• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ତ୍ତମାନର ସମୟରେ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି । ରିଲ୍ସ ହେଉ କି ସୁନ୍ଦର ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ପିଲାଠୁ ବୟସ୍କ ସମସ୍ତେ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି । ହେଲେ କିଛି ଲୋକ ଅନେକ ପରିଶ୍ରମ କରିବା ପରେ ମଧ୍ୟ ସେମାନଙ୍କ ରିଲ୍ସ ଏବଂ ଭିଡିଓ ଭାଇରାଲ ହୋଇନଥାଏ । କି ସେମାନଙ୍କ ଫଲୋର୍ସ ମଧ୍ୟ ବଢ଼ିନଥାଏ । ଫଲୋର୍ସ ନଢ଼ିବା ଦ୍ୱାରା ଭିଡିଓଟି ମଧ୍ୟ ଅନେକ ଲୋକଙ୍କ ନିକଟରେ ପହଞ୍ଚିନଥାଏ । ତେବେ ଏପରି ସମୟରେ ଆପଣ ଆପଣଙ୍କ ଫଲୋର୍ସ କିପରି ବଢ଼ାଇବେ ? ଆସନ୍ତୁ ଜାଣିବା...

ଫଲୋର୍ସ ବଢ଼ାଇବାକୁ ହେଲେ ମାତ୍ର କେତୋଟି ଦିଗ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । ଯାହା ଦ୍ୱାରା ଆପଣଙ୍କ ଫଲୋର୍ସ ବଢ଼ିପାରିବେ । ତେବେ ଜାଣିନିଅନ୍ତରୁ ଏହି ୪ଟି ଟିପ୍ସ ।

୧. ଯଦି ଆପଣ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଫଲୋର୍ସ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଟ୍ରେଣ୍ଡ ଅନୁଯାୟୀ ଭିଡିଓ ଏବଂ ରିଲ୍ସ ପ୍ରସ୍ତୁତ କରିବାକୁ ପଡ଼ିବ । ଟ୍ରେଣ୍ଡ ଅନୁସାରେ ଭିଡିଓ କଲେ ଆପଣ ଆପଣଙ୍କ ଫଲୋର୍ସ ବଢ଼ାଇପାରିବେ ।

୨. ଯଦି ଆପଣ ବାରମ୍ବାର ଭିଡିଓ ପୋଷ୍ଟ କରିବା ପରେ ମଧ୍ୟ ଫଲୋର୍ସ ବଢ଼ୁନାହାନ୍ତି ତେବେ ଆପଣ କେବେ ବି ଭିଡିଓ ପୋଷ୍ଟ କରିବା ବନ୍ଦ କରନ୍ତୁନାହିଁ । କାରଣ କେତେବେଳେ ବି ଆପଣଙ୍କ ଫଲୋର୍ସ ବଢ଼ିବାର ସମ୍ଭାବନା ରହିଥାଏ ।

୩. ଆପଣ ପ୍ରସ୍ତୁତ କରୁଥିବା ଭିଡିଓର ହ୍ୟାସଟ୍ୟାଗ ଦିଅନ୍ତୁ । କାରଣ ଭିଡିଓ ହେଉ କି ରିଲ୍ସ ହ୍ୟାସଟ୍ୟାଗ ଦେବା ଜରୁରୀ । ହ୍ୟାସଟ୍ୟାଗ ଦେବା ସମୟରେ ହ୍ୟାସଟ୍ୟାଗଗୁଡ଼ିକ ଟ୍ରେଣ୍ଡ କରୁଛି କି ନାହିଁ ତାହା ମଧ୍ୟ ଦେଖିନେବା ଜରୁରୀ । ଯାହା ଦ୍ୱାରା ଆପଣ ଲାଭ ପାଇପାରିବେ ।

୪. ଇନଷ୍ଟାଗ୍ରାମ ହେଉ କିମ୍ବା ଫେସବୁକରେ ଆପଣ ଲାଇଭ୍‌ ଯାଇପାରିବେ । ଲାଇଭ୍‌ରେ ଯାଇ କୌଣସି ବିଷୟବସ୍ତୁ ଉପରେ ଆଲୋଚନା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଲାଇଭ୍‌ରେ ଲୋକମାନେ ଅଂଶଗ୍ରହଣ କରିବେ । ଆଉ ଆପଣଙ୍କ ଆଇଡି ଲୋକଙ୍କ ନିକଟରେ ପହଞ୍ଚିବା ସହ ଫଲୋର୍ସ ବଢ଼ିପାରିବେ ।