• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମିଥ୍ୟା ଖବର ପ୍ରସାରଣ କରୁଥିବା ୟୁଜରଙ୍କ ଆକାଉଣ୍ଟକୁ ବିପଦ । ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍‌ଆପ୍‌ ନିକଟରେ୨୩ ଲକ୍ଷ ଆକାଉଣ୍ଟ ବନ୍ଦ କରିଦେଇଛି । ଲୋକଙ୍କୁ ଭୁଲ ଖବର ଦେଇ ଭ୍ରମିତ କରିବା ଭଳି ମାମଲାରେ ଆକାଉଣ୍ଟକୁ ବନ୍ଦ କରିଛି କମ୍ପାନୀ । ତେବେ ଆକାଉଣ୍ଟ ଯେପରି ବ୍ୟାନ୍‌ ନହେବ, ସେଥିପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଜାରି କରାଯାଇଛି । ଅନ୍ୟପଟେ କମ୍ପାନୀର ସର୍ତ୍ତାବଳୀ ଉଲ୍ଲଂଘନ କରୁଥିବା ଆକାଉଣ୍ଟକୁ ବ୍ୟାନ୍‌ କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ମିଛ ଖବର, ଘୋଟାଲା ଏବଂ ଠକେଇ ସହିତ ଜଡିତ ମିଥ୍ୟା ଖବ ପ୍ରସାର କରୁଥିବା ଆକାଉଣ୍ଟଗୁଡିକ ଏଥିରେ ସାମିଲ ।

ଫରୱାର୍ଡ ମେସେଜ୍‌କୁ ଆଗକୁ ପଠାନ୍ତୁନି

ହ୍ୱାଟସ୍‌ଆପରେ ଆସିଥିବା ମେସେଜ୍‌ର ସତ୍ୟତା ସମ୍ପର୍କରେ ନଜାଣି ଫରୱାର୍ଡ କରନ୍ତୁ ନାହିଁ । ଫରୱାର୍ଡ ମେସେଜ ପଠାଇବା ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏଥିପାଇଁ ହ୍ୱାଟସ୍‌ଆପ୍‌ ମେସେଜ୍‌ ପଠାଇବା ସଂଖ୍ୟାକୁ ସୀମିତ କରିସାରିଛି । ଯଦ୍ୱାରା ଆପଣ କେବଳ ଏକ ସମୟରେ ପାଞ୍ଚ ଜଣକୁ ମେସେଜ୍‌ ପଠାଇ ପାରିବେ ।

ସ୍ୱୟଂଚାଳିତ କିମ୍ବା ବଲ୍କ ମେସେଜିଂ

ଅଟୋ-ମେସେଜ୍ , ଅଟୋ-ଡାଏଲ୍ ଏବଂ ବଲ୍କ ମେସେଜ୍ ଠାରୁ ଦୂରେଇ ରୁହନ୍ତୁ । ଏହି ପ୍ରକାର ମେସେଜ୍‌ ଗୁଡ଼ିକ ହ୍ୱାଟସଆପ୍‌ର ମେସିନ୍ ଲର୍ନିଂ ଟେକ୍ନୋଲୋଜିରେ ସ୍ପାମର୍ ବର୍ଗରେ ରଖାଯାଇଛି । ହ୍ୱାଟସଆପ୍‌ର ମେସିନ୍ ଲର୍ନିଂ ଟେକ୍ନୋଲୋଜିରେ ଏଣୁତେଣୁ ମେସେଜ୍‌ ପଠାଉଥିବା ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରି ବ୍ୟାନ୍‌ କରିଥାଏ ।

ବ୍ରଡକାଷ୍ଟ ଲିଷ୍ଟ ( broadcast lists)

ପ୍ରସାରଣ ତାଲିକା ବା ବ୍ରଡକାଷ୍ଟ ଲିଷ୍ଟ , ଆପଣଙ୍କୁ ଏକାଥରକେ ଏକାଧିକ ଲୋକଙ୍କୁ ମେସେଜ୍‌ ପଠାଇବାକୁ ଅନୁମତି ପ୍ରଦାନ କରିଥାଏ । ଏପରି ସ୍ଥିତିରେ ବାରମ୍ବାର ମେସେଜ୍‌ ପଠାଇଲେ ଲୋକେ ବିରକ୍ତ ହୋଇ ମେସେଜକୁ ରିପୋର୍ଟ ମାରିପାରନ୍ତି । ବାରମ୍ବାର ଅଭିଯୋଗ ପରେ ହ୍ୱାଟ୍ସଆପ୍‌ ଆକାଉଣ୍ଟ ବ୍ୟାନ୍‌ ହେବାର ଅନେକ ସମ୍ଭାବନା ରହିଛି ।

ହ୍ୱାଟସ୍‌ଆପ୍‌ ଗ୍ରୁପ୍‌

ମନ ଇଚ୍ଛା ତଥା ବିନା ଅନୁମତିରେ କାହାକୁ ହ୍ୱାଟସ୍‌ଆପ୍‌ ଗ୍ରୁପରେ ଆଡ୍‌ କରନ୍ତୁ ନାହିଁ । ଗୋଟିଏ ଗ୍ରୁପରୁ ବାରମ୍ବାର ଲୋକେ ଲେପ୍ଟ ହେଉଥିଲେ ଆପଣଙ୍କ ଆକାଉଣ୍ଟ ବିପଦରେ ପଡ଼ିପାରେ । ଏହାସହ କେହି ଅଭିଯୋଗ କଲେ ଆକାଉଣ୍ଟ ବ୍ୟାନ୍‌ ହେବାର ଆଶାଙ୍କା ରହିଛି ।

ନିଜ କଣ୍ଟାକ୍ଟ ନମ୍ବରକୁ ମେସେଜ୍‌ କରନ୍ତୁ

ଆପଣଙ୍କ ମୋବାଇଲରେ ଥିବା କଣ୍ଟାକ୍ଟ ନମ୍ବରକୁ ହିଁ ମେସେଜ୍‌ କରନ୍ତୁ । ଅଜଣା ନମ୍ବରକୁ ମେସେଜ୍‌ କରି ଲୋକଙ୍କୁ ବିରକ୍ତ କରନ୍ତୁ ନାହିଁ । 

ହ୍ୱାଟସ୍‌ଆପ୍‌ ସେବାର ସର୍ତ୍ତାବଳୀ ଉଲ୍ଲଂଘନ କରନ୍ତୁ ନାହିଁ

ୟୁଜରଙ୍କ ପାଇଁ ହ୍ୱାଟସ୍‌ଆପ୍‌ ସେବାର ସ୍ୱତନ୍ତ୍ର ସର୍ତ୍ତାବଳୀ ରହିଛି । ଏହି ନିୟମ ଗୁଡ଼ିକରେ ମିଥ୍ୟା ଖବର, ସ୍କାମ ଏବଂ ଜାଲିଆତି ସହ ଜଡିତ ମିଥ୍ୟା ଖବର ବାଣ୍ଟିବା ଏବଂ ଜଣେ ଉପଭୋକ୍ତାଙ୍କୁ ହଇରାଣ କରିବା ଆଦି ଅନ୍ତର୍ଭୁକ୍ତ । ଏହି ନିୟମ ଗୁଡ଼ିକ ଉଲ୍ଲଂଘନ କଲେ ଆକାଉଣ୍ଟ୍‌ ବ୍ୟାନ୍‌ ହୋଇପାରେ । ତେଣୁ ଏପରି ଭୁଲ କରନ୍ତୁ ନାହିଁ ।