Advertisment

ଅନୁଷ୍କାଙ୍କ ସହ ଗୋଟିଏ ଗୋଡ଼ରେ ନାଚିଲେ କୋହଲି

ଅପଲୋଡ୍‌ କରିବାର କେଇ କ୍ଷଣ ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ  ଲଭ୍‌ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅନେକ ୟୁଜର ଉଭୟଙ୍କୁ ରାଜା ରାଣୀ ବୋଲି ସମ୍ବୋଧିତ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Viral Video: Virat Kohli Dancing On One Leg

Virat Kohli dancing on one leg

ବିରାଟ-ଅନୁଷ୍କାଙ୍କ ଫ୍ୟାନ୍ସ କ୍ରେଜ୍‌ ଏବେ ବଢିବାରେ ଲାଗିଛି। ବିରୁଷ୍କାଙ୍କ ପ୍ରତିଟି ଷ୍ଟାଇଲ୍‌କୁ ଫଲୋ କରୁଛନ୍ତି ସେମାନଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ। ତେବେ ଫୁରସତ୍‌ ସମୟରେ ବିରାଟ ଅନେକ ମଜାଦାର ଭିଡିଓ ଅନୁଷ୍କାଙ୍କ ସହ ସେୟାର କରିଥିବା ଦେଖିବାକୁ ମିଳିଛି। କାହିଁକିନା ମ୍ୟାରେଜ୍‌ ପରଠୁ ଅନୁଷ୍କା ଓ ବିରାଟ କ୍ରିଏଟିଭ୍‌ ଭିଡିଓ ସେୟାର କରିଛନ୍ତି। ଏହାରି ଭିତରେ ଅନୁଷ୍କାଙ୍କ ସହ ବିରାଟଙ୍କ ଗୋଟିଏ ଗୋଡ଼ରେ ଡ୍ୟାନ୍ସ ଏବେ ଭାଇରାଲ ହେବାରେ ଲାଗିଛି। 

Advertisment

ଜିମ୍‌ ସେଣ୍ଟରରେ ଅନୁଷ୍କା ଓ ବିରାଟ ଡ୍ୟାନ୍ସ କରୁଛନ୍ତି। ସୋମବାର ଏହି ଭିଡିଓକୁ ଇନଷ୍ଟାଗ୍ରାମ ରିଲ୍ସରେ ସେୟାର କରିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଦୁଇ ଜଣ ପ୍ରଥମେ ଡ୍ୟାନ୍ସ କରି ଏଣ୍ଟ୍ରି କରୁଛନ୍ତି। ଦୁଇ ଜଣ ପ୍ରବେଶ କରିବା ସମୟରେ ଡ୍ୟାନ୍ସର ଷ୍ଟାଇଲ୍‌ ଯେପରି ଏକା ସମୟରେ ରହୁଛି। ପରେ ଗୋଟିଏ ଗୋଡ଼ରେ ବିରାଟ ଓ ଅନୁଷ୍କାଙ୍କୁ ଡ୍ୟାନ୍ସ କରିବାର ଦେଖିବାକୁ ମିଳୁଛି। କିଛି କ୍ଷଣ ପରେ ବିରାଟ ଆଗକୁ ଝୁଙ୍କି ପଡ଼ି ଫ୍ରେମ୍‌ରୁ ବାହାରି ଯାଉଛନ୍ତି। ତାଙ୍କ ପଛରେ ହସି ହସି ଅନୁଷ୍କା ମଧ୍ୟ ଚାଲିଯାଉଛନ୍ତି।

ଅଧିକ ପଢ଼ନ୍ତୁ: ଅନୁଷ୍କା-ବିରାଟ୍‌ଙ୍କ ବଡିଗାର୍ଡଙ୍କ ଦରମା କମ୍ପାନୀ ସିଇଓଙ୍କ ଠାରୁ ବି ଅଧିକ

Advertisment

କ୍ୟାପସନ୍‌ ଦେଇ ଅନୁଷ୍କା ଲେଖିଛନ୍ତି ଯେ 'ଡ୍ୟାନ୍ସ ପେ ଚାନ୍ସ',। ଯାହା ତାଙ୍କ ଡେବ୍ୟୁ 'ରବ ନେ ବନାଦି ଯୋଡି' ଗୀତକୁ ସେ ବାଛିଚନ୍ତି। ଅପଲୋଡ୍‌ କରିବାର କେଇ କ୍ଷଣ ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ  ଲଭ୍‌ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅନେକ ୟୁଜର ଉଭୟଙ୍କୁ ରାଜା ରାଣୀ ବୋଲି ସମ୍ବୋଧିତ କରିଛନ୍ତି। 

ଚଳିତ ଆଇପିଏଲ ସିଜିନ୍‌ରେ ବିରାଟଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଖେଳୁଥିବାରୁ ପ୍ରତିଟି ମ୍ୟାଚରେ ଅନୁଷ୍କାଙ୍କୁ ଦେଖିବାକୁ ମିଳୁଛି। ମ୍ୟାଚ ବେଳେ ବିରାଟଙ୍କୁ ଚିୟର ଅପ୍‌ କରୁଛନ୍ତି ଅନୁଷ୍କା।

Anushka Sharma Virat Kohli Viral Video Virat Kohli And Anushka Sharma
Advertisment
Advertisment