Advertisment

ଏଣେତେଣେ ମୋବାଇଲ ଫୋନ୍ ଚାର୍ଜ କରନ୍ତୁନି , ନହେଲେ ଚୋରି ହୋଇଯିବ ସବୁ ଡାଟା

ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚାର୍ଜ ନକରିବାକୁ କହିଛି ପୋଲିସ।

author-image
Chandan Shishu
ଅଦ୍ୟତନ ହୋଇଛି
Avoid Public Charging Stations

ଏଣେତେଣେ ମୋବାଇଲ ଫୋନ୍ ଚାର୍ଜ କରନ୍ତୁନି, ନହେଲେ ଚୋରି ହୋଇଯିବ ସବୁ ଡାଟା

ଏଣେ ତେଣେ ମୋବାଇଲ ଫୋନ୍ ଚାର୍ଜ ନକରିବାକୁ ପରାମର୍ଶ। ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚାର୍ଜ ନକରିବାକୁ କହିଛି ପୋଲିସ। ଏ ନେଇ ଓଡ଼ିଶା ପୋଲିସ ପକ୍ଷରୁ ସତର୍କତା ଜାରି ହୋଇଛି। ସାଇବର ଠକଙ୍କ କବଳରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଇଛି ପୋଲିସ। ସର୍ବସାଧାରଣ ସ୍ଥାନରେ ଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ ନ କରିବାକୁ ପୋଲିସ ପରାମର୍ଶ ଦେଇଛି।  ଏମିତି ଚାର୍ଜ କରିବା ଦ୍ୱାରା ସାଇବର ଠକ ମୋବାଇଲରୁ ବ୍ୟକ୍ତିଗତ ଡାଟା ନେଇପାରନ୍ତି। ମୋବାଇଲରେ ନିଷିଦ୍ଧ ଆପ୍ ଇନଷ୍ଟଲ କରି ସବୁ ଡାଟା ନେଇଯାଇପାରନ୍ତି ବୋଲି କହିଛି ଓଡ଼ିଶା ପୋଲିସ।

Advertisment

ଏନେଇ ସାଇବର ଏକ୍ସପର୍ଟ ଅଭିଜିତ ମହାନ୍ତ କହିଛନ୍ତି ଯେ ଯେତେବେଳେ କେହି ଚାର୍ଜିଂ ଷ୍ଟେସନ୍‌ରେ ଚାର୍ଜ କରୁଛନ୍ତି, ସେତେବେଳେ ପଏଣ୍ଟ ପଛରେ କଣ ଲାଗିଛି, ତାହା ସେମାନଙ୍କୁ ଅଜଣା ଥାଏ। ସେଥିପାଇଁ ଅଜଣା ଜାଗାରେ ମୋବାଇଲ ଲଗାନ୍ତୁନି। ଯଦି ସମ୍ପୃକ୍ତ ସ୍ଥାନମାନଙ୍କରେ ସର୍ଭେଲାନ୍ସ ରହୁଛି, (ଯେପରିକି ଏୟାରପୋର୍ଟ) ତେବେ ମୋବାଇଲ ଚାର୍ଜ କଲେ କୌଣସି ଅସୁବିଧା ନାହିଁ। 

Advertisment

ହେଲେ ଅଜଣା ଜାଗା ତଥା ପବ୍ଲିକ୍ ବସ୍‌ଷ୍ଟାଣ୍ଡ, ମେଡିକାଲରେ ଚାର୍ଜ କରନ୍ତୁ ନାହିଁ। ଏଠାରେ ଚାର୍ଜ କଲେ ଡାଟା ଚୋରି ହୋଇପାରେ। ଯଦି ଚାର୍ଜ ସରିଯିବା ନେଇ ଆଶା ପ୍ରକଟ କରୁଛନ୍ତି, ତାହାହେଲେ ପାୱାର ବ୍ୟାଙ୍କ୍‌ ସାଥୀରେ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି।

ମୋବାଇଲ୍ ଉପଭୋକ୍ତାଙ୍କୁ ଫେକ୍ ଫୋନ କଲ୍ କରି ଟଙ୍କା ଲୁଟି ନେଉଥିବା ଲୁଟେରାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏମାନେ କାହାକୁ କେୱାଇସି ଅପଡେଟ୍ ନାଁରେ ତ ଆଉ କାହାକୁ ଋଣର ପ୍ରଲୋଭନ ଦେଖାଇ ଲୁଟୁଥିଲେ । ସେଭଳି ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରି, ୬ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହି ଲୁଟେରାମାନେ ଦୁର୍ଗମ ଅଞ୍ଚଳରେ ରହି କେମିତି ଲୁଟ୍ କରୁଥିଲେ, ତା’ର ଏକ ଚାଞ୍ଚଲ୍ୟକର ଖୁଲାସା କରିଥିଲା କ୍ରାଇମ୍‌ବ୍ରାଞ୍ଚ ା 

Advertisment
Advertisment