Advertisment

Jaiswal Trolled For Drop Catch: ଏକା ଥରକେ ୩ଟି କ୍ୟାଚ ଛାଡିଲେ ଜୟସ୍ବାଲ, ଏମିତି ପ୍ରତିକ୍ରିୟା ପ୍ରକାଶ କଲେ ଫ୍ୟାନ

ୱେଷ୍ଟ ଇଣ୍ଡିଜ, ଅଷ୍ଟ୍ରେଲିଆ ପରେ ଇଂଲଣ୍ଡରେ ଶତକ ହାସଲ କରିଥିଲେ ଜୟସ୍ବାଲ। ତେବେ କ୍ରିକେଟ ଫ୍ୟାନଙ୍କ ଏହି ଭଲ ପାଇବା ମାତ୍ର ୨ ଦିନ ମଧ୍ୟରେ ପଲଟି ଯାଇଥିଲା। ପ୍ରଶଂସା ବଦଳରେ ଏହି ଯୁବ ଖେଳାଳିଙ୍କୁ ଚାରି ଆଡୁ ସମାଲୋଚନା କରାଯାଇଥିଲା।

ଅଦ୍ୟତନ ହୋଇଛି
jaiswal

jaiswal

Advertisment

ଭାରତରେ କ୍ରିକେଟରଙ୍କୁ ଫ୍ୟାନମାନେ ଦେବତା ଭଳି ପୂଜା କରନ୍ତି । ଭାରତ ପରି କ୍ରିକେଟ ପାଗଳ ଦେଶରେ କ୍ରିକେଟରଙ୍କୁ ଭଲପାଇବା ମିଳୁଥିବା ବେଳେ ସମାନ ଭାବରେ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥାଏ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଭାରତୀୟ କ୍ରିକେଟର ୟଙ୍ଗ ସେନସେସନ ଯଶସ୍ବୀ ଜୟସ୍ବାଲ। 

Advertisment

ପ୍ରଥମ ଇନିଂସରେ ଜୟସ୍ବାଲ ଏକ ଚମତ୍କାର ଶତକ ହାସଲ କରିଥିଲେ। ଲିଡ୍ସରେ ପ୍ରଥମ ବାମହାତୀ ଓପନିଂ ବ୍ୟାଟର ଭାବେ ଶତକ ହାସଲ କରିଥିବା ଜୟସ୍ବାଲଙ୍କ ପ୍ରଶଂସାରେ ଇଣ୍ଟରନେଟ ଶତମୁଖ ହୋଇଥିଲା। ୱେଷ୍ଟ ଇଣ୍ଡିଜ, ଅଷ୍ଟ୍ରେଲିଆ ପରେ ଇଂଲଣ୍ଡରେ ଶତକ ହାସଲ କରିଥିଲେ ଜୟସ୍ବାଲ। ତେବେ କ୍ରିକେଟ ଫ୍ୟାନଙ୍କ ଏହି ଭଲ ପାଇବା ମାତ୍ର ୨ ଦିନ ମଧ୍ୟରେ ପଲଟି ଯାଇଥିଲା। ପ୍ରଶଂସା ବଦଳରେ ଏହି ଯୁବ ଖେଳାଳିଙ୍କୁ ଚାରି ଆଡୁ ସମାଲୋଚନା କରାଯାଇଥିଲା।

ଅଧିକ ପଢ଼ନ୍ତୁ: ପୁଣି ଥରେ ଭାଇରାଲ ହେଲା ପନ୍ତଙ୍କ ଷ୍ଟମ୍ପ ମାଇକ ବୟାନ, ବୋଲରଙ୍କୁ କହିଲେ ଏମିତି...

Advertisment

ଲିଡ୍ସରେ ଖେଳା ଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ବ୍ୟାଟିଂ କରୁଥିବା ସମୟରେ ଜୟସ୍ବାଲଙ୍କ ଫିଲ୍ଡିଂ ଅତ୍ୟନ୍ତ ସାଧାରଣ ରହିଥିଲା। ସେ ୩ଟି କ୍ୟାଚ ମିସ କରିଥିଲେ। ୩ ଜଣ ବ୍ୟାଟରଙ୍କ କ୍ୟାଚ ହାତଛଡା କରିଥିଲେ ଜୟସ୍ବାଲ ଯେଉଁମାନେ ବଡ ସ୍କୋର କରିବାରେ ସମର୍ଥ ହୋଇଥିଲେ। ୧୫ ରନରେ ବ୍ୟାଟିଂ କରୁଥିବା ବେଳେ ବେନ ଡକେଟଙ୍କ କ୍ୟାଚ ହାତଛଡା କରିଥିଲେ ଜୟସ୍ବାଲ। ପରେ ସେ ୬୨ ରନ ସ୍କୋର କରିଥିଲେ। ସେହିପରି ୬୦ ରନରେ ବ୍ୟାଟିଂ କରୁଥିବା ବେଳେ ଓଲି ପୋପଙ୍କ କ୍ୟାଚ ଛାଡିଥିଲେ ଜୟସ୍ବାଲ। ପୋପ ଇଂଲଣ୍ଡ ଇନିଂସର ସର୍ବାଧିକ ସ୍କୋରର ରହି ୧୦୬ ରନ କରିଥିଲେ। ଶେଷରେ ହ୍ୟାରୀ ବ୍ରୁକ ୮୩ ରନରେ ବ୍ୟାଟିଂ କରୁଥିବା ବେଳେ ଗଲିରେ ଏକ କଷ୍ଟସାଧ୍ୟ ସୁଯୋଗ ହାତଛଡା କରିଥିଲେ। ସେ ମଧ୍ୟ ୯୯ ରନ କରିଥିଲେ।

Advertisment

ଜୟସ୍ବାଲଙ୍କ ଖରାପ ଫିଲ୍ଡିଂ କାରଣରୁ ଭାରତ ପ୍ରଥମ ଇନିଂସରେ ମାତ୍ର ୬ ରନର ଅଗ୍ରଣୀ ହାସଲ କରିଥିଲା। ଏହାକୁ ନେଇ ଫ୍ୟାନ ମାନେ ଜୟସ୍ବାଲଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଭାରତୀୟ ଫିଲ୍ଡର ପ୍ରଥମ ଇନିଂସରେ ସମୁଦାୟ ୬ କ୍ୟାଚ ହାତଛଡା କରିଥିଲେ। ଜଣେ ୟୁଜର ଲେଖିଥିଲେ ଯଶସ୍ବୀ ଜୟସ୍ବାଲ ଜଣେ ଅଦ୍ବିତୀୟ ବ୍ୟାଟିଂ ପ୍ରତିଭା ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ତାଙ୍କ ଫିଲ୍ଡିଂର ସ୍ତର ମଣ୍ଟି ପାନେସରଙ୍କଠୁ ବି ଖରାପ।

ଆଉ ଜଣେ ୟୁଜର ଲେଖିଥିଲେ ପ୍ରଥମେ ଏମସିଜିରେ ୩ଟି ଡ୍ରପ କ୍ୟାଚ ଓ ବର୍ତ୍ତମାନ ଲିଡ୍ସରେ ସମାନ ଭାବେ ୩ଟି ଡ୍ରପ କ୍ୟାଚ। ଜୟସ୍ବାଲଙ୍କ ଫିଲ୍ଡିଂ ମୋ ଜୀବନ ଖରାପ କରିଦେଲା। ତେବେ ପ୍ରଥମ ଇନିଂସରେ ୫ ୱିକେଟ ସଫଳତା ଅର୍ଜନ କରିଥିବା ଯଶପ୍ରୀତ ବୁମରା ନିଜ ବୋଲରଙ୍କ ସମର୍ଥନରେ ବାହାରିଛନ୍ତି। ବୁମରା କହିଥିଲେ ଏହା କ୍ରିକେଟର ଏକ ଅଂଶ। କିଛି ସେକେଣ୍ଡ ପାଇଁ ଆମକୁ ଖରାପ ଲାଗିଥାଏ। ତେବେ ଆଗକୁ ବଢିବା ହିଁ କ୍ରିକେଟର ଏକମାତ୍ର ନିୟମ।


ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ ମୁହଁ ଖୋଲିଲେ ଜାଡେଜା; ଦିନିକିଆରୁ ଅବସରକୁ ନେଇ କହିଲେ ଏମିତି...

Jasprit Bumrah India Vs England Yashasvi Jaiswal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ