/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682421340.jpg)
Virat Kohli & Anushka Sharma
ଆଇପିଏଲ୍ରେ ବ୍ୟସ୍ତତା ସତ୍ତ୍ୱେ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ବେଙ୍ଗାଲୁରୁର ଲୋକପ୍ରିୟ ଭୋଜନାଳୟ CTR ରେ କିଛି ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଯାଇଥିଲେ । ବିରାଟଙ୍କ ପ୍ରତିଟି ଖବର ଉପରେ ଫ୍ୟାନ୍ସଙ୍କ କଡ଼ା ନଜର ରହିଥାଏ । ସ୍ୱାମୀ-ସ୍ତ୍ରୀ ଭୋଜନ କରିବାକୁ ଆସିଥିବା ଖବର ନିଆଁ ଭଳି ଖେଳିଗଲା ଓ ଭୋଜନାଳୟ ଆଗରେ ଫ୍ୟାନ୍ସଙ୍କ ଭିଡ଼ ମଧ୍ୟ ଜମିଲା । ଏହାରି ମଧ୍ୟରେ କିଙ୍ଗ୍ କୋହଲି ଜଣେ ଫ୍ୟାନ୍ସଙ୍କ ଉପରେ ରାଗିଯିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢ଼ନ୍ତୁ: ଅନୁଷ୍କାଙ୍କ ସହ ଗୋଟିଏ ଗୋଡ଼ରେ ନାଚିଲେ କୋହଲି
ଭାରତର ଚର୍ଚ୍ଚିତ ଯୋଡ଼ି ବିରାଟ-ଅନୁଷ୍କା(ବିରୁଷ୍କା) ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଆଇପିଏଲ୍ ମ୍ୟାଚ୍ର ବ୍ୟସ୍ତତା ମଧ୍ୟରୁ କିଛି ସମୟ କାଢ଼ି ଦୁହେଁ ବେଙ୍ଗାଲୁରୁର ପ୍ରସିଦ୍ଧ ଭୋଜନାଳୟ CTR(Central Tiffin Room)କୁ ଖାଇବାକୁ ପହଞ୍ଚିଥିଲେ । ଭୋଜନାଳୟରୁ ବାହାରିବା ସମୟରେ ତାଙ୍କ ଗାଡ଼ି ପାଖରେ ଶହଶହ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ବିରାଟ ଓ ଅନୁଷ୍କାଙ୍କ ସହ ଫଟୋ ଉଠାଇବାକୁ ଅନେକ ଫ୍ୟାନ୍ସ ଚେଷ୍ଟା କରିଥିଲେ । ତାଙ୍କ ମଧ୍ୟରୁ ଜଣେ ଫ୍ୟାନ୍ ଭିଡ଼ରେ ସିକ୍ୟୁରିଟି ଭାଙ୍ଗି ଅନୁଷ୍କାଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ବିରାଟ ରାଗିଯାଇଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Virat Kohli got mobbed in Bengaluru 😆❤️🔥 after lunch date with Anushka nd family . pic.twitter.com/JYHNtDaYMo
— `` (@KohlifiedGal) April 22, 2023
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଫ୍ୟାନ୍ ଜଣଙ୍କ ନିୟମ ଭାଙ୍ଗି ଅନୁଷ୍କାଙ୍କ ପାଖକୁ ଆସୁଥିବା ବେଳେ ବିରାଟ ତାଙ୍କୁ ଅନୁଷ୍କାଙ୍କଠୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ମଧ୍ୟ ଆଇପିଏଲ୍ରେ ମ୍ୟାଚ୍କୁ ନେଇ ବିରାଟ ବିରକ୍ତ ହେବାର ଲୋକେ ଦେଖିଥିବେ । ବିରାଟ କ୍ରିକେଟ୍ ପ୍ରତି ଯେତେ ଗୁରୁତ୍ୱ ଦିଅନ୍ତି, ନିଜ ପରିବାରକୁ ବି ସେତିକି ଗୁରୁତ୍ୱ ଦିଅନ୍ତି ।
ସେହିପରି ବିରାଟ ଓ ଅନୁଷ୍କାଙ୍କ ଏକ ଡ୍ୟାନ୍ସ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ରବିବାର ରାତିରେ ଆର୍ସିବି ୭ ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିବା ଅନୁଷ୍କା ଏହି ଭିଡିଓକୁ ନିଜ ଇନ୍ଷ୍ଟାଗ୍ରାମ ପେଜ୍ରେ ସେୟାର କରିଥିଲେ । ଉଭୟ ବିରାଟ ଓ ଅନୁଷ୍କା କିଛି ସମୟ ପାଇଁ ଏକ ପଞ୍ଜାବୀ ନୃତ୍ୟରେ ନାଚିବାର ଏଥିରେ ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)