Advertisment

Yuvraj behind Shubman Gill success: ଗିଲଙ୍କ ସଫଳତା ପଛରେ ରହିଛ ଯୁବରାଜଙ୍କ ବଡ ଭୂମିକା- ୟୋଗରାଜ

ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହିଥିବା ବେଳେ ଏହାର ସମସ୍ତ ଶ୍ରେୟ ଯୁବରାଜ ସିଂଙ୍କୁ ଯିବ ବୋଲି କହିଛନ୍ତି। ଯୁବରାଜଙ୍କ ମେଣ୍ଟରସିପ ଓ ଶୁବମନଙ୍କ ପିତାଙ୍କ କଠିନ ପରିଶ୍ରମ ନେପଥ୍ୟରେ ତାଙ୍କୁ ସଫଳତମ କ୍ରିକେଟର ଭାବେ ଗଢି ତୋଳିଛି।

ଅଦ୍ୟତନ ହୋଇଛି
gill

gill

Advertisment

ସର୍ବଦା ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କ୍ରିକେଟର ୟୋଗରାଜ ସିଂ ଭାରତୀୟ ଟେଷ୍ଟ ଦଳର ନବନିଯୁକ୍ତ ଅଧିନାୟକ ଶୁବମନ ଗିଲଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହିଥିବା ବେଳେ ଏହାର ସମସ୍ତ ଶ୍ରେୟ ଯୁବରାଜ ସିଂଙ୍କୁ ଯିବ ବୋଲି କହିଛନ୍ତି। ଯୁବରାଜଙ୍କ ମେଣ୍ଟରସିପ ଓ ଶୁବମନଙ୍କ ପିତାଙ୍କ କଠିନ ପରିଶ୍ରମ ନେପଥ୍ୟରେ ତାଙ୍କୁ ସଫଳତମ କ୍ରିକେଟର ଭାବେ ଗଢି ତୋଳିଛି।

Advertisment

ଶୁବମନ ଆଜି ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ଅଧିନାୟକ ମଧ୍ୟ ରହିବେ। ତେବେ ଜଣେ ସଫଳ କ୍ରିକେଟର ହେବାକୁ ଯେଉଁ ଦିଗଦର୍ଶନ ଆବଶ୍ୟକ ତାହା ଯୁବରାଜଙ୍କ ଠାରୁ ପାଇଥିବା କାରଣରୁ ଗିଲ ଏତେ ବାଟ ଆସି ପାରିଛନ୍ତି ବୋଲି କହିଛନ୍ତି ୟୋଗରାଜ।

ଅଧିକ ପଢ଼ନ୍ତୁ: ଆଇପିଏଲ ପ୍ରଦର୍ଶନକୁ ନେଇ ଖଣ୍ଡାଧାରରେ ୩ ଖେଳାଳିଙ୍କ ଭାଗ୍ୟ, ଟିମ ଇଣ୍ଡିଆରୁ ଡ୍ରପ ହୋଇ ପାରନ୍ତି

Advertisment

ଯୁବରାଜ ଜଣେ ଅତ୍ୟନ୍ତ ବୁଦ୍ଧିମାନ କ୍ରିକେଟର। ସେ ଗିଲଙ୍କୁ ନିଜ ଅଧୀନରେ ନେବା କାରଣରୁ ହିଁ ସେ ଜଣେ ଭଲ ଖେଳାଳି ଓ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି। ଗିଲ ସମସ୍ତ ଫର୍ମାଟରେ ନିଜର ଦକ୍ଷତା ଓ ଟେକନିକ ବଳରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି। ୨୫ ବର୍ଷୀୟ ଗିଲ ଟେଷ୍ଟ ଟିମର ଅଧିନାୟକ ଭାବେ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ସେ ସଫଳ ହେବା ନେଇ ୟୋଗରାଜ ଆଶା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗିଲ ପୂର୍ବରୁ ଥରେ ମାତ୍ର ଭାରତୀୟ ଦଳର ନେତୃତ୍ବ ନେଇଛନ୍ତି। ୨୦୨୪ରେ ଜିମ୍ବାୱେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଗିଲ ଭାରତର କ୍ୟାପଟେନ ରହିଥିଲେ। ଶନିବାର ଇଂଲଣ୍ଡ ସିରିଜ ପାଇଁ ଦଳ ଘୋଷଣା ହୋଇଥିବା ବେଳେ ଗିଲଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଥିଲା। ୨୦୨୦-୨୧ରେ ଡେବ୍ୟୁ କରିଥିବା ଶୁବମନ ଏ ପର୍ଯ୍ୟନ୍ତ ୩୨ଟି ଟେଷ୍ଟରୁ ୧୮୯୩ ରନ୍ କରିଛନ୍ତି । ଏଥିରେ ୫ ସେଞ୍ଚୁରୀ ସହ ୭ଟି ହାଫ୍ ସେଞ୍ଚୁରୀ ରହିଛି। କ୍ୟାପଟେନ୍ସି ରେସରେ ଶୁବମନଙ୍କ ସହ ଯଶପ୍ରୀତ୍ ବୁମରା, ରିଷଭ ପନ୍ତ ଓ କେଏଲ ରାହୁଲ ଥିଲେ। ତେବେ ଆସନ୍ତା ବିଶ୍ବ ଟେଷ୍ଟ ଚାମ୍ପିୟନସିପକୁ ଦୃଷ୍ଟିରେ ରଖି ଶୁବମନଙ୍କୁ ଦାୟିତ୍ବ ଦିଆଯାଇଥିବା କହିଥିଲେ ଅଜିତ ଅଗରକର। ଅନ୍ୟ ପକ୍ଷରେ ବୁମରାଙ୍କୁ ବେଶି ୱାର୍କଲୋଡ୍ ନ ଦେବା ଲାଗି ଓ ରାହୁଲଙ୍କୁ ବ୍ୟାଟର ଭାବେ ଖେଳାଇବାକୁ ନିଷ୍ପତ୍ତି ହୋଇଥିବାରୁ ଉଭୟ ସିନିୟର କ୍ୟାପଟେନ୍ସି ରେସରୁ ବାଦ୍ ପଡିଥିଲେ।

Advertisment

ଅନ୍ୟ ପକ୍ଷରେ କର୍ଣ୍ଣାଟକରେ ରାହୁଲଙ୍କ ଟିମମେଟ କରୁଣ ନାୟାର ୮ ବର୍ଷର ବ୍ୟବଧାନ ପରେ ଭାରତୀୟ ଦଳକୁ ଫେରିଥିବା ବେଳେ ପ୍ରଥମ ଥର ଟେଷ୍ଟ ଦଳକୁ ଡାକରା ପାଇଛନ୍ତି ଶୁବମନ ଗିଲଙ୍କ ଗୁଜରାଟ ଟାଇଟନ୍ସ ଓପନିଙ୍ଗ ପାର୍ଟନର ସାଇ ସୁଦର୍ଶନ।

ଅଧିକ ପଢ଼ନ୍ତୁ: ‘ପ୍ରିୟ କ୍ରିକେଟ୍, ଦୟାକରି ମୋତେ ଆଉ ଏକ ସୁଯୋଗ ଦିଅ’

Yuvraj Singh Shubman Gill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ