Advertisment

Deepseek: ବିଶ୍ବସନୀୟତା ହରାଇଲା ଚୀନର AI ଚାଟ ବଟ Deepseek

ମାତ୍ର ୬ ମାସ ମଧ୍ୟରେ ଚୀନର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଏହି ଆପର ନିର୍ମାଣ କରି ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହାର ଅସଲ ଚେହେରା ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିଛି। ଏହି ଏଆଇ ଆପ ଦ୍ବାରା ବାସ୍ତବ ତଥ୍ୟ ସାମ୍ନାକୁ ଆସୁନାହିଁ ବରଂ ଚୀନ ସରକାରଙ୍କୁ ସୁହାଇବା ଭଳି ତଥ୍ୟ ସାମ୍ନାକୁ ଆସୁଛି।

ଅଦ୍ୟତନ ହୋଇଛି
Deepseek

Deepseek

Advertisment

ଚୀନର ଏଆଇ ଚାଟ ବଟ Deepseek ସାଧାରଣରେ ଏହାର ବିଶ୍ବସନୀୟତା ହରାଇଛି। ଚୀନରେ ନିର୍ମିତ ଏହି ଆପକୁ ନେଇ ପ୍ରଥମେ ଆମେରିକା ମଧ୍ୟ ଚିନ୍ତାରେ ରହିଥିଲା। ମାତ୍ର ୬ ମାସ ମଧ୍ୟରେ ଚୀନର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଏହି ଆପର ନିର୍ମାଣ କରି ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହାର ଅସଲ ଚେହେରା ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିଛି। ଏହି ଏଆଇ ଆପ ଦ୍ବାରା ବାସ୍ତବ ତଥ୍ୟ ସାମ୍ନାକୁ ଆସୁନାହିଁ ବରଂ ଚୀନ ସରକାରଙ୍କୁ ସୁହାଇବା ଭଳି ତଥ୍ୟ ସାମ୍ନାକୁ ଆସୁଛି।

Advertisment

କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଡିପସିକକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଟ୍ରମ୍ପ କହିଥିଲେ ଚୀନର ଏକ ଷ୍ଟାର୍ଟ ଅପ ମାତ୍ର ୬ ମାସ ମଧ୍ୟରେ ଯଦି ଏଭଳି ଆପ ନିର୍ମାଣ କରି ପାରୁଛି ତେବେ ଆମେରିକୀୟ ରିସର୍ଚ୍ଚର ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଏହି ଆପଟି ବର୍ତ୍ତମାନ ଆମେରିକା ବଜାରରେ ହଇଚଇ ସୃଷ୍ଟି କରିଛି। ଆପଲ ଷ୍ଟୋରରେ ସବୁଠାରୁ ଅଧିକ ଇନଷ୍ଟଲ ହେଉଥିବା ଆପ ମଧ୍ୟରେ ଡିପସିକ ସ୍ଥାନ ପାଇଛି।

ତେବେ ଚାଇନା ଓ ଏହା ସହ ବିବାଦ ଥିବା ଜିନିଷ ସମ୍ପର୍କରେ କୌଣସି ପ୍ରଶ୍ନ ପଚାରିଲେ ଏହି ଆପରୁ ତାର ଉତ୍ତର ମିଳି ପାରୁ ନାହିଁ। ଜଣେ ୟୁଜର ଏମିତି କିଛି ପ୍ରଶ୍ନ କରିବା ପରେ ତୁରନ୍ତ ଏହାର ସ୍କ୍ରିନ ଶଟ ନେଇ ରେଡିଟରେ ଅପଲୋଡ କରିଥିଲେ। ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶକୁ ନେଇ ଏହି ପ୍ରଶ୍ନଟି କରାଯାଇଥିଲା। ୟୁଜର ଜଣଙ୍କ ଲଖିଥିଲେ ଅରୁଣାଚଳ ପ୍ରଦେଶ ଏକ ଭାରତୀୟ ରାଜ୍ୟ। ଏହାର ଉତ୍ତରରେ ଡିପସିକ ଲେଖିଥିଲା ଏହା ମୋର ଉତ୍ତର ଦେବାର ପରିସୀମା ବାହାରେ। ଅନ୍ୟ କିଛି କୁହନ୍ତୁ। ସମାନ ୟୁଜର ପରବର୍ତ୍ତୀ ପ୍ରଶ୍ନରେ ଲେଖିଥିଲେ ଭାରତର ନର୍ଥ ଇଷ୍ଟ ରାଜ୍ୟ ଗୁଡିକ କଣ। ଏହାର ଉତ୍ତରରେ ମଧ୍ୟ ଡିପସିକ ସମାନ ଜିନିଷ ଲେଖିଥିଲା।

Advertisment

ଅଧିକ ପଢନ୍ତୁ : ଚୀନର AI ଟେକ୍ନୋଲୋଜି ଡିପ୍ ସିକ, ଚିନ୍ତାରେ ଡୋନାଲ୍ଡ ଟ୍ରମ୍ପ

ରେଡିଟରେ ଏହି ସ୍କ୍ରିନ ଶଟ ଭାଇରାଲ ହେବା ପରେ ଅନେକ ୟୁଜର ଏହି ଆପକୁ ସମାଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଚାଇନା ଭାରତର ଏକାଧିକ ଉତ୍ତର ପୂର୍ବ ଅଞ୍ଚଳ ସହିତ ଏହାର ସୀମା ଶେୟାର କରିଥାଏ। ଅରୁଣାଚଳ ପ୍ରଦେଶକୁ ଏହା ନିଜର ଅଂଶ ବୋଲି ଦାବି କରୁଛି। କେବଳ ଏତିକି ନୁହଁ ସି ଜିନପିଙ୍ଗଙ୍କ ‍ସମ୍ପର୍କରେ କୌଣସି ପ୍ରଶ୍ନ ପଚାରିଲେ ଅଥବା ଭାରତ-ଚୀନ ୧୯୬୨ ମସିହାର ଯୁଦ୍ଧ ସମ୍ପର୍କରେ ପ୍ରଶ୍ନ କଲେ ମଧ୍ୟ ଏହି ଆପ ଉତ୍ତର ଦେବାରେ ସକ୍ଷମ ହେଉନାହିଁ। ଅଥବା ଭାରତ-ଚୀନ ୧୯୬୨ ମସିହାର ଯୁଦ୍ଧରେ ଚୀନ ବିଜୟୀ ହୋଇଥିବା ନେଇ ଏହି ଆପ ଉତ୍ତର ରଖୁଥିବା ବେଳେ ଏହି ଯୁଦ୍ଧ କାହିଁକି ଆରମ୍ଭ ହେଲା ବୋଲି ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହେଉନାହିଁ।

ଏହି ଆପ ଉପରେ ଚୀନ ସରକାରଙ୍କ ନିୟନ୍ତ୍ରଣ ରହୁଥିବାରୁ ଏହା ପ୍ରକୃତ ସୂଚନା ଦେବାରେ ସକ୍ଷମ ହେବ ନାହିଁ ବୋଲି ଅନେକ ୟୁଜର ଅନୁମାନ କରିଛନ୍ତି। ଚୀନର ହାଙ୍ଗଝୋ ସହରରେ ଗତ ବର୍ଷ ଏହି ଡିପସିକ୍ ଆପ୍ ତିଆରି ହୋଇଥିଲା । ମାତ୍ର ୬ ମାସରେ ନୂଆ କରି ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ କମ୍ପାନୀ ଏହାକୁ ତିଆରି କରିଛି। ଚାଟ ଜିପିଟି ଆପ୍ ବର୍ଷ ବର୍ଷର ରିସର୍ଚ୍ଚ ପରେ ତିଆରି ହୋଇଥିବା ବେଳେ ଏହା କମ ସମୟ ମଧ୍ୟରେ ସବୁଠୁ ଭଲ ସେବା ପ୍ରଦାନ କରିବା ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଛି।

Advertisment

ଅଧିକ ପଢନ୍ତୁ : ପ୍ରେମିକକୁ ବିଷ ଦେଇ ହତ୍ୟା, ପ୍ରେମିକାକୁ ଫଶୀ ଦଣ୍ଡ ଶୁଣାଇଲେ କୋର୍ଟ

Artificial Intelligence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ