Advertisment

ଟେଷ୍ଟ କ୍ରିକେଟ୍‌ରେ କୋହଲିଙ୍କ ୧୨ ବର୍ଷ; ପ୍ରଶଂସକଙ୍କୁ ଜଣାଇଲେ କୃତଜ୍ଞତା

କ୍ରିକେଟ୍‌ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା କୋହଲି ୧୦୯ଟି ଟେଷ୍ଟରେ ୪୮.୭୨ ଷ୍ଟ୍ରାଇକ୍‌ ରେଟ୍‌ରେ ୨୮ ଶତକ ସହ ୮୪୭୯ ରନ୍‌ ସଂଗ୍ରହ କରିଛନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
Virat Kohli News

Virat Kohli

ଆଜିକୁ ଠିକ୍‌ ୧୨ ବର୍ଷ ତଳେ ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି । ଜୁନ୍‌ ୨୦, ୨୦୧୧ ରେ ୱେଷ୍ଟଇଣ୍ତିଜ୍‌ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ କୋହଲି । ସେବେଠୁ ଏଯାଏଁ କୋହଲି ମୋଟ ୧୦୯ ଟି ଟେଷ୍ଟ ମ୍ୟାଚ୍‌ ଖେଳିସାରିଲେଣି । ଟେଷ୍ଟ କ୍ୟାରିୟର୍‌ର ୧୨ ବର୍ଷ ପୂର୍ତ୍ତି ଅବସରରେ କୋହଲି ନିଜ ଟ୍ୱିଟର୍‌ ପେଜ୍‌ରେ ଏନେଇ ଟ୍ୱିଟ୍‌ ମଧ୍ୟ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ ଗିଲ୍‌ ହୋଇପାରନ୍ତି ଟିମ୍‌ ଇଣ୍ତିଆର ଅଧିନାୟକ, ଏମିତି କହିଲେ..

କ୍ରିକେଟ୍‌ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା କୋହଲି ୧୦୯ଟି ଟେଷ୍ଟରେ ୪୮.୭୨ ଷ୍ଟ୍ରାଇକ୍‌ ରେଟ୍‌ରେ ୨୮ ଶତକ ସହ ୮୪୭୯ ରନ୍‌ ସଂଗ୍ରହ କରିଛନ୍ତି । ଏହା ବାଦ୍ ସେ ୨୭୪ ଦିନିକିଆ ଏବଂ ୧୧୫ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଟେଷ୍ଟ୍ କ୍ରିକେଟ୍‌ ପୂର୍ବରୁ ଦିନିକିଆ ଓ ଟ୍ବେଣ୍ଟି-୨୦ ‌ଖେଳିଥିବାରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌‌ରେ ୧୫ ବର୍ଷ ଭିତରେ ୨୫,୦୦୦ରୁ ଊର୍ଦ୍ଧ୍ବ ରନ୍ ସଂଗ୍ରହ କରି ସାରିଛନ୍ତି। ମଙ୍ଗଳବାର କୋହଲି ନିଜେ ଟ୍ୱିଟ୍ କରି ‘ଟେଷ୍ଟ୍ କ୍ରିକେଟ୍‌ରେ ୧୨ ବର୍ଷ, ଚିର କୃତଜ୍ଞ’ ଲେଖିବା ପରେ ପ୍ରଶଂସକଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟିଛି।

Advertisment

କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି କ୍ୟାପ୍ଟେନ୍‌ସିପ୍‌ ଛାଡ଼ିବା ପରେ କୋହଲିଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । କୋହଲିଙ୍କ କ୍ୟାପ୍ଟେନସିପ୍‌ରେ ଭାରତ ମୋଟ ୬୮ଟି ମ୍ୟାଚ୍‌ ଖେଳିଛି । ସେଥିମଧ୍ୟରୁ ୪୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ୧୭ ମ୍ୟାଚ୍‌ରେ ପରାଜୟ ହାସଲ କରିଛି । କୋହଲିଙ୍କୁ ଟେଷ୍ଟ କ୍ରିକେଟ୍‌ରେ ସଫଳତମ କ୍ୟାପ୍ଟେନ୍‌ ଭାବରେ ମଧ୍ୟ ବିବେଚନା କରାଯାଏ । ତାଙ୍କ କ୍ୟାପ୍ଟେନସିପ୍‌ରେ ଟିମ୍‌ ଇଣ୍ତିଆ ବହୁବାର ICC ରାଙ୍କିଙ୍ଗ୍‌ରେ ଶୀର୍ଷରେ ମଧ୍ୟ ରହିଛି ।

Virat Kohli Test Cricket
Advertisment
Advertisment