/odishatv-khabar/media/post_attachments/uploadimage/library/16_9/16_9_0/Speed_Shoe_1667046753.jpg)
Speed Shoe
ଆଶ୍ଚର୍ଯ୍ୟ ଲାଗୁଛି ନା । ଆଜ୍ଞା ଏକଥା ସତ । ଏହି ଜୋତାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ଦେଖିବାକୁ ଏକ ସ୍କେଟ୍ ସୁଜ୍ ଭଳି । କିନ୍ତୁ ଏଥିରେ ସ୍କେଟିଂ କରାଯିବ ନାହିଁ । ଏଥିରେ ୮ଟି ଚକା ଲାଗିଛି । ଯାହାକି ଅତ୍ୟନ୍ତ ଶକ୍ତିଶାଳି । ତାହା ଶୀଘ୍ର ଖରାପ ହେବ ନାହିଁ । ଏହି ଜୋତାକୁ ଏମିତି ଏକ ଟେକ୍ନୋଲୋଜିରେ ତିଆରି କରାଯାଇଛି, ଯାହାକି ଆପେ ଆପେ ଆପଣଙ୍କ ଚାଲିର ସ୍ପିଡ୍ ଅନୁସାରେ କମିବ ଏବଂ ବଢ଼ିବ । ଏଥିରେ ଏକ ସେନ୍ସର ମଧ୍ୟ ଲାଗିଛି, ଯାହାଦ୍ୱାରା ଏହାକୁ ପିନ୍ଧିଥିବା ଲୋକର ଲୋକେସନ୍ ଟ୍ରାକ୍ କରିହେବ ।
Speed Shoeଏହି ଜୋତାକୁ ମୁନ୍ୱାକର୍ସ କୁହାଯାଉଛି । ସିଫ୍ଟ ରୋବୋଟିକ୍ କମ୍ପାନୀ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଗତ ସପ୍ତାହରେ ଏହି ଜୋତା ସମ୍ବନ୍ଧରେ ଏହାର ଅଫିସିଆଲ ୱେବ୍ସାଇଟ୍ରେ ତଥ୍ୟ ପ୍ରକାଶ ପାଇଛି । ଏହି ଜୋତାର ଷ୍ଟ୍ରିପ୍ ଗୁଡ଼ିକୁ ଏମିତି ଭାବେ ଡିଜାଇନ୍ କରାଯାଇଛି ଯେ, ଯେକେହି ଏହାକୁ ପିନ୍ଧିପାରିବେ । ଯିଏ ପିନ୍ଧିବ ସେହି ପାଦ ଅନୁସାରେ ଜୋତା ଷ୍ଟ୍ରିପ୍ଗୁଡ଼ିକୁ ଟାଇଟ୍ କରିବ । ସାଧାରଣ ଜୋତା ସହ ମଧ୍ୟ ଏହାକୁ ପିନ୍ଧି ହେବ । ଏହା ସମ୍ପୂର୍ଣ୍ଣରୂପେ ବ୍ୟାଟେରୀ ଚାଳିତ ଜୋତା ।
Speed Shoeତେବେ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ମୁନ୍ୱାକର ଜୋତାର ମୂଲ୍ୟ ୧୩୯୯ ଡଲାର ବା ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧ ଲକ୍ଷ ୧୫ ହଜାର ୩୩୨ ଟଙ୍କା । କମ୍ପାନୀ ପାଖରେ ଏହି ମୁନ୍ୱାକର ପାଇଁ ଅନେକ ଅର୍ଡର ପହଞ୍ଚି ସାରିଲାଣି । ୨୦୨୩ ମାର୍ଚ୍ଚ ପରଠାରୁ ଏହାର ଡେଲିଭରୀ ଆରମ୍ଭ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)