Advertisment

ଆଉ ଚଳିବନି ଠକେଇ ଚାଲାକି, ସାଇବର ଲୁଟେରାଙ୍କୁ ଚେକ୍ ଦେବାକୁ ‘ଚକ୍ଷୁ’ ପୋର୍ଟାଲ

ଏଣିକି ଆଉ ବର୍ତ୍ତି ପାରିବେନି ସାଇବର୍ ଠକ। ଲୋକଙ୍କୁ ଭୁଆଁ ବୁଲେଇ କଲ୍, ମେସେଜ୍ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଠକୁଥିବା ସାଇବର ଲୁଟେରାଙ୍କୁ ଚେକ୍ ଦେବ ଟେଲିକମ୍ ବିଭାଗ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Chakshu Portal

ଫୋନ୍ କଲ୍ , SMS, ହ୍ୱାଟସ୍‌ ଆପ୍ ମାଧ୍ୟମରେ ଲୋଭନୀୟ ଅଫର। କାହାକୁ ଲଟେରୀ, କାହାକୁ ଗାଡ଼ି ତ ଆଉ କାହାକୁ ସହଜରେ ଋଣ କରିଦେବାକୁ ଆସୁଛି ଅଫର୍। ସାଇବର ଲୁଟେରାଙ୍କ ଟାର୍ଗେଟରେ ସାଧାରଣ ଜନତା। କିଛି ଏହାକୁ ଅଣଦେଖା କରୁଛନ୍ତି, ଆଉ କିଛି ଲୁଟେରାଙ୍କ କଥାରେ ପଡ଼ି ସର୍ବସ୍ୱାନ୍ତ ହେଉଛନ୍ତି। ନିରୀହ ଉପଭୋକ୍ତା ସାଇବର ଲୁଟର ଶିକାର ହେବା ପରେ ସାଇବର ଥାନାରେ ଦ୍ୱାରସ୍ଥ ହେଉଛନ୍ତି।

Advertisment

ତେବେ ଏଥିରୁ ବର୍ତ୍ତିବାକୁ ଭାରତୀୟ ଦୂରସଂଚାର ବିଭାଗ ଆଣିଛି ନୂଆ ଅନଲାଇନ୍ ପୋର୍ଟାଲ। ସଂଚାର ସାଥୀର ନୂଆ ଫିଚର 'ଚକ୍ଷୁ' ଜରିଆରେ ଲୁଟେରାଙ୍କ ଉପରେ ନଜର ରଖିବ ଦୂରସଂଚାର ବିଭାଗ। ସାଇବର ଥାନା ବଦଳରେ ଘରେ ବସି କରିପାରିବେ ସାଇବର ଲୁଟେରାଙ୍କ ବିରୋଧରେ ଅଭିଯୋଗ। ଗତକାଲି ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନୂଆ ଫିଚରର ଉଦଘାଟନ କରିଛନ୍ତି।

କିପରି କାର୍ଯ୍ୟ କରିବ ଏହି ଚକ୍ଷୁ ? କେମିତି ବଞ୍ଚିବେ ସାଇବର ଲୁଟେରା କବଳରୁ? ଲୁଟେରାଙ୍କ ହାବୁଡ଼ରେ ପଡ଼ିଲେ କ’ଣ କରିବେ ମୋବାଇଲ ଉପଭୋକ୍ତା? ସର୍ଚ୍ଚ ଇଞ୍ଜିନରେ ସଂଚାର ସାଥୀ ଡଟ୍ ଜିଓଭି ଡଟ୍ ଇନ୍ ଖୋଲିବା ପରେ ସିଟିଜେନ୍ ସେଣ୍ଟ୍ରିକ୍ ସର୍ଭିସେସକୁ କ୍ଳିକ୍ କରିବେ। ଏହା ପରେ ଚକ୍ଷୁ ଉପରେ କ୍ଲିକ୍ କଲେ ଖୋଲିବା ଚକ୍ଷୁ ଫିଚରର ସ୍ୱତନ୍ତ୍ର ପେଜ୍।

Advertisment

ଏହା ପରେ ଠକେଇ ସମ୍ବନ୍ଧିତ ବିବରଣୀ ଦେବା ପରେ ରେଜିଷ୍ଟର ହୋଇଯିବ ଉପଭୋକ୍ତାଙ୍କ ଅଭିଯୋଗ। ଖୁବ ସରଳ ଓ ସହଜରେ ସାଇବର ଲୁଟେରାଙ୍କ ତଥ୍ୟ ପହଞ୍ଚିବ ଟେଲିକମ ଡିପାର୍ଟମେଣ୍ଟ ନିକଟରେ। ଠକଙ୍କ ମୋବାଇଲ ନମ୍ବର ଯାଞ୍ଚ କରିବା ସହିତ ନମ୍ବର ସମ୍ଭନ୍ଧୀୟ ଅଧିକ ତଥ୍ୟ ଯାଞ୍ଚ କରିବ ପୋର୍ଟାଲ। ନିର୍ଦ୍ଦିଷ୍ଟ ନମ୍ବର ବିରୋଧରେ ବାରମ୍ବାର ଅଭିଯୋଗ ଆସିଲେ ନମ୍ବର ଖାରଜ କରିବା ସହ ନମ୍ବର ବ୍ୟବହାରକାରୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ବିଭାଗ। ତେବେ ଏହାର ଦୁରୁପଯୋଗ ଉପରେ ଧ୍ୟାନ ଦେବାକୁ କହିଛନ୍ତି ସାଇବର ଏକ୍ସପର୍ଟ । ସାଧାରଣ ଲୋକେ ଏହି ପୋର୍ଟାଲ ମାଧ୍ୟମରେ ସ୍ୱର ଉଠାଇଲେ ଅନ୍ୟ ଲୋକେ ବି ଉପକାର ପାଇପାରିବେ।

Cyber Crime Ashwini Vaishnow Cyber Security
Advertisment
Advertisment