Advertisment

Kohli Out of Team: ପ୍ରଥମ ଦିନିକିଆରୁ ବାଦ୍ ପଡିଲେ କୋହଲି, ଜାଣନ୍ତୁ କାହିଁକି?

ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଗୁରୁବାର ଆରମ୍ଭ ହୋଇଛି। ବିଦର୍ଭ କ୍ରିକେଟ ଆସୋସିଏସନରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଛି। ତେବେ ପ୍ରଥମ ଦିନିକିଆରେ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଅନୁପସ୍ଥିତି ନେଇ ଅନେକ ପ୍ରଶ୍ନ ଉଠାଇଥିଲେ।

ଅଦ୍ୟତନ ହୋଇଛି
virat Kohli

virat Kohli

Advertisment

ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଗୁରୁବାର ଆରମ୍ଭ ହୋଇଛି। ବିଦର୍ଭ କ୍ରିକେଟ ଆସୋସିଏଶନରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଛି। ତେବେ ପ୍ରଥମ ଦିନିକିଆରେ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଅନୁପସ୍ଥିତି ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। କାହିଁକି ବିରାଟ ବାଦ ପଡିଲେ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

Advertisment

ବିରାଟ ବର୍ତ୍ତମାନ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ନାହାନ୍ତି। ସେହି କାରଣରୁ ତାଙ୍କୁ ଦଳରୁ ବାଦ ଦିଆ ଯାଇଛି କି ବୋଲି ମଧ୍ୟ ପ୍ରଶ୍ନ ଆସିଥିଲା। ଭାରତ ପକ୍ଷରୁ ଏହି ମ୍ୟାଚରେ ଯଶସ୍ବୀ ଜୟସ୍ବାଲ ପଦାର୍ପଣ ମଧ୍ୟ କରିଥିଲେ। କେବଳ ଜୟସ୍ବାଲ ନୁହନ୍ତି ହର୍ଷିତ ରାଣା ମଧ୍ୟ ଏହି ମ୍ୟାଚରେ ଡେବ୍ୟୁ କରିଥିଲେ।

ଅଧିକ ପଢନ୍ତୁ: ଲୁଚିଛପି ଯାଇଥିଲେ ବିଦେଶ; ଚାଟାର୍ଡ ଫ୍ଲାଇଟ୍‌ରେ ବିଦା କଲା ଆମେରିକା

ଅଧିନାୟକ ରୋହିତ ଶର୍ମାଙ୍କ ହାତରୁ ଜୟସ୍ବାଲ ନିଜର ଡେବ୍ୟୁ କ୍ୟାପ ହାସଲ କରିଥିଲେ। ଅନ୍ୟ ପକ୍ଷରେ ଭାରତୀୟ ପେସ ବୋଲର ମହମ୍ମଦ ଶାମିଙ୍କ ହାତରୁ ଡେବ୍ୟୁ କ୍ୟାପ ହାସଲ କରିଥିଲେ ରାଣା। ସେହିପରି ଦିନିକିଆ କ୍ରିକେଟ ବିଶ୍ବକପର ସର୍ବାଧିକ ୱିକେଟ ହାସଲକାରୀ ମହମ୍ମଦ ଶାମି ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଉଭୟ ରାଣା ଓ ଜୟସ୍ବାଲ ପୂର୍ବରୁ ଟି୨୦ ଓ ଟେଷ୍ଟ କ୍ରିକେଟରେ ପଦାର୍ପଣ କରି ସାରିଥିଲେ। ତେବେ କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାର ବିଷୟ ପାଲଟିଥିଲା କୋହଲିଙ୍କ ଅନୁପସ୍ଥିତି।

Advertisment

ବିରାଟ କୋହଲି ଅନୁପସ୍ଥିତ ଥିବା ବେଳେ ଟସ ପରେ ଏହା ଉପରୁ ପରଦା ଉଠାଇଥିଲେ ରୋହିତ ଶର୍ମା। କୋହଲିଙ୍କ ଆଣ୍ଠୁରେ ସାମାନ୍ୟ ଆଘାତ ଲାଗିଛି। ଫୁଲା ରହିଥିବାରୁ ଭାରତ କୋହଲିଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁ ନ ଥିବା ପ୍ରକାଶ କରିଥିଲେ ରୋହିତ। ଦିନିକିଆ କ୍ରକେଟ ବିଶ୍ବକପରେ ଉଭୟ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିଥିଲେ। ବିରାଟ ଏଥିରେ ୭୬୫ ରନ ସ୍କୋର କରିଥିବା ବେଳେ ରୋହିତ ଶର୍ମା ୫୯୭ ରନ ସ୍କୋର କରିଥିଲେ। ବିଶ୍ବକପ ପରେ ଉଭୟ ମାତ୍ର ୩ଟି ଲେଖାଏଁ ମ୍ୟାଚ ଖେଳିଥିଲେ। ରୋହିତ ଏଥିରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ କୋହଲି ବିଫଳ ହୋଇଥିଲେ।

ତେବେ କୋହଲି ଆହତ ହୋଇଥିବା ବେଳେ ଏହା ବର୍ତ୍ତମାନ ଓଡ଼ିଶାର କ୍ରିକେଟ ଫ୍ୟାନଙ୍କ ପାଇଁ ନିରାଶାର କାରଣ ପାଲଟିଛି। ମାତ୍ର ୨ ଦିନର ବ୍ୟବଧାନରେ ଦ୍ବିତୀୟ ଦିନିକିଆ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ବାରବାଟୀରେ କ୍ରିକେଟ ଫିଭର ଜୋର ଧରିଥିବା ବେଳେ ବର୍ତ୍ତମାନ କୋହଲି ନ ଖେଳିଲେ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିବ।

Advertisment

ଅଧିକ ପଢନ୍ତୁ: ଆମେରିକା ରାଷ୍ଟ୍ରପତିଙ୍କ କଡ଼ା ନିଷ୍ପତ୍ତି, ୩ଟି ଦେଶ ଉପରେ ଆମଦାନୀ ଟାରିଫ୍ ଲଗାଇଲେ ଟ୍ରମ୍ପ

Virat Kohli Rohit Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ