Advertisment

Facebook: ଫେସ୍‌ବୁକ୍ ୟୁଜର୍ ସାବଧାନ! ଆପଣଙ୍କ ବ୍ୟକ୍ତିଗତ ମେସେଜ୍ ଦେଖିବ ଏହି କମ୍ପାନୀ

ବର୍ତ୍ତମାନ ଫେସ୍‌ବୁକ୍ ଏକ ବଡ ଡିଲ୍ କରିଛି ଏବଂ ଏହି ଡିଲ୍ କୌଣସି ସାମଗ୍ରୀକୁ ନେଇ ନୁହେଁ, ବରଂ ଆପଣଙ୍କ ତଥ୍ୟକୁ ନେଇ। ଫେସ୍‌ବୁକ୍ ନେଟ୍‌ଫ୍ଲିକ୍ସ ସହିତ ଏକ ଡିଲ୍ କରିଛି ଯେଉଁଥିରେ ପ୍ରାଇଭେଟ୍ ମେସେଜ୍ ବଦଳରେ ତଥ୍ୟ ପାଇଁ ଏକ ଚୁକ୍ତିନାମା ଅଛି।

author-image
Pramod Behera
ଅଦ୍ୟତନ ହୋଇଛି
Facebook allowing Netflix to access users private messages

Facebook allowing Netflix to access users private messages

ଇଣ୍ଟର୍‌ନେଟ୍ କମ୍ପାନୀଗୁଡିକ କାହାର ସମ୍ପର୍କୀୟ ନୁହେଁ। ଅନେକ ଇଣ୍ଟରନେଟ୍ କମ୍ପାନୀ ମାଗଣା ସେବା ପ୍ରଦାନ କରନ୍ତି ସତ କିନ୍ତୁ ଯାହା ପ୍ରକୃତରେ ମାଗଣା ନୁହେଁ। ଆପଣ ହୁଏତ ଭାବୁଥିବେ ଯେ ଆପଣ ମାଗଣାରେ ସେବା ନେଉଛନ୍ତି କିନ୍ତୁ ବାସ୍ତବତା ପୂରା ଅଲଗା। ଆପଣ ସିନା ମାଗଣାରେ ସେବା ନେଉଛନ୍ତି, କିନ୍ତୁ ଏହା ବଦଳରେ ସେମାନଙ୍କୁ ତଥ୍ୟ (ଆପଣଙ୍କ ସୂଚନା) ଦେଉଛନ୍ତି।

Advertisment

ସୂଚନା ଅନୁଯାୟୀ ବର୍ତ୍ତମାନ ଫେସ୍‌ବୁକ୍ ଏକ ବଡ ଡିଲ୍ କରିଛି ଏବଂ ଏହି ଡିଲ୍ କୌଣସି ସାମଗ୍ରୀକୁ ନେଇ ନୁହେଁ, ବରଂ ଆପଣଙ୍କ ତଥ୍ୟକୁ ନେଇ। ଫେସ୍‌ବୁକ୍ ନେଟ୍‌ଫ୍ଲିକ୍ସ ସହିତ ଏକ ଡିଲ୍ କରିଛି ଯେଉଁଥିରେ ପ୍ରାଇଭେଟ୍ ମେସେଜ୍ ବଦଳରେ ତଥ୍ୟ ପାଇଁ ଏକ ଚୁକ୍ତିନାମା ଅଛି। ଏହି ସହଭାଗୀତା ଅନୁଯାୟୀ, ଫେସ୍‌ବୁକ୍ ଏହାର ମେସେଞ୍ଜର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଚାଟ୍ ତଥ୍ୟକୁ ନେଟ୍‌ଫ୍ଲିକ୍ସକୁ ଦେବ ଏବଂ ଏହାର ପ୍ରତିବଦଳରେ ନେଟ୍‌ଫ୍ଲିକ୍ସ ଏହାର ବ୍ୟବହାରକାରୀଙ୍କ ତଥ୍ୟକୁ ଫେସ୍‌ବୁକ୍‌କୁ ଦେବ।

ଅଧିକ ପଢ଼ନ୍ତୁ: ଫେସ୍‌ବୁକ୍‌-ଗୁଗଲ ବ୍ୟବହାର କରୁଛନ୍ତି କି ? ଜାଣିନିଅନ୍ତୁ କ’ଣ କହୁଛି ରିସର୍ଚ୍ଚ ରିପୋର୍ଟ...

Advertisment

ଏକ ଡକ୍ୟୁମେଣ୍ଟ ସାମ୍ନାକୁ ଆସିବା ପରେ ଏହା ସାମ୍ନାକୁ ଆସିଛି। ଏହି ଖବର ମେଟା ଏହାର ଷ୍ଟ୍ରିମିଂ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ମଧ୍ୟରେ ଆସିଛି। ରେଡ୍ ଟେବୁଲ୍ ଟକ୍ ପରି ମୂଳ ଶୋ ମଧ୍ୟ ଗତ ବର୍ଷ ଏପ୍ରିଲରେ ଫେସ୍‌ବୁକ୍ ୱାଚ୍‌ରେ ସାମିଲ୍ ଥିଲା। ଷ୍ଟ୍ରିମିଂ ବ୍ୟବସାୟକୁ ଶେଷ କରିବା ପାଇଁ ମେଟା ଏହି ନିଷ୍ପତ୍ତି ନେଇଥିଲା।

ଲିକ୍ ହୋଇଥିବା ଡକ୍ୟୁମେଣ୍ଟରେ ଦାବି କରାଯାଇଛି ଯେ ଫେସ୍‌ବୁକ୍ ଏବଂ ନେଟ୍‌ଫ୍ଲିକ୍ସ ମଧ୍ୟରେ ଏହି ଡିଲ୍ ୨୦୧୩ ରେ କରାଯାଇଥିଲା। ଏହାପୂର୍ବରୁ ମେଟା କହିଥିଲା ଯେ ଫେସ୍‌ବୁକ୍‌ ମେସେଞ୍ଜର ଚାଟ୍ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍ଟ ହୋଇଛି। ନେଟ୍‌ଫ୍ଲିକ୍ସ ଫେସ୍‌ବୁକ୍‌‌ରେ ଏହାର ବିଜ୍ଞାପନକୁ ବାର୍ଷିକ ୧୫୦ ମିଲିୟନ୍ ଡଲାରକୁ ବୃଦ୍ଧି କରିଛି ଏବଂ ଏହା ୨୦୧୯ ମସିହାରୁ ହେଉଛି। ଫେସ୍‌ବୁକ୍ ୱାଚ୍ ବନ୍ଦ ପଛରେ ନେଟ୍‌ଫ୍ଲିକ୍ସର ମଧ୍ୟ ହାତ ଅଛି ବୋଲି ବିଶ୍ୱାସ କରାଯାଉଛି।

ଅଧିକ ପଢ଼ନ୍ତୁ: ଅସୁବିଧାରେ ପକାଉଛି କି ଫେସ୍‌ବୁକ୍‌ ଓଡ଼ିଆ ଟ୍ରାନ୍ସଲେଟର...ଜାଣନ୍ତୁ କାରଣ...

Facebook Facebook Privacy Facebook Users Data
Advertisment
Advertisment