• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

AI । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଉ ଏହି AI ର ପ୍ରୟୋଗକୁ ନେଇ ଏବେ ନାନା ବିବାଦ ମଧ୍ୟ ଉପୁଜୁଛି । କିଏ ଏହାକୁ ସ୍ୱାଗତ କରୁଛି ତ, କିଏ କହୁଛି ଏହା ଦ୍ୱାରା ମାନବ ଜାତି ଅନେକ କ୍ଷତି ଘଟିବ । ହେଲେ ଏହାରି ଭିତରେ ଗୁଗୁଲ ଆଣିଛି ଏକ ବଡ଼ ସୁରକ୍ଷା ବ୍ୟବସ୍ଥା ।

ଆମେ ସମସ୍ତେ ଜାଣିଛନ୍ତି ଗୁଗୁଲ ଲଗାତାର ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦିଗରେ ଅଧିକ କାର୍ଯ୍ୟ କରୁଛି । ସାଇବର ସୁରକ୍ଷାକୁ ଗୁଗୁଲ ଅଧିକ ଗୁରୁତ୍ୱ ଦେଉଛି । ତେଣୁ ସଂସ୍ଥା ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି । ଗୁଗୁଲ ପକ୍ଷରୁ LLM ଅର୍ଥାତ୍ ଲାର୍ଜ ଲାଙ୍ଗୁଏଜ୍‌ ମଡେଲକୁ ବ୍ୟବହାର କରି ଏକ ସିକ୍ୟୁରିଟି ସିଷ୍ଟମ ପ୍ରସ୍ତୁତ କରିଥିବା ନେଇ ଘୋଷଣା କରାଯାଇଛି । ଏହାସହ ଗୁଗୁଲ, ଗୁଗୁଲ କ୍ଲାଉଡ୍‌ ସିକ୍ୟୁରିଟି ଏଆଇ ୱର୍କ ବେଞ୍ଚ ଆରମ୍ଭ କରିଥିବା ନେଇ ମଧ୍ୟ ଘୋଷଣା କରିଛି । ଏହା ନିଜେ ଏକ ଲାର୍ଜ ଲାଙ୍ଗୁଏଜ୍ ମଡେଲ ଯୁକ୍ତ ଫ୍ଲାଟ୍‌ଫର୍ମ ।

ଏହା ଏକ ବଡ଼ ଲାଙ୍ଗୁଏଜ୍ ମଡେଲ୍ । ଯିଏ କି କମ୍ପ୍ୟୁଟରକୁ ବଡ଼ ବଡ଼ ବିପଦରୁ ସୁରକ୍ଷା ଦେବାରେ ସକ୍ଷମ ବୋଲି କୁହାଯାଉଛି । ଗୁଗୁଲ କ୍ଲାଉଡ୍ ସିକ୍ୟୁରିଟିର ବିପି/ଜିଏମ୍‌ ସୁନିଲ ପୋଟ୍ଟି କହିଛନ୍ତି ଏହି ନୂଆ ସିକ୍ୟୁରିଟି ସିଷ୍ଟମ ବ୍ୟକ୍ତିଗତ ତଥ୍ୟ ଚୋରିକୁ ରୋକିବାରେ ସକ୍ଷମ ହେବ ।

ଗୁଗୁଲ ଆରମ୍ଭ କଲା କ୍ଲାଉଡ୍ ସିକ୍ୟୁରିଟି AI

ଗୁଗୁଲ କ୍ଲାଉଡ୍ ସିକ୍ୟୁରିଟି AI ୱାର୍କ ବେଞ୍ଚ ଏକ ନୂଆ ସେଟ୍‌ଅପ୍‌ ପ୍ରସ୍ତୁତ କରିଛି । ଯାହା କି ୟୁଜର୍ସଙ୍କୁ ଅନେକ ଫାଇଦା ଦେବ । ଥ୍ରେଟ୍ ଓଭରଲୋଡ, ଅଧିକ ସମୟ ନେଉଥିବା ଟୁଲ ଓ ଟେଲେଣ୍ଟ ଗ୍ୟାପ୍‌ ସହ ଏହି ନୂଆ ସିକ୍ୟୁରିଟି ସିଷ୍ଟମ ଖୁବ୍‌ ସହଜରେ ଲଢ଼େଇ କରି ଜିତିପାରିବ । ଏହା ବ୍ୟତୀତ ସଂସ୍ଥା ଘୋଷଣା କରିଛି କି, ଗ୍ରାହକଙ୍କୁ ଥ୍ରେଟ୍‌ ଇଣ୍ଟେଲିଜେନ୍ସ, ୱାର୍କଫ୍ଲୋ ଏବଂ ଅନ୍ୟ ଜରୁରୀ ସୁରକ୍ଷା ପାଇଁ ପ୍ଲଗ୍‌ ଇନ୍‌ ଇଣ୍ଟିଗ୍ରେସନ୍‌ ମଧ୍ୟ ଉପଲବ୍ଧ କରାଇବ ।

କମ୍ପାନୀର ବିଶ୍ୱାସ ରହିଛି ଯେ, AI ଦ୍ୱାରା ପ୍ରସ୍ତୁତ ଏହି ସିକ୍ୟୁରିଟି ସିଷ୍ଟମ, IT ସଂସ୍ଥା ତଥା ବିଭିନ୍ନ ବଡ଼ ବଡ଼ ସଂସ୍ଥାକୁ ସୁରକ୍ଷା ପ୍ରଦାନ କରିବାରେ ସଫଳ ହେବ । ଆମେରିକାରେ ଏକ ଘରୋଇ ସଂସ୍ଥା ଏହାକୁ ପରୀକ୍ଷା ମୂଳକ ଭାବେ ବ୍ୟବହାର କରିବା ମଧ୍ୟ ଆରମ୍ଭ କରିଛି ।