/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699597445.jpg)
Artificial Intelligence in Farming
ଯୁଗ ବଦଳିବା ସହ, ତାଳ ଦେଇ ବଦଳୁଛି ବିଜ୍ଞାନ । ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସର୍ବାଗ୍ରେ ରହିଛି । ଗୋଟିଏ ବଟନ କ୍ଲିକରେ କାମ ହେଉଛି । କଥା କହିଲେ ମୋବାଇଲ ଠାରୁ ଆରମ୍ଭ କରି ଯାବତୀୟ ଜିନିଷ ଚାଲୁଛି । ମଣିଷ ଚନ୍ଦ୍ରରେ ଘର କରିବାର ଯୋଜନା କଲାଣି । କିନ୍ତୁ ଏ ସବୁ ମଧ୍ୟରେ କୃଷି କ୍ଷେତ୍ରରେ ବିଜ୍ଞାନର ବ୍ୟବହାର ପଛରେ ପଡ଼ି ଯାଇଛି ।
ଅର୍ଥର ଅଭାବ ତଥା ଜ୍ଞାନର ଅଭାବ, ଏଥିପାଇଁ ମୁଖ୍ୟତଃ ଦାୟୀ । କିନ୍ତୁ ଏବେ ଆଉ ନୁହେଁ । ବର୍ତ୍ତମାନ କ୍ଷେତରେ ଛିଡା ହୋଇ ନିଜ ମୋବାଇଲରେ ସମସ୍ୟା ଆଉ ସମାଧାନ ପାଇବ ଚାଷୀ । ଏଣିକି ଆଉ ଫସଲ ପରାମର୍ଶ ବା ରୋଗ ପୋକ ନିରାକରଣ ପାଇଁ କୃଷି ଅଧିକାରୀଙ୍କ ପାଖକୁ ଦୌଡ଼ିବାକୁ ପଡିବନି ।
AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ସେବା ପାଇପାରିବ ଚାଷୀ । କୃଷି ବିଭାଗ ପକ୍ଷରୁ ଆମ କୃଷି AI ଚାଟ୍ ବୋଟ୍ ଲଞ୍ଚ ହୋଇ ଯାଇଛି । ଯାହା ମାଧ୍ୟମରେ ଚାଷୀ ଚାଟ୍ କରି ତାର ସମସ୍ୟା ପାଇବ ଆଉ ସଙ୍ଗେ ସଙ୍ଗେ ସମାଧାନର ପନ୍ଥା ମଧ୍ୟ ପାଇବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)