• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସ୍କୁଲ, କଲେଜ କିମ୍ବା ଅଫିସ୍ ଇତ୍ୟାଦି କାର୍ଯ୍ୟ ଶୀଘ୍ର ଏବଂ ସଠିକ୍ ଭାବରେ କରାଯାଇପାରିବ । କିନ୍ତୁ ଆପଣ ଜାଣନ୍ତି କି, ଏଆଇ ଦ୍ୱାରା ଶୀଘ୍ର ରୋଗ ଚିହ୍ନଟ କରାଯାଇପାରିବ । ଏହାଦ୍ୱାରା ଚିକିତ୍ସାରେ ମଧ୍ୟ ସାହାଯ୍ୟ ହୋଇପାରିବ । ଏନେଇ ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସିଇଓ ସୁନ୍ଦର ପିଚାଇ କହିଛନ୍ତି ।

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ଗୁଗୁଲ୍‌ର ଏକ ପୁରୁଣା ଇଭେଣ୍ଟ ବୋଲି ଜଣାପଡ଼ିଛି । ଏହି ଭିଡିଓରେ ସୁନ୍ଦର ପିଚାଇ ଗୁଗୁଲ୍ ଏଆଇର ବିଭିନ୍ନ ବୈଶିଷ୍ଟ୍ୟଗୁଡିକ କହୁଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ସେ କହିଛନ୍ତି ଯେ, ଏହି ଏଆଇ ସିଷ୍ଟମ ମେଡିକାଲ କ୍ଷେତ୍ରରେ ଏକ ବିପ୍ଳବ ଆଣିବ ।

 

ରେଟିନା ସ୍କାନରେ ଜଣାପଡ଼ିଯିବ ରୋଗ

ଗୁଗୁଲ୍ AI ଖୁବ୍‌ଶୀଘ୍ର ଅନେକ କ୍ଷେତ୍ରକୁ ମଜବୁତ କରିବ । ସୁନ୍ଦର ପିଚାଇ କହିଛନ୍ତି ଯେ ଗୁଗୁଲ AI, ଡିପ୍‌ ଆନାଲାଇଜେସନ୍‌ ବ୍ୟବହାର କରି କେବଳ ଆଖିର ରେଟିନା ସ୍କାନ ଦ୍ୱାରା ଅନେକ ରୋଗ ଚିହ୍ନଟ କରିପାରିବ । କେବଳ ଏତିକି ନୁହେଁ, ଏହା ରୋଗର ପୂର୍ବାନୁମାନ ମଧ୍ୟ କରିପାରିବ । ଏଥିପାଇଁ ରକ୍ତ ନମୁନା ସଂଗ୍ରହ ଇତ୍ୟାଦି ଆବଶ୍ୟକ ନାହିଁ ।

X-Ray ଏବଂ CT ସ୍କାନ ଆବଶ୍ୟକ ନାହିଁ

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ଜଣେ ୟୁଜର ସୁନ୍ଦର ପିଚାଇଙ୍କ ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ ଆଗକୁ କେବଳ ଆଖି ସ୍କାନ ଦ୍ୱାରା ଅନେକ ରୋଗ ଚିହ୍ନଟ ହୋଇପାରିବ । କିନ୍ତୁ ଏବେ ରୋଗ ଚିହ୍ନଟ ପାଇଁ ସିଟି ସ୍କାନ୍, ଏମଆରଆଇ ଏବଂ Xray ଇତ୍ୟାଦି କରାଯାଉଛି ।

ସୁନ୍ଦର ପିଚାଇ କହିଛନ୍ତି ଯେ କେବଳ ଗୋଟିଏ ରେଟିନା ସ୍କାନରେ ବୟସ, ଲିଙ୍ଗ, ଧୂମପାନ ଅଭ୍ୟାସ, ମଧୁମେହ, BMI ଏବଂ ରକ୍ତଚାପ ବିଷୟରେ ଜଣାପଡ଼ିଯିବ । ଭିଡିଓ ଅନୁଯାୟୀ, ପ୍ରତ୍ୟେକ ସୂଚନାରେ ଦୁଇଟି ବିକଳ୍ପ ଉପଲବ୍ଧ ହେବ, ସେଥିମଧ୍ୟରୁ ଗୋଟିଏ ପୂର୍ବାନୁମାନ ଏବଂ ପ୍ରକୃତ ଅବସ୍ଥା ରହିବ ।