Advertisment

କୁସ୍ତିକୁ ଅଲ୍‌ବିଦା କହିଲେ ଭିନେଶ; ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ବଡ଼ ନିଷ୍ପତ୍ତି

କୁସ୍ତିକୁ ଅଲବିଦା କହିଲେ ଭିନେଶ ଫୋଗଟ୍‌। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ସବୁଦିନ ପାଇଁ କୁସ୍ତି ଛାଡିଛନ୍ତି ଭିନେଶ୍। ସେ କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏଥିସହ ଭାବ ବିହ୍ଵଳ ପୋଷ୍ଚ କରି ଲେଖିଛନ୍ତି, କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା, ମୁଁ ହାରିଗଲି।

author-image
Sonali Ojha
ଅଦ୍ୟତନ ହୋଇଛି
Vinesh Phogat retires a day after disqualification from Paris Olympics

Vinesh Phogat

କୁସ୍ତିକୁ ଅଲବିଦା କହିଲେ ଭିନେଶ ଫୋଗଟ୍‌। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ସବୁଦିନ ପାଇଁ କୁସ୍ତି ଛାଡିଛନ୍ତି ଭିନେଶ୍। ସେ କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏଥିସହ ଭାବ ବିହ୍ଵଳ ପୋଷ୍ଚ କରି ଲେଖିଛନ୍ତି, କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା, ମୁଁ ହାରିଗଲି। ୨୦୦୧- ୨୦୨୪ର କୁସ୍ତି କ୍ୟାରିୟରକୁ ଛାଡିଛନ୍ତି ଭିନେଶ।

Advertisment

ରୌପ୍ୟ ନିଶ୍ଚିତ ହୋଇ ସାରିଥିଲା । ମାତ୍ର ଗୋଟିଏ ଲଢ଼େଇ ଦୂରରେ,ହାତ ପାଆନ୍ତାରେ ଥିଲା । ସ୍ୱର୍ଣ୍ଣ ଜିତି ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ଥିଲା । ହେଲେ ଭାଙ୍ଗିଗଲା ଆଶା, ଚୁରି ହୋଇଗଲା ସ୍ୱପ୍ନ । ପ୍ରଚୁର ସମ୍ଭାବନାର ଐତିହାସିକ ଲଢ଼େଇ ପୂର୍ବରୁ ଅତି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ କୁସ୍ତି ମୈଦାନରୁ ଆଉଟ୍ ହେଇଗଲେ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସ ଫାଇନାଲକୁ ଯାଇଥିବା ରେସଲର ଭିନେଶ ଫୋଗଟ୍।

ଅଧିକ ପଢ଼ନ୍ତୁ: ୨ କେଜି ଓଜନ ବଢ଼ିଥିଲା, କମାଇବା ପାଇଁ କେତେ କ’ଣ କରିଥିଲେ...!

Advertisment

ଓଭର୍ ୱେଟ୍ ବା ନିଜ ୫୦ କିଲୋ ଧାର୍ଯ୍ୟ ବର୍ଗଠାରୁ ସାମାନ୍ୟ ଅଧିକ ଓଜନ ପାଇଁ ସେ ଅଯୋଗ୍ୟ ହୋଇଯାଇଥିଲେ। ଆଉ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏଭଳି ବିବାଦୀୟ ନିଷ୍ପତ୍ତିରେ ଭାଙ୍ଗି ଯାଇଥିଲା କୋଟି କୋଟି ଭାରତୀୟଙ୍କ ହୃଦୟ। ଜୀବନର ଶ୍ରେଷ୍ଠ ସଫଳତାକୁ ପାଉ ପାଉ ଅନ୍ତିମ କ୍ଷଣରେ ହରାଇ ଦେବାର ଦୁଃଖରେ ପୂରା ଭାଙ୍ଗିଯାଇଛନ୍ତି ଭିନେଶ୍ । ଦୁଇ ଦୁଇ ଥର ଅଲିମ୍ପିକ୍ସ ବିଫଳତା ପରେ ଏଥର ତୃତୀୟ ଥର ପାଇଁ ପ୍ୟାରିସ୍ ଅଲିମ୍ପିକ୍ସରେ ୫୦ କେଜି ବର୍ଗ କୁସ୍ତିରେ ଖେଳୁଥିବା ଭିନେଶଙ୍କ ପାଖରୁ ବଡ଼ ଆଶା ରଖିଥିଲା ଭାରତ।

ସେ ବି ନିରାଶ ନକରି ପ୍ରଥମ ଲଢ଼େଇରୁ ହିଁ ବିପର୍ଯ୍ୟୟ ସୃଷ୍ଟି କରି ଜୀବନରେ କେବେ ହାରି ନଥିବା ତଥା ଟୋକିଓ ଅଲିମ୍ପିକ୍ ବିଜୟିନୀ ଜାପାନର ୟୁଇ ସୁସାକିଙ୍କୁ ୩-୨ ପଏଣ୍ଟରେ ଧରାଶାୟୀ କରି ଆଗକୁ ବଢ଼ିଥିଲେ।କ୍ୱାର୍ଟର ଫାଇନାଲ୍ ଓ ସେମିଫାଇନାଲରେ ବି ଚମତ୍କାର ବିଜୟ ସହ ଦେଶପାଇଁ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲେ। ହେଲେ ତିନି ତିନିଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଖେଳିବା ପରେ ବି ଫାଇନାଲ୍ ପୂର୍ବରୁ ତାଙ୍କ ଓଜନ ବଢ଼ିଗଲା। ମାତ୍ର ୧୦୦ଗ୍ରାମ ଅଧିକ ଓଜନ ତାଙ୍କ ସବୁ ସ୍ୱପ୍ନ ଧୂଳିସାତ୍ କରିଦେଲା।

କୁସ୍ତି ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ନାଁ ସୃଷ୍ଟି କରିଥିବା ଭିନେଶ ଫୋଗଟ, ହରିୟାଣାର ଭିବାନୀଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ୨୫ ଅଗଷ୍ଟରେ ହେବାକୁ ଯାଉଛି। ସେ ୨୫ ଅଗଷ୍ଟ ୧୯୯୪ରେ ଜନ୍ମ ହୋଇଥିଲେ। ହରିୟାଣାର ସବୁଆଡେ କୁସ୍ତିର ପରିବେଶ ଦେଖାଯାଉଥିବା ବେଳେ, ଭିନେଶ ଫୋଗଟଙ୍କ ପରିବାର ମଧ୍ୟ କୁସ୍ତି ସହିତ ଜଡିତ ଥିଲା।

ଅଧିକ ପଢ଼ନ୍ତୁ: Vinesh Phogat: ଭିନେଶ ଫୋଗଟ୍‌ ଭଲ ପାଠ ପଢୁଥିଲେ ମଧ୍ୟ କାହିଁକି ହେଲେନି ଡାକ୍ତର କି ଇଂଜିନିୟର୍

ପାଠପଢା କେଉଁଠି:

ସାଧାରଣତଃ ଅନ୍ୟ ପିଲାମାନେ ଯେପରି ସ୍କୁଲ ଶିକ୍ଷା ଗ୍ରହଣ କରନ୍ତି, ଭିନେଶ ଫୋଗଟ୍ ମଧ୍ୟ ଝୋଝୁ କଲାନ୍‌ର କେସିଏମ୍ ସିନିୟର ସେକେଣ୍ଡାରୀ ସ୍କୁଲ୍‌ରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ଏହା ପରେ ସେ ଉଚ୍ଚଶିକ୍ଷା ପାଇଁ ରୋହତକ୍‌ ଠାରେ ଥିବା ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରେ ଆଡ୍‌ମିଶନ ନେଇଥିଲେ ଏବଂ ଏଠାରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

କାହିଁକି ହେଲେନି ଡାକ୍ତର/ଇଞ୍ଜିନିୟର:

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ପାଠାପଢାରେ ଆଗ୍ରହ ଥିବା ସତ୍ତ୍ୱେ ଭିନେଶ ଫୋଗଟ ଅନ୍ୟ ଝିଅମାନଙ୍କ ପରି ଡାକ୍ତର କି ଇଞ୍ଜିନିୟର କାହିଁକି ହେଲେନି। ଭିନେଶଙ୍କ ପରିବାର ଆରମ୍ଭରୁ କୁସ୍ତି ସହ ଜଡିତ ଥିଲେ ଏବଂ ତାଙ୍କ ଦାଦା ଜାତୀୟ ସ୍ତରର ରେସଲର୍‌ ଭାବରେ ପରିଚିତ ଥିଲେ। ତାଙ୍କ ଦାଦା ମହାବୀର ସିଂହ ଫୋଗଟ ଜଣେ ଜଣାଶୁଣା କୁସ୍ତି ପ୍ରଶିକ୍ଷକ ମଧ୍ୟ।

ମହାବୀର ସିଂହଙ୍କୁ ମଧ୍ୟ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା। ତେବେ ପରିବାରରେ କୁସ୍ତିରେ ସମସ୍ତଙ୍କୁ ଦେଖି ଭିନେଶଙ୍କର ମଧ୍ୟ କୁସ୍ତି ପ୍ରତି ଆଗ୍ରହ ବଢିଗଲା ଏବଂ ସେ ତାଙ୍କ ଦାଦାଙ୍କଠାରୁ କୁସ୍ତିର କୌଶଳ ଶିଖିବାକୁ ଲାଗିଲେ। ସେ ପିଲାଦିନରୁ କୁସ୍ତି ଶିଖିବା ଆରମ୍ଭ କରିଥିଲେ, ଯଦିଓ ଏହା ଏତେ ସହଜ ନ ଥିଲା।

ପ୍ରତିବନ୍ଧକକୁ ନଥିଲା ଖାତିର:

ଭାରତରେ ସାଧାରଣତଃ କୁସ୍ତିକୁ ନେଇ ଝିଅମାନଙ୍କ ବିଷୟରେ ଅନେକ ପ୍ରତିବନ୍ଧକ ଥାଏ। ତାଙ୍କ କ୍ଷେତ୍ରରେ ଏହା ମଧ୍ୟ ହୋଇଥିଲା। ଏହା ପରେ ମଧ୍ୟ ଭିନେଶ ଫୋଗଟ ଡାକ୍ତର ଏବଂ ଇଞ୍ଜିନିୟର ହେବା ପରିବର୍ତ୍ତେ ରେସଲର୍‌ ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସଫଳତା ହାସଲ କରିଥିଲେ।

ରେକର୍ଡ ପରେ ରେକର୍ଡ:

କୁସ୍ତିରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ଭିନେଶ ଫୋଗଟ୍ ଗୋଟିଏ ପରେ ଗୋଟିଏ ଅନେକ ରେକର୍ଡ ସୃଷ୍ଟି କରିଚାଲିଲେ। କୁସ୍ତି ପ୍ରତିଯୋଗିତାରେ ଭିନେଶ ଅନେକ ସଫଳତା ହାସଲ କରି ହେଇଗଲେ ରେକର୍ଡ ରାଣୀ। ତିନିଥର (୨୦୧୬, ୨୦୧୭, ୨୦୧୮) କମନ୍‌ୱେଲଥ୍‌ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ୍ କରିଥିଲେ ଭିନେଶ ଫୋଗଟ।

ଯଦିଓ ୨୦୧୬ ରିଓ ଅଲିମ୍ପିକ୍ସରେ ଆଣ୍ଠୁରେ ଗଭୀର ଆଘାତ କାରଣରୁ ସେ ଅନେକ ମାସ ଖେଳରୁ ଦୂରେଇ ରହିଥିଲେ, କିନ୍ତୁ ସେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୧୮ ମସିହାରେ ସେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ୨୦୧୯ରେ ବିଶ୍ୱ ରେସଲିଂ ଚାମ୍ପିଅନ୍‌ସିପ୍‌ରେ ବ୍ରୋଞ୍ଜ୍‌ ପଦକ ବିଜେତା ହୋଇଥିଲେ। ଏସିଆନ୍ ଚାମ୍ପିୟନଶିପ୍‌ରେ ଭିନେଶ ମଧ୍ୟ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଅଧିକ ପଢ଼ନ୍ତୁ: ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟରେ ଭାରତ ଗର୍ବିତ...କଙ୍ଗନା କଲେ ପରିହାସ

Vinesh Phogat
Advertisment
Advertisment