• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ପୂର୍ବତନ କ୍ରିକେଟର୍ ବିନୋଦ କାମ୍ୱଲି ଅସୁସ୍ଥତା କାରଣରୁ ମହାରାଷ୍ଟ୍ରର ଥାନେରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରମାନଙ୍କର ଏକ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ତେବେ ସେ ସୁସ୍ଥ ହେଉଥିବାର ବାର୍ତ୍ତା ଦେଇ ଭାବବିହ୍ୱଳ ହୋଇପଡିଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡିବାରୁ ଗତ ଶନିବାର ଦିନ ସନ୍ଧ୍ୟାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୯୯୬ରେ ବିଶ୍ୱବିଜେତା ଭାରତୀୟ କ୍ରିକେଟ ଟିମର ସଦସ୍ୟ ଥିବା କାମ୍ୱଲି ଗୀତ ଗାଇ କହିଛନ୍ତି, ଆମେ ଚାମ୍ପିୟନ୍ । କ୍ରିକେଟ୍ ଖେଳ ପ୍ରତି ଥିବା ତାଙ୍କର ଗଭୀର ଭଲ ପାଇବା କଥା କହି ସେ ଏହାକୁ କେବେ ବି ଛାଡି ପାରିବେନି ବୋଲି କହିଛନ୍ତି ।

ଅଧିକ ପଢନ୍ତୁ: ଆନ୍ତର୍ଜାତିକ କ୍ରିକେଟ୍‌ରୁ କାହିଁକି ଅଚାନକ ଅବସର ନେଲେ ଅଶ୍ୱିନ

ଜୀବନର ଏହି କଠିନ ସମୟରେ ସେ ତାଙ୍କର ପୁରୁଣା ଟିମମେଟ୍ ତଥା ସାଙ୍ଗ ସଚିନ ତେନ୍ଦୁଲକରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସାହାଯ୍ୟ ଓ ସହଯୋଗ ପାଇଁ ତାଙ୍କର ଶୁଭେଚ୍ଛୁମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି କାମ୍ୱଲି । ।

ହସ୍ପିଟାଲରେ ଭର୍ତ୍ତି ହେବାର ତିନି ଦିନ ପରେ ସେ ଅପେକ୍ଷାକୃତ ଭଲ ଅନୁଭବ କରୁଥିବାର କହିଛନ୍ତି । ସଚିନଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିଛି । ତାଙ୍କୁ ବହୁତ ବହୁତ ଧନ୍ୟବାଦ । ଆମେ ଚାମ୍ପିଆନ । ଆମେ ଶେଷ ପର୍ଯ୍ୟନ୍ତ ଲଢିବୁ ବୋଲି ସେ ଗୀତରେ ଗାଇଛନ୍ତି । ସେ କହିଛନ୍ତି, ମୋର ଏବେ ବି ମନେ ଅଛି ମୁଁ କେତେ ଶତକ ଓ ଦ୍ୱିଶତକ ମାରିଛି ।

ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବିନୋଦ କାମ୍ୱଲି । ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡୁଥିଲା ଯେ, ସେ ଅସୁସ୍ଥ ଅଛନ୍ତି । ଏହି ଭିଡିଓରେ ତାଙ୍କର ସାଙ୍ଗ ସଚିନ ତେନ୍ଦୁଲକର ମଧ୍ୟ ଥିଲେ । ସଚିନ ଓ କାମ୍ୱଲିଙ୍କ ବାଲ୍ୟ କୋଚ୍ ରମାକାନ୍ତ ଆଚ୍ରେକରଙ୍କୁ ସମ୍ୱର୍ଦ୍ଧିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ କାମ୍ୱଲିଙ୍କ ଅବସ୍ଥା ଦେଖି ଅନେକ ମ୍ରିୟମାଣ ହୋଇପଡିଥିଲେ ।

କାମ୍ୱଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବିବେକ ତ୍ରିବେଦୀ କହିଛନ୍ତ ଯେ, ତାଙ୍କର ୟୁରିନ୍ ଇନଫେକସନ ସହ ଅନ୍ୟ ସମସ୍ୟା ମଧ୍ୟ ରହିଛି । ବହୁ ପରୀକ୍ଷା ନିରୀକ୍ଷା ପରେ ଜଣାପଡିଛି ଯେ, ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଛି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କାମ୍ୱଲିଙ୍କ ଚିକିତ୍ସା ପାଇଁ ପୂର୍ବତନ ଅଧିନାୟକ ଗାଭାସ୍କର ଓ କପିଲ ଦେବ ସହାୟତାର ହାତ ବଢାଇଛନ୍ତି । ଏପରିକି ବିଶ୍ୱବିଜେତା ଚାମ୍ପିୟନ୍ ଟିମର ସବୁ ସଦସ୍ୟ ସହାୟତା କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।

ଅଧିକ ପଢନ୍ତୁ: କୋହଲିଙ୍କ କୋଚ୍‌ଙ୍କ ବଡ଼ ଖୁଲାସା, ଭାରତ ଛାଡ଼ି ସବୁଦିନ ପାଇଁ ଲଣ୍ଡନ ପଳାଇବେ ବିରାଟ

OTV is now on Whatsapp

Join and get latest news update delivered to you via whatsapp

Join Now