Advertisment

Virat Kohli Restaurant: ବିରାଟଙ୍କ ରେଷ୍ଟୁରାଣ୍ଟର ସିଝା ମକାର ଦାମ୍‌ ଶୁଣିଲେ ହେବେ ଆଶ୍ଚର୍ଯ୍ୟ ! ଏତିକି ଟଙ୍କାରେ ମିଳୁଛି...

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଷ୍ଟାର୍‌ ଅନୁଷ୍କା ଶର୍ମାଙ୍କ କଥା ଯେତେବେଳେ ଆସେ ସେତେବେଳେ ଆହୁରି ଚର୍ଚ୍ଚା ବଢି ଯାଇଥାଏ । ଆମେ ଆପଣଙ୍କୁ କହୁଛୁ ‘ୱାନ୍‌-୮’ ରେଷ୍ଟୁରାଣ୍ଟ କଥା। ହାଇଦ୍ରବାଦ୍‌ରେ ଥିବା ‘ୱାନ୍‌-୮’ ରେଷ୍ଟୁରାଣ୍ଟକୁ ଯାଇଥିଲେ ଜଣେ ଗ୍ରାହକ। ପରେ ସୋସିଆଲ ମଡ଼ିଆରେ ସେୟାରେ କଲେ ଏମିତି କଥା ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ଅଦ୍ୟତନ ହୋଇଛି
 Virat Kohli Restaurant

Virat Kohli Restaurant

Advertisment

ଆପଣଙ୍କୁ ବାହାରେ ଖାଇବାକୁ ଭଲ ଲାଗେ କି ? ବଡ଼ ବଡ଼ ହୋଟେଲରେ ଖାଇବାକୁ ଭଲ ଲାଗେ କି ? ଯଦି ହଁ ତେବେ ଆମେ ଆପଣଙ୍କୁ ଏମିତି ଏକ ହୋଟେଲ୍‌ ବା ରେଷ୍ଟୁରାଣ୍ଟ ବିଷୟରେ କହିବାକୁ ଯାଉଛୁ ଯାହାର ଖାଇବା ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଯେତେବେଳେ ବଡ଼ ବଡ଼ ସେଲିବ୍ରେଟିଙ୍କ ରେଷ୍ଟୁରାଣ୍ଟ କଥା ଆସେ ସେତେବେଳେ ଏହି ଘଟଣାକୁ ନେଇ ଆହୁରି ବେଶି ଚର୍ଚ୍ଚା ହୋଇଥାଏ। ଆଉ ଯେତେବେଳେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି ବଲିଉଡ଼ ଷ୍ଟାର୍‌ ଅନୁଷ୍କା ଶର୍ମାଙ୍କ କଥା ଆସେ ସେତେବେଳେ ଆହୁରି ଚର୍ଚ୍ଚା ବଢି ଯାଇଥାଏ । ଆମେ ଆପଣଙ୍କୁ କହୁଛୁ ‘ୱାନ୍‌-୮’ ରେଷ୍ଟୁରାଣ୍ଟ କଥା। ହାଇଦ୍ରବାଦ୍‌ରେ ଥିବା ‘ୱାନ୍‌-୮’ ରେଷ୍ଟୁରାଣ୍ଟକୁ ଯାଇଥିଲେ ଜଣେ ଗ୍ରାହକ। ପରେ ସୋସିଆଲ ମଡ଼ିଆରେ ସେୟାରେ କଲେ ଏମିତି କଥା ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। 

Advertisment

ହାଇଦ୍ରାବାଦ୍‌ ସହର ଖାଇବା, ପିଇବାକୁ ନେଇ ବହୁତ ପ୍ରସିଦ୍ଧ । ଆଉ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ‘ୱାନ୍‌-୮’କୁ ନେଇ ଏବେ ବହୁତ ଚର୍ଚ୍ଚା। ଏବେ ଜଣେ ଆଇଏସ୍‌ବି ଛାତ୍ରୀ ସ୍ନେହା ରେଷ୍ଟୁରାଣ୍ଟର ସାଧରଣ ଖାଇବାକୁ ନେଇ ପ୍ରବଳ ଅସେନ୍ତୋଷ ପ୍ରକାଶ କରିଥିଲେ। ଯାହା ଏବେ ଚର୍ଚ୍ଚାର କେନ୍ଦବିନ୍ଦୁ ପାଲିଟିଛି।  

Advertisment

ଅଧିକ ପଢ଼ନ୍ତୁ: ଟେଷ୍ଟ କ୍ରିକେଟ୍ ପାଇଁ ଲାଭଦାୟକ ହେବ କି ଦ୍ୱି-ସ୍ତରୀୟ ବ୍ୟବସ୍ଥା

କାହିଁକି ଅସେନ୍ତୋଷ ପ୍ରକାଶ କରିଥିଲେ ଛାତ୍ରୀ ?

ସ୍ନେହା ସୋସିଆଲ୍‌ ମିଡ଼ିଆ ‘ଏକ୍ସ’ରେ ବିରାଟଙ୍କ ରେଷ୍ଟୁରାଣ୍ଟକୁ ନେଇ ତାଙ୍କର ଅନୁଭୂତିକୁ ସେୟାର କରିଛନ୍ତି। ରେଷ୍ଟୁରାଣ୍ଟରେ ଯାହା ଅର୍ଡ଼ର କରିଥିଲେ ତାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସିଝା ମକା ଅର୍ଡ଼ର କରିଥିଲେ ଯାହାର ଦାମ୍‌ ଥିଲା ୫୨୫ ଟଙ୍କା ।  ସିଝା ମକା ସାଧରଣତଃ ମାର୍କେଟ୍‌ରେ ୩୦ରୁ ୫୦ ଟଙ୍କା ଭିତରେ ମିଳେ। ତେବେ ବିରାଟଙ୍କ ରେଷ୍ଟୁରାଣ୍ଟରେ ସିଝା ମକା ଏତେ ଟଙ୍କାରେ ମିଳିବା ନେଇ ସୋସିଆଲ୍ ମିଡ଼ିଆରେ ପ୍ରବଳ ଚର୍ଚ୍ଚା ଦେଖିବାକୁ ମିଳିଛି। 

ସ୍ନେହା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ‘୫୨୫ ଟଙ୍କା ଦେଇଛି ଆଜି ‘ୱାନ୍-୮’ରେ । ଯାହା ପରେ ତାଙ୍କ ପୋଷ୍ଟ ସାଙ୍ଗେ ସାଙ୍ଗେ ଭାଇରାଲ ହେବାରେ ଲାଗିଥିଲା। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଭିନ୍ନ ଲୋକଙ୍କର ଭିନ୍ନ ମତ ମଧ୍ୟ ମିଳିଥିଲା। କିଏ କିଏ ରେଷ୍ଟୁରାଣ୍ଟର ଦାମ୍‌କୁ ନେଇ ସମାଲୋଚନା କରିଥିବା ବେଳେ ଆଉ କିଛି ଲୋକ ମଧ୍ୟ ରେଷ୍ଟୁରାଣ୍ଟର ସମର୍ଥନରେ ଲେଖିଛନ୍ତି। କହିଛନ୍ତି ଏମିତିକା ବଡ଼ ବଡ଼ ରେଷ୍ଟୁରାଣ୍ଟ ଗଲେ ଏମିତି ଅଧିକ ପଇସା ଦେବାକୁ ପଡ଼ିବ। 

Advertisment

ଅଧିକ ପଢ଼ନ୍ତୁ: ବିସିସିଆଇର ‘ଗମ୍ଭୀର’ ନିଷ୍ପତ୍ତି; ଘରୋଇ କ୍ରିକେଟ୍‌ ଖେଳ, ନହେଲେ ଟିମ୍‌ରେ ନାହିଁ ସ୍ଥାନ !

Anushka Sharma Virat Kohli Hyderabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ