/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687334642.jpg)
Shubman Gill
ଟିମ୍ ଇଣ୍ତିଆର ପ୍ରତିଭାବାନ ଯୁବ ଖେଳାଳି ତଥା ଇଣ୍ତିଆନ୍ ପ୍ରମିୟର ଲିଗ୍ର ଉଦୀୟମାନ ତାରକା ଶୁବମନ୍ ଗିଲ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଅଧିନାୟକ । ଏଭଳି କହିଛନ୍ତି ସିଲେକ୍ଟର କମିଟିର ପୂର୍ବତନ ସଦସ୍ୟ ଭୂପିନ୍ଦର ସିଂ । ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଭୂପିନ୍ଦର ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ସିଲେକ୍ଟର କମିଟିର ସଦସ୍ୟ ରହିଥିଲେ ।
ଶୁବମନ ଗିଲ୍ ଏବେ କ୍ରିକେଟ୍ର ସବୁ ଫର୍ମାଟରେ ଟିମ୍ ଇଣ୍ତିଆ ପାଇଁ ଓପନିଂ କରୁଥିବାର ନଜର ଆସିଛନ୍ତି । ଓପନିଂରେ ଧୁଆଁଧାର ଇନିଂସ ମଧ୍ୟ ଖେଳିଛନ୍ତି । ଚଳିତ ଆଇପିଏଲ୍ ସଂସ୍କରଣରେ ସର୍ବାଧିକ ରନ୍ କରି ସେ ଅରେଞ୍ଜ କ୍ୟାପ୍ ମଧ୍ୟ ହାସଲ କରିଥିଲେ । ବର୍ତ୍ତମାନ ପ୍ରଶଂସକ ତାଙ୍କୁ କ୍ୟାପ୍ଟେନ୍ ଭାବେ ମଧ୍ୟ ଦେଖିବାକୁ ଚାହୁଁଛନ୍ତି।
ଅଧିକ ପଢ଼ନ୍ତୁ: ଟେଷ୍ଟ କ୍ରିକେଟ୍ରେ କୋହଲିଙ୍କ ୧୨ ବର୍ଷ; ପ୍ରଶଂସକଙ୍କୁ ଜଣାଇଲେ କୃତଜ୍ଞତା
ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଭୂପିନ୍ଦର କହିଛନ୍ତି ଯେ, ‘ଗିଲ୍ ଜଣେ ପ୍ରତିଭାବାନ ଖେଳାଳି । ସେ ଆଗାମୀ ଦିନରେ ବ୍ୟାଟିଂ ସେନ୍ସେସନ୍ ପାଲଟିବେ । ତେବେ ସେ କ୍ୟାପ୍ଚେନସିପ୍ ଭାର ନେବେ କି ନାହିଁ ଏତେ ଶୀଘ୍ର ଅନୁମାନ କରିହେବ ନାହିଁ । ମୁଁ ଚାହୁଁନି କି ସେ କ୍ୟାପ୍ଟେନ୍ ଦୌଡ଼ରେ ପଡ଼ନ୍ତୁ । ଗିଲ୍ ଆଗାମୀ ଦିନରେ ଟିମ୍ ଇଣ୍ତିଆର ବ୍ୟାଟିଂ ଲିଜେଣ୍ତ ହୁଅନ୍ତୁ ବୋଲି ଆଶା କରୁଛି । ପରବର୍ତ୍ତୀ ସମୟରେ ସେ ନିଜକୁ ଭଲ କ୍ୟାପ୍ଟେନ୍ ଭାବେ ବିକାଶ କରିପାରିବେ’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)