Advertisment

Rohit Sharma:କଣ ଖାସ ରହିଛି ରୋହିତଙ୍କ ନୂଆ ଗାଡ଼ିର ନମ୍ବର ପ୍ଲେଟରେ, କାହିଁକି ଚାଲିଛି ସୋସିଆଲ ମିଡିଆରେ ଚର୍ଚ୍ଚା

ରୋହିତଙ୍କ ନୂଆ କାର୍‌ର ନମ୍ବର ପ୍ଲେଟ୍ ନମ୍ବର ୩୦୧୫ ଅଟେ, ଯାହାକୁ ବୁଝିବାକୁ ପ୍ରଶଂସକମାନଙ୍କୁ ଅଧିକ ସମୟ ଲାଗିନଥିଲା। ପ୍ରକୃତରେ, ରୋହିତ କାର୍‌ର ନମ୍ବର ପ୍ଲେଟ୍‌ରେ ‘୩୦୧୫’ ନମ୍ବର ତାଙ୍କ ଦୁଇ ପିଲାଙ୍କ ଜନ୍ମଦିନ ଆଧାରରେ ରଖିଛନ୍ତି।

author-image
Manasranjan Mohanty
Rohit Sharma

Rohit Sharma

ରୋହିତ ଶର୍ମା ନିକଟରେ ଏକ ନୂଆ ଲକଜୁରୀ କାର୍ କିଣିଛନ୍ତି। ଗାଡ଼ିଟି Lamborghini Urus SE। କିଛି ଦିନ ପୂର୍ବେ ମୁମ୍ବାଇରେ ଏକ ଲାଲ୍ ରଙ୍ଗର Lamborghini Urus ଡେଲିଭରୀ ହୋଇଥିଲା, କାରଣ ରୋହିତଙ୍କୁ ତାଙ୍କର ପୁରୁଣା କାର୍ Lamborghini Urus ଡ୍ରିମ୍ ୧୧ ପ୍ରତିଯୋଗିତାର ବିଜେତାଙ୍କୁ ଦେବାକୁ ପଡ଼ିଥିଲା।

Advertisment

ରୋହିତଙ୍କ ନୂଆ କାର୍‌ର ନମ୍ବର ପ୍ଲେଟ୍ ନମ୍ବର ୩୦୧୫ ଅଟେ, ଯାହାକୁ ବୁଝିବାକୁ ପ୍ରଶଂସକମାନଙ୍କୁ ଅଧିକ ସମୟ ଲାଗିନଥିଲା। ପ୍ରକୃତରେ, ରୋହିତ କାର୍‌ର ନମ୍ବର ପ୍ଲେଟ୍‌ରେ ‘୩୦୧୫’ ନମ୍ବର ତାଙ୍କ ଦୁଇ ପିଲାଙ୍କ ଜନ୍ମଦିନ ଆଧାରରେ ରଖିଛନ୍ତି। ଏହି ନମ୍ବର ପ୍ଲେଟ୍‌ର ମୋଟ ଯୋଗଫଳ ୪୫ ଅଟେ, ଯାହା ତାଙ୍କ ଜର୍ସି ନମ୍ବର ସହିତ ମେଳ ଖାଏ।

୩୦ ନମ୍ବର ରୋହିତ ତାଙ୍କ ଝିଅ ସମାୟରାଙ୍କ ପାଇଁ ରଖିଛନ୍ତି, ଯାହାଙ୍କର ଜନ୍ମଦିନ ଡିସେମ୍ବର ୩୦, ଆଉ ୧୫ ନମ୍ବର ତାଙ୍କ ପୁଅ ଆହାନଙ୍କ ପାଇଁ, ଯାହାଙ୍କର ଜନ୍ମଦିନ ନଭେମ୍ବର ୧୫। ରୋହିତଙ୍କ ପୁରୁଣା କାର୍‌ର ନମ୍ବର ୨୬୪ ଥିଲା, ଯାହା ଏକଦିବସୀୟ କ୍ରିକେଟ୍‌ରେ ତାଙ୍କର ସର୍ବୋଚ୍ଚ ସ୍କୋରକୁ ଦର୍ଶାଉଥିଲା।

Advertisment

କାର୍‌ର କଥା କହିବାକୁ ଗଲେ, ନୂଆ Urus SE ର ମୂଲ୍ୟ ରିପୋର୍ଟ ଅନୁଯାୟୀ ପ୍ରାୟ ୪.୫୭ କୋଟି ଟଙ୍କା । ଏହି କାର୍‌ର ବିଶେଷତ୍ଵ ହେଉଛି ଏହା ୮୦୦ହର୍ସପାୱାର, ୯୫୦ ଏନଏମ ଟର୍କ ଏବଂ ଏହା ୦-୧୦୦ କିମି/ଘଣ୍ଟା ଗତି ମାତ୍ର ୩୦୪ ସେକେଣ୍ଡରେ ହାସଲ କରିପାରେ।

ବିସିସିଆଇ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଏକଦିବସୀୟ ଭବିଷ୍ୟତକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) କୌଣସି ନିଷ୍ପତ୍ତି ନେବାକୁ ବ୍ୟଗ୍ର ନାହିଁ । ଅଗଷ୍ଟରେ ପ୍ରସ୍ତାବିତ ବାଂଲାଦେଶ ଗସ୍ତ ବାତିଲ ହେବା ପରେ ଭାରତର ପରବର୍ତୀ ଏକଦିବସୀୟ ମ୍ୟାଚ୍ ଅଷ୍ଟ୍ରେଲିଆରେ ୧୯ରୁ୨୫ ଅକ୍ଟୋବର ମଧ୍ୟରେ ଖେଳାଯିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ହେବ। ବିସିସିଆଇରେ ଏକ ମତ ରହିଛି ଯେ ଏହି ଯୋଡ଼ିଙ୍କୁ ଅଷ୍ଟ୍ରେଲିଆ ଗସ୍ତର ପ୍ରସ୍ତୁତି ପାଇଁ ଭାରତ ‘ଏ’ ଟିମ୍‌ରେ ଖେଳିବାକୁ କୁହାଯାଇପାରେ।

Virat Kohli Rohit Sharma
Advertisment
Related Articles
Advertisment