Virat Kohli Leaving India: କୋହଲିଙ୍କ କୋଚ୍‌ଙ୍କ ବଡ଼ ଖୁଲାସା, ଭାରତ ଛାଡ଼ି ସବୁଦିନ ପାଇଁ ଲଣ୍ଡନ ପଳାଇବେ ବିରାଟ

ବିରାଟଙ୍କ କୋଚ୍ ରାଜକୁମାର ଶର୍ମା ଜାତୀୟ ଗଣମାଧ୍ୟମରେ ଏହି ସାକ୍ଷାତକାର ଦେଇଥିଲେ । ଏହି ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ବିରାଟ କୋହଲି ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବାକୁ ଯୋଜନା କରୁଛନ୍ତି କି ?

ଭାରତ ଛାଡ଼ିବେ ବିରାଟ୍‌ !

ବିରାଟ କୋହଲିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ତାଙ୍କ ପିଲାଦିନର କୋଚ୍‌ ରାଜକୁମାର ଶର୍ମା । ସେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି କହିଛନ୍ତି ଯେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତାଙ୍କ ପରିବାର ସହିତ ଲଣ୍ଡନ ଯିବାକୁ ଯୋଜନା କରୁଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରାଜକୁମାର ଶର୍ମା କହିଛନ୍ତି ଯେ କୋହଲି ଖୁବ୍ ଶୀଘ୍ର ଭାରତ ଛାଡି ଲଣ୍ଡନକୁ ଯିବେ । ତେବେ ଏହା ପ୍ରଥମ ଥର ନୁହେଁ ବିରାଟ କୋହଲି ଲଣ୍ଡନ ଯିବା ନେଇ ଆଗରୁ ମଧ୍ୟ କିଛି ଖବର ସାମ୍ନାକୁ ଆସିଥିଲା । ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିରାଟ କୋହଲିଙ୍କ ପିଲାଦିନର କୋଚ୍ ଏହି ଖବର ଉପରେ ମୋହର ମାରିଛନ୍ତ ।

ବିରାଟଙ୍କ କୋଚ୍ ରାଜକୁମାର ଶର୍ମା ଜାତୀୟ ଗଣମାଧ୍ୟମରେ ଏହି ସାକ୍ଷାତକାର ଦେଇଥିଲେ । ଏହି ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ବିରାଟ କୋହଲି ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବାକୁ ଯୋଜନା କରୁଛନ୍ତି କି ? ଏହାର ଉତ୍ତରରେ କୋହଲିଙ୍କ ପିଲାଦିନର ପ୍ରଶିକ୍ଷକ କହିଛନ୍ତି ଯେ ହଁ, ବିରାଟ ଏଭଳି ଯୋଜନା କରୁଛନ୍ତି ଏବଂ ଏହା ଖୁବ୍‌ଶୀଘ୍ର ଘଟିବ । ବିରାଟ କୋହଲି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଦୁଇ ପିଲାଙ୍କ ସହ ଲଣ୍ଡନରେ ରହିବେ ବୋଲି ସେ କହିଥିଲେ ।

ଅଧିକ ପଢ଼ନ୍ତୁ: ଅଶ୍ୱିନ୍‌ଙ୍କ ପରେ ଅବସର ନେବେ ବିରାଟ କୋହଲି ଓ ରୋହିତ ଶର୍ମା !

ରାଜକୁମାର ଶର୍ମାଙ୍କୁ ବିରାଟ କୋହଲିଙ୍କ ଅବସର ବିଷୟରେ ମଧ୍ୟ ପଚରାଯାଇଥିଲା । ତାଙ୍କୁ ପଚରାଯାଇଥିଲା କି ବର୍ଡର-ଗାଭାସ୍କର ଟ୍ରଫି ପରେ ବିରାଟ ଅବସର ଗ୍ରହଣ କରିବେ କି? ଏହା ଉପରେ ରାଜକୁମାର ଶର୍ମା କହିଛନ୍ତି ଯେ ନା । ଏମିତି ଆଦୌ ହେବ ନାହିଁ । ବିରାଟ ଏବେ ବି ବହୁତ ଫିଟ୍ ଅଛନ୍ତି । ତାଙ୍କ ବୟସ ମଧ୍ୟ ଅଧିକ ହୋଇନାହିଁ । ସେ ଆହୁରି ୫ ବର୍ଷ କ୍ରିକେଟ୍ ଖେଳିପାରିବେ । ସେ କହିଥିଲେ ଯେ ମୁଁ ବିରାଟଙ୍କୁ ୧୦ ବର୍ଷ ବୟସରୁ ଜାଣିଛି । ତାଙ୍କ ମଧ୍ୟରେ ଆହୁରି ଅନେକ କ୍ରିକେଟ୍ ବାକି ଅଛି ବୋଲି ସେ କହିଥିଲେ ।

ସୂଚନା ଅନୁସାରେ ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲି ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଅଫ୍ ଷ୍ଟମ୍ପ ବଲ୍ ବିରାଟଙ୍କୁ ବହୁତ ଅସୁବିଧାରେ ପକାଉଛି । ପର୍ଥ ଟେଷ୍ଟରେ କୋହଲି ଏକ ଶତକ ହାସଲ କରିଥିଲେ କିନ୍ତୁ ଏହା ପରେ ସେ କ୍ରମାଗତ ବିଫଳ ହୋଇଛନ୍ତି । ଏଭଳି ପରିସ୍ଥିତିରେ ରାଜକୁମାର ଶର୍ମା ଅନୁଭବ କରୁଛନ୍ତି ଯେ କୋହଲି ମେଲବର୍ଣ୍ଣ ଏବଂ ସିଡନୀ ଗ୍ରାଉଣ୍ଡରେ ଶତକ ହାସଲ କରିବେ ।

ସେପଟେ ଆର. ଅଶ୍ୱିନ କ୍ରିକେଟରୁ ଅବସର ନେବା ପରେ ଏବେ କୁହାଯାଉଛି ଯେ ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି । ତେବେ ରାଜକୁମାର ଶର୍ମା କହିଛନ୍ତି ଯେ ବିରାଟ କୋହଲିଙ୍କ ପାଖରେ ଅନେକ କ୍ରିକେଟ୍ ବାକି ଅଛି ଏବଂ ସେ ୨୦୨୭ ODI ବିଶ୍ୱକପ ପର୍ଯ୍ୟନ୍ତ ଖେଳିବା ଉଚିତ୍ ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବେନି ଅଶ୍ବିନ, ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର