Advertisment

Security Issues:ବିପଦରେ Androidrର ଏହି ଭର୍ସନ୍, ହୋଇଯିବ ଆକାଉଣ୍ଟ ଖାଲି!

ବିପଦରେ Android ୧୫-୧୬ ଭର୍ସନ୍। ସାଇବର ଆକ୍ରମଣର ଟାର୍ଟେଟ୍‌ରେ ଏହି Androidର ଭର୍ସନ। ଏନେଇ ଭାରତ ସରକାରଙ୍କ ତରଫରୁ ଦିଆଯାଇଛି ଚେତାବନୀ।

author-image
Manasranjan Mohanty
ଅଦ୍ୟତନ ହୋଇଛି
ANDROID

ANDROID

ବିପଦରେ Android ୧୫-୧୬ ଭର୍ସନ୍। ସାଇବର ଆକ୍ରମଣର ଟାର୍ଟେଟ୍‌ରେ ଏହି Androidର ଭର୍ସନ। ଏନେଇ ଭାରତ ସରକାରଙ୍କ ତରଫରୁ ଦିଆଯାଇଛି ଚେତାବନୀ।ଭାରତ ସରକାରଙ୍କ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଟିମ୍ ବା CERT-In ଏହି ଭର୍ସନ୍‌ରେ ଚାଲୁଥିବା ସ୍ମାର୍ଟଫୋନଗୁଡ଼ିକ ସମ୍ପର୍କରେ ଏକ ଗମ୍ଭୀର ସୁରକ୍ଷା ଚେତାବନୀ ଜାରି କରିଛି। ଏହି ବିପଦ ବିଶେଷ କରି Samsung ପରି ନୂଆ ଡିଭାଇସ୍ ଏବଂ ଲକ୍ଷାଧିକ ପୁରୁଣା Android ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ।

Advertisment

ରିପୋର୍ଟରେ କୁହାଯାଇଛି ଯେ ଏହାର ସୁଯୋଗ ନେଇ ହ୍ୟାକର୍ସମାନେ ସମ୍ବେଦନଶୀଳ ସୂଚନାଗୁଡିକୁ ଚୋରି କରିପାରିବେ ଏବଂ ଫୋନରେ ‘ସର୍ଭିସ୍ ଡିନାଏଡ୍ ବା ସିଷ୍ଟମ ବନ୍ଦ’ ଭଳି ପରିସ୍ଥିତି ସୃଷ୍ଟି କରିପାରିବେ।

ରିପୋର୍ଟରେ କୁହାଯାଇଛି ଯେ Android ରେ ଏହି ତ୍ରୁଟି କେବଳ ପୁରୁଣା ଭର୍ସନ୍ ପାଇଁ ନୁହେଁ, ବରଂ ନୂଆ ଭର୍ସନ୍‌ରେ ବି ରହିଛି। ଫଳରେ ଏହା ପ୍ରତ୍ୟେକ ନିର୍ମାତା ଏବଂ ପ୍ରତ୍ୟେକ ୟୁଜରଙ୍କୁ ବିପଦରେ ପକାଇପାରେ।

Advertisment

ସୁରକ୍ଷା ବୁଲେଟିନ୍ ଅନୁଯାୟୀ, ଏହି ଦୁର୍ବଳତା ପ୍ରାୟ ସମସ୍ତ ଆଣ୍ଡ୍ରଏଡ୍ ଫୋନ୍ ବ୍ରାଣ୍ଡକୁ ପ୍ରଭାବିତ କରିପାରିବ। ଏହା ୟୁଜରଙ୍କ ବ୍ୟକ୍ତିଗତ ଡାଟା, ଫଟୋ, ବ୍ୟାଙ୍କ ଇନ୍‌ଫର୍‌ମେସନ ଏବଂ ପାସୱାର୍ଡକୁ ସାର୍ଜଜନୀନ କରିପାରେ। ଫଳରେ ହ୍ୟାକର୍ସମାନେ ଡିଭାଇସରେ ପଶି ୟୁଜରଙ୍କ ବ୍ୟକ୍ତିଗତ ସୂଚନା ସହିତ ଅନଲାଇନରେ ଟଙ୍କା ମଧ୍ୟ ଚୋରି କରିପାରିବେ।

ଏହି ଖବର ଏବେ ଅନେକ ନିର୍ମାତାଙ୍କୁ ଚିନ୍ତାରେ ପକାଇ ଦେଇଛି। ଫଳରେ Samsung, OnePlus, Xiaomi ଏବଂ Vivo ଭଳି ବ୍ରାଣ୍ଡଗୁଡ଼ିକ ସେମାନଙ୍କ ଗ୍ରାହକଙ୍କ ପାଇଁ ସୁରକ୍ଷା ଅପଡେଟ୍ ଜାରି କରୁଛନ୍ତି। ଉପଭୋକ୍ତାମାନେ ତୁରନ୍ତ ଅପଡେଟ୍ ଯାଞ୍ଚ କରି ସେମାନଙ୍କର ଫୋନ୍‌କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି।

Android Phones Android Users Android Devices Security Issues
Advertisment
Related Articles
Advertisment