Advertisment

ଭୁଲି ଯାଇଛନ୍ତି କି ଫୋନ୍‌ ପାସ୍‌ୱାର୍ଡ ? ଜାଣନ୍ତୁ, ଘରେ ବସି କେମିତି କରିବେ ରିସେଟ୍‌...

ଯଦି ଆପଣ ଫୋନ୍‌ ପାସ୍‌ୱାର୍ଡ, ପିନ୍‌ କିମ୍ବା ପାଟର୍ନ ଭୁଲି ଯାଇଛନ୍ତି, ତା’ହେଲେ ଘରେ ବସି ଏହାକୁ ଅନ୍‌ଲକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଉ ସର୍ଭିସ୍‌ ସେଣ୍ଟର ଯିବାକୁ ପଡ଼ିବନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Forgot your smartphone password? know how to reset at home

Forgot your smartphone password? know how to reset at home

ମୋବାଇଲ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଫୋନ୍‌ ଲକ୍‌ ଜରୁରୀ। ଏଥିପାଇଁ ପାସ୍‌ୱାର୍ଡ ଓ ପାଟର୍ନ କୋଡ୍‌ର ବ୍ୟବହାର କରାଯାଇଥାଏ। ଫୋନ୍‌କୁ ଯେଭଳି ଅନ୍ୟମାନେ ଆକ୍ସେସ୍‌ ନକରିପାରନ୍ତି ଏନେଇ ସ୍ମାର୍ଟଫୋନ୍‌ କମ୍ପାନୀ ବିଭିନ୍ନ ପ୍ରକାରର ଜ୍ଞାନକୌଶଳ ବ୍ୟବହାର କରିଥାନ୍ତି। ହେଲେ ବେଳେବେଳେ ଆମେ ଫୋନ୍‌ର ପାସ୍‌ୱାର୍ଡ ଭୁଲି ଯାଇଥାଉ। ଯାହାକୁ ନେଇ ଆମେ ଚିନ୍ତାରେ ପଡ଼ିଯାଉ। ହେଲେ ଏଣିକି ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବନି। ଯଦି ଆପଣ ଫୋନ୍‌ ପାସ୍‌ୱାର୍ଡ, ପିନ୍‌ କିମ୍ବା ପାଟର୍ନ ଭୁଲି ଯାଇଛନ୍ତି, ତା’ହେଲେ ଘରେ ବସି ଏହାକୁ ଅନ୍‌ଲକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଉ ସର୍ଭିସ୍‌ ସେଣ୍ଟର ଯିବାକୁ ପଡ଼ିବନି। ଜାଣନ୍ତୁ, କେମିତି ଘରେ ବସି ଫୋନ୍‌ ଅନ୍‌ଲକ୍‌ କରିବେ...

Advertisment

ଆଣ୍ଡ୍ରଏଡ୍‌ ଡିଭାଇସ୍‌ ପାଇଁ...

ଗୁଗଲ୍‌ ଆକାଉଣ୍ଟରେ ଫୋନ୍‌ ଅନ୍‌ଲକ୍‌ କରନ୍ତୁ...

  • ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌(Android Smartphone)ରେ ସେଟିଙ୍ଗ ଅପ୍‌ ପାଇଁ ଗୁଗଲ୍‌ ଆକାଉଣ୍ଟରେ ଲଗ୍‌ଇନ୍‌ କରାଯାଇଥାଏ। ଯଦି ଆପଣ ପାସ୍‌ୱାର୍ଡ କିମ୍ବା ପାଟର୍ନ ଭୁଲି ଯାଇଛନ୍ତି ତା’ହେଲେ ଏହି ଆକାଉଣ୍ଟକୁ ଆପଣ ଅନ୍‌ଲକ୍‌ କରିପାରିବେ।
  • ବାରମ୍ବାର ଭୁଲ୍‌ ପାସ୍‌ୱାର୍ଡ କିମ୍ବା ପାଟର୍ନ ଦେବାପରେ ସ୍କ୍ରିନ୍‌ ଉପରେ ‘Next After Some Time’ ଆପଣ କ୍ଲିକ୍‌ କରିପାରିବେ। ଏହାପରେ ସ୍କ୍ରିନ୍‌ ଉପରେ  ‘Forgot Pattern/Password’ ବଟନ୍‌ ଆସିବ।
  • ଏହି ବଟନ୍‌କୁ କ୍ଲିକ୍‌ କରିବା ପରେ ରେଜିଷ୍ଟର ହୋଇଥିବା ଫୋନ୍‌ରେ ଗୁଗଲ୍‌ ଆକାଉଣ୍ଟ ଲଗ୍‌ଇନ୍‌ କରିବା ପାଇଁ ଏକ ଅପସନ୍‌ ଆସିବ
  • ଏହି ପ୍ରକ୍ରିୟା ପରେ ଆପଣଙ୍କ ଫୋନ୍‌ ଅନ୍‌ଲକ୍‌ ହୋଇଯିବ। ଏହାପରେ ଆପଣ ନୂଆ ପାସ୍‌ୱାର୍ଡ କିମ୍ବା ପାଟର୍ନ ଦେଇପାରିବେ
  • ତେବେ ଏହିସବୁ ପ୍ରକ୍ରିୟା ପାଇଁ ଫୋନ୍‌ରେ ଇଣ୍ଟରନେଟ୍‌ କନେକ୍ସନ ଥିବା ନିହାତି ଜରୁରୀ

ଯଦି ଏହି ପ୍ରୋସେସ୍‌ରେ ଆପଣ ଫୋନ୍‌ ପାସ୍‌ୱାର୍ଡ ରିସେଟ୍‌ ଅର୍ଥାତ୍ ପୁଣିଥରେ ନୂଆ ପାସ୍‌ୱାର୍ଡ ଦେଉଛନ୍ତି, ତା’ହେଲେ ଏଥିରେ ଡିଭାଇସ୍‌ରେ ଥିବା କିଛି ଡାଟା ଡିଲିଟ୍‌ ହୋଇନଥାଏ।

Advertisment

ଡିଭାଇସ୍‌ରେ Factory ରିସେଟ୍‌ କରନ୍ତୁ...

ଯଦି ପୂର୍ବ ପ୍ରକ୍ରିୟା କାମ ନକରେ, ତା’ହେଲେ ଏହିସବୁ ପ୍ରକ୍ରିୟାରେ ମଧ୍ୟ ଆପଣ ଆଣ୍ଡ୍ରଏଡ୍‌ ଡିଭାଇସ୍‌କୁ ରିସେଟ୍‌ କରିପାରିବେ।

  • ପ୍ରଥମେ ଫୋନ୍ ସ୍ୱିଚ୍‌ ଅଫ୍‌ କରନ୍ତୁ
  • କିଛି ସମୟ ପାଇଁ ପାୱାର ବଟନ୍‌ ସହ Volume Up or Down ବଟନ୍‌କୁ ଧରି ରଖନ୍ତୁ
  • ଏବେ ଫୋନ୍‌ ରିକଭରି ମୋଡ୍‌କୁ ଯିବ। ଏହାପରେ ଆପଣ Factory ରିସେଟ୍‌ ଅପସନ୍‌ କ୍ଲିକ୍‌ କରିବା ପରେ ‘Clean/Erase Data’ ଓ ‘Wipe Cache’ ଦେବେ
  • ମୋବାଇଲ୍‌ ଅନ୍‌ କରିବା ପରେ କିଛି ସମୟ ଅପେକ୍ଷା କରିବେ। ଏହାପରେ ପାସ୍‌ୱାର୍ଡ କିମ୍ବା ପାଟର୍ନ ଅପ୍‌ସନ୍‌ ଆସିବ ଓ ଏହାକୁ ସେଟ୍‌ ଅପ୍‌ କରି ଆପଣ ଆରମ୍ଭରୁ ପାସ୍‌ୱାର୍ଡ କିମ୍ବା ପାଟର୍ନ ଦେଇପାରିବେ

iPhone ୟୁଜର୍ସଙ୍କ ପାଇଁ...

ଯଦି ଆପଣ iPhone ବ୍ୟବହାର କରୁଛନ୍ତି ଓ ପାସ୍‌କୋଡ୍‌ ଭୁଲି ଯାଇଛନ୍ତି, ତା’ହେଲେ ଜାଣନ୍ତୁ କ’ଣ କରିବେ ଏଭଳି ସ୍ଥିତିରେ...

  • ଯଦି  iPhoneର ପାସ୍‌କୋଡ୍ ଭୁଲି ଯାଇଛନ୍ତି, ତା’ହେଲେ ପ୍ରଥମେ ଫୋନ୍‌ ସ୍ୱିଚ୍‌ ଅଫ୍ କରନ୍ତୁ। ପାୱାର୍‌ ବଟନ୍‌ କ୍ଲିକ୍‌ କରି ଫୋନ୍‌ ଅଫ୍‌ କରିପାରିବେ
  • ଫୋନ୍‌କୁ ରିକଭରି ମୋଡ୍‌କୁ ଆଣିବା ପାଇଁ ଡିଭାଇସ୍‌କୁ ଆପଣଙ୍କର Macbook କିମ୍ବା କମ୍ପ୍ୟୁଟରେ କନେକ୍ଟ କରନ୍ତୁ ଓ ପାୱାର ବଟନ୍‌କୁ ଧରି ରଖନ୍ତୁ। ଯଦି ଆପଣ iPhone 7 ସିରିଜ୍‌ ବ୍ୟବହାର କରୁଛନ୍ତି ତା’ହେଲେ ଭଲ୍ୟୁମ୍‌ ଡାଉନ୍‌ ବଟନ୍‌ ଧରି ରଖନ୍ତୁ ଏବଂ ପୁରୁଣା iPhone ପାଇଁ ହୋମ୍‌ ବଟନ୍ ବ୍ୟବହାର କରିପାରିବେ
  • ଏଥିପାଇଁ ଆପଣଙ୍କ PC କିମ୍ବା Macରେ iTunes ଇନ୍‌ଷ୍ଟଲ୍‌ ହୋଇଥିବା ଜରୁରୀ। ଏହାପରେ ସ୍କ୍ରିନ୍‌ରେ ରିକଭରି ମୋଡ୍‌ ଆସିବ ଓ ଏହାକୁ ଆପଣ  iTunes ସଫ୍ଟୱେୟାରରେ କଣ୍ଟ୍ରୋଲ କରିପାରିବେ
  • ରିଷ୍ଟୋର୍‌ ଅପସନ୍‌ କ୍ଲିକ୍‌ କରିବା ପରେ ଆପଣ PC କିମ୍ବା Macରେ iTunes ପାଇପାରିବେ। ଏହାପରେ ଫୋନ୍‌ରେ ଥିବା ସମସ୍ତ ଡାଟା ଓ ପାସ୍‌କୋଡ୍‌ ଡିଲିଟ୍‌ ହୋଇଯିବ।
  • ବ୍ୟାକ୍‌ଅପ୍‌କୁ ଯାଇ ଆପ୍‌ ଓ ସେଟିଙ୍ଗ ରିଷ୍ଟୋର କରିବା ପରେ ନୂଆ ପାସ୍‌କୋଡ୍‌ ଦେଇପାରିବେ
Smartphones Smartphone Password Reset Phone Password Reset
Advertisment
Advertisment