟବହାର କରିବାକୁ ଚାହୁଁଥିଲେ ବାରମ୍ବାର ଏଭଳି ଚେଷ୍ଟା କରନ୍ତୁ ।

OTV is now on Whatsapp

Join and get latest news update delivered to you via whatsapp

Join Now