Advertisment

Deepseek:ଚୀନର AI ଟେକ୍ନୋଲୋଜି ଡିପ୍ ସିକ, ଚିନ୍ତାରେ ଡୋନାଲ୍ଡ ଟ୍ରମ୍ପ

ଆମେରିକାର ସେୟାର ମାର୍କେଟରେ ମଧ୍ୟ ଡିପସିକ ପ୍ରଭାବ ପକାଇଛି। ଯାହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଟେକନୋଲୋଜି କ୍ଷେତ୍ରରେ ଚୀନର ପ୍ରତିଯୋଗିତା ଦେଖି ଆମେରିକାର ଟେକନୋଲୋଜି କ୍ଷେତ୍ର ନିଶ୍ଚିତ ଭାବେ ଆଲର୍ଟରେ ଆସିବା ଦରକାର ବୋଲି କହିଛନ୍ତି ଟ୍ରମ୍ପ।

ଅଦ୍ୟତନ ହୋଇଛି
Deepseek

Deepseek

Advertisment

ସାରା ବିଶ୍ବରେ ହଲଚଲ ସୃଷ୍ଟି କଲାଣି ଚୀନରଏଆଇ ଟେକନୋଲୋଜି। ଚୀନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମୋବାଇଲ ଆପ୍ଲିକେସନ ଡିପସିକ୍ ଆମେରିକା ଭଳି ବୈଷୟିକ କୌଶଳରେ ସମୃଦ୍ଧ ଦେଶକୁ ମଧ୍ୟ ଚିନ୍ତାରେ ପକାଇଛି। ଏହି ଆପ୍ ଲୋକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଛି ଯେ ଚାଟ ଜିପିଟି ଭଳି ଆପ୍ଲିକେସନକୁ ମଧ୍ୟ ପଛରେ ପକାଇ ଦେଇଛି। ବର୍ତ୍ତମାନ ନୂଆ ରେଜିଷ୍ଟ୍ରେସନ ବନ୍ଦ ରହିଛି। ଅନେକ ଜାଗାରେ କାମ କରିବା ମଧ୍ୟ ବନ୍ଦ କରିଛି।

Advertisment

କିନ୍ତୁ ଚାଟ ଜିପିଟିର ଅସ୍ତିତ୍ବ ଉପରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଡିପ ସିକ। ଚାଟ ଜିପିଟିର ବିଭିନ୍ନ ସେବାକୁ ବ୍ୟବହାର କରିବାକୁ ହେଲେ ଅର୍ଥ ପଇଠ କରିବାକୁ ହେବ, କିନ୍ତୁ ଚୀନର ଡିପ୍ ସିକ୍ ସମ୍ପୂର୍ଣ୍ଣ ମାଗଣାରେ ସେବା ଯୋଗାଉଛି। ଡିପ୍ ସିକ୍ ସର୍ଭରରେ ସାଇବର ଆକ୍ରମଣ ହେବା ଯୋଗୁଁ ବର୍ତ୍ତମାନ ସେବା ବନ୍ଦ ରହିଛି। କିନ୍ତୁ ଆମେରିକାରେ ଆପଲ ଷ୍ଟୋରରୁ ସର୍ବାଧିକ ଡାଉନଲୋଡ କରିଥିବା ଆପ୍ ପାଲଟିଯାଇଛି ଡିପ୍ ସିକ୍।

ଅଧିକ ପଢନ୍ତୁ : ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

Advertisment

ଆମେରିକାର ସେୟାର ମାର୍କେଟରେ ମଧ୍ୟ ଡିପସିକ ପ୍ରଭାବ ପକାଇଛି। ଯାହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଟେକନୋଲୋଜି କ୍ଷେତ୍ରରେ ଚୀନର ପ୍ରତିଯୋଗିତା ଦେଖି ଆମେରିକାର ଟେକନୋଲୋଜି କ୍ଷେତ୍ର ନିଶ୍ଚିତ ଭାବେ ଆଲର୍ଟରେ ଆସିବା ଦରକାର ବୋଲି କହିଛନ୍ତି ଟ୍ରମ୍ପ। ତେବେ ଡିପ ସିକ ପ୍ରଭାବରେ ବିଭିନ୍ନ ଟେକ୍ନୋଲୋଜି ସହ ଜଡିତ ଷ୍ଟକ ଗୁଡିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଟେକ୍ନୋଲୋଜି ସହ ଜଡିତ ଷ୍ଟକ ଗୁଡିକ ପ୍ରାୟ ୧.୨ ଟ୍ରିଲିୟନ ଡଲାର ଅର୍ଥ ହରାଇଥିଲେ।

ଚୀନର ହାଙ୍ଗଝୋ ସହରରେ ଗତ ବର୍ଷ ଏହି ଡିପସିକ୍ ଆପ୍ ତିଆରି ହୋଇଥିଲା । ମାତ୍ର ୬ ମାସରେ ନୂଆ କରି ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ କମ୍ପାନୀ ଏହାକୁ ତିଆରି କରିଛି। ଚାଟ ଜିପିଟି ଆପ୍ ବର୍ଷ ବର୍ଷର ରିସର୍ଚ୍ଚ ପରେ ତିଆରି ହୋଇଥିବା ବେଳେ ଏହା କମ ସମୟ ମଧ୍ୟରେ ସବୁଠୁ ଭଲ ସେବା ପ୍ରଦାନ କରିବା ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଛି।

Advertisment

ଆମେରିକା ସହ ଇଂଲଣ୍ଡରେ ମଧ୍ୟ ଏହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଟେକଲୋଲୋଜି କ୍ଷେତ୍ରରେ ଚୀନ ଆମେରିକାକୁ ଟକ୍କର ଦେବାକୁ ପ୍ରୟାସ କରୁଛି ବୋଲି ବିଶେଷଜ୍ଞ ମାନେ ମତ ରଖୁଛନ୍ତି। ଚୀନ ଭଳି ଦେଶକୁ ଆଡଭାନ୍ସ ସେମିକଣ୍ଡକଟର ଭଳି ସାମଗ୍ରୀ ରପ୍ତାନୀ ବନ୍ଦ କରିଥିବା ବେଳେ ଚୀନର ସଫଳତା ଆମେରିକାକୁ ଆଶ୍ଚର୍ଯ୍ୟ କରିଛି।

ଅଧିକ ପଢନ୍ତୁ : ପ୍ରେମିକକୁ ବିଷ ଦେଇ ହତ୍ୟା, ପ୍ରେମିକାକୁ ଫଶୀ ଦଣ୍ଡ ଶୁଣାଇଲେ କୋର୍ଟ

Artificial Intelligence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ