Advertisment

Virat kohli Won Heart: ପ୍ରଥମେ ଟ୍ରଫି ଜିତିଲେ, ପରେ ହୃଦୟ ଜିତିଲେ ବିରାଟ

ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ପୁଣି ଥରେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ସର୍ବଦା ପଡିଆ ଭିତରେ ହେଉ କି ପଡିଆ ବାହାରେ ଫ୍ୟାନ ମାନଙ୍କ ହୃଦୟ ଜିତିଥିବା ବିରାଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏମିତି କିଛ କାରନାମା ପୁଣି ଥରେ କରିଛନ୍ତି।

ଅଦ୍ୟତନ ହୋଇଛି
kohli

kohli

Advertisment

ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ପୁଣି ଥରେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ସର୍ବଦା ପଡିଆ ଭିତରେ ହେଉ କି ପଡିଆ ବାହାରେ ଫ୍ୟାନ ମାନଙ୍କ ହୃଦୟ ଜିତିଥିବା ବିରାଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏମିତି କିଛ କାରନାମା ପୁଣି ଥରେ କରିଛନ୍ତି। ପ୍ରଥମେ ନିଜ କ୍ୟାରିୟରର ଦ୍ବିତୀୟ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଫ୍ୟାନ ମାନଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ।

Advertisment

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ ବିଜୟ ହାସଲ କରି ନ୍ୟୁଜିଲ୍ୟାଣ୍ଡକୁ ଧୂଳି ଚଟାଇଥିଲା ଭାରତ। ଆଜିର ଏହି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଫସିଯାଇଥିଲେ । ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ମାତ୍ର ୨୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଭାରତ ୪୯ ଓଭରରେ ୬ ୱିକେଟ ହରାଇ ୨୫୨ ରନ୍‌ କରି ବିଜୟୀ ହୋଇଥିଲା।

ମ୍ୟାଚ ପରେ ଭାରତୀୟ ଦଳର ଖେଳାଳିଙ୍କ ପରିବାର ଷ୍ଟାଡିୟମରେ ରହିଥିଲେ। ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଆଲିଙ୍ଗନ କରିଥିଲେ। ସେହିପରି ଅଧିନାୟକ ରୋହିତ ଶର୍ମାଙ୍କ ପତ୍ନୀ ଓ ଝିଅ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ମା’ ମଧ୍ୟ ଦର୍ଶକଙ୍କ ମଧ୍ୟରେ ରହି ମ୍ୟାଚର ମଜା ନେଇଥିଲେ। ମ୍ୟାଚ ଶେଷ ହେବା ପରେ ଶାମି ନିଜ ମାଙ୍କ ସହିତ ପଡିଆକୁ ଆସିଥିଲେ। ଶାମି ଆସିବା ପରେ ବିରାଟ କୋହଲିଙ୍କୁ ମା’ଙ୍କ ସହ ଭେଟ କରାଇଥିଲେ। କୋହଲି ତୁରନ୍ତ ଶାମିଙ୍କ ମା’ଙ୍କ ପାଦ ଛୁଇଁଥିଲେ।

Advertisment

ଶାମିଙ୍କ ମାଙ୍କୁ ବିରାଟଙ୍କ ସମ୍ମାନ ସୋସିଆଲ ମିଡିଆରେ ବେଶ ପ୍ରଶଂସା ସାଉଁଟିଥିଲା। ଉଭୟ ଶାମି ଓ ବିରାଟ ୱିନର ଜ୍ୟାକେଟ ପିନ୍ଧିଥିବାର ନଜର ଆସିଥିଲେ। ଚଳିତ ଟୁର୍ନାମେଣ୍ଟ ଉଭୟ ଶାମି ଓ ବିରାଟଙ୍କ ପାଇଁ ଚମତ୍କାର ରହିଥିଲା। ବିରାଟ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ପ୍ଲେୟର ଅଫ ଦ ମ୍ୟାଚ ରହିଥିଲେ। ତେବେ ଫାଇନାଲରେ ବିରାଟ କୋହଲି ମାତ୍ର ୧ ରନ କରି ଆଉଟ ହୋଇଥିବା ବେଳେ ଶାମି ଗୋଟିଏ ୱିକେଟ ନେଇଥିଲେ। ତେବେ ବିପଜ୍ଜନକ ଡାରିଲ ମିଚେଲଙ୍କ ୱିକେଟ ନେବା ସହିତ ଶାମି ନ୍ୟୁଜିଲାଣ୍ଡ ରନଗତି ଉପରେ ଅଙ୍କୁଶ ଲଗାଇଥିଲେ। ଭାରତ ପକ୍ଷରୁ ଶ୍ରେୟସ ଆୟର ୫ ମ୍ୟାଚରୁ ୨୪୩ ରନ ସ୍କୋର କରିଥିବା ବେଳେ ବିରାଟ କୋହଲି ୫ ମ୍ୟାଚ ଖେଳି ୨୧୮ ରନ କରିଥିଲେ। ସେହିପରି ବୋଲିଂରେ ଶାମି ଓ ‍ବରୁଣ ଚକ୍ରବର୍ତ୍ତୀ ୯ଟି ଲେଖାଏ ୱିକେଟ ନେଇଛନ୍ତି।

ଅଧିକ ପଢ଼ନ୍ତୁ: ଏହି କାରଣରୁ ପାକିସ୍ତାନର ହେଲା କୋଟି କୋଟି ଟଙ୍କା କ୍ଷତି...

Mohammed Shami Virat Kohli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ