Advertisment

୨ କେଜି ଓଜନ ବଢ଼ିଥିଲା, କମାଇବା ପାଇଁ କେତେ କ’ଣ କରିଥିଲେ...!

ଭିନେଶ ସାଧାରଣତଃ ଦିନକୁ ଦେଢ଼ କେଜି ଖାଦ୍ୟ ଖାଉଥିବା ବେଳେ, ତାହା ଦୈନିକ ଅଭ୍ୟାସ ପାଇଁ ଯଥେଷ୍ଟ ହୋଇଥାଏ। ସେ ୩ ବାଉଟ୍ ଖେଳିବାକୁ ଥିବାରୁ ଡିହାଇଡ୍ରେସନ ରୋକିବାକୁ ଅଳ୍ପ ପରିମାଣର ପାଣି ପିଇବାକୁ ଦିଆଯାଇଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Vinesh Phogat

Vinesh Phogat

ସାଧାରଣତଃ ୫୩ କେଜି ବର୍ଗରେ କୁସ୍ତି କରୁଥିବା ଭିନେଶ ଫୋଗଟ୍ ଏଥର ୫୦ କେଜି ବର୍ଗରେ ଖେଳୁଥିଲେ। ହେଲେ ଫାଇନାଲ୍ ପୂର୍ବରୁ ଗତକାଲି ତାଙ୍କର ୨ କେଜି ଓଜନ ବଢ଼ିଥିବା ସେ ଜାଣିବାକୁ ପାଇଥିଲେ। ଏହାକୁ କମ୍ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ଭିନେଶ। ନେଇଥିଲେ କଠୋରରୁ କଠୋର ପଦକ୍ଷେପ।

Advertisment

ସୂଚନା ଅନୁସାରେ, ସେ ଖାଦ୍ୟ କମ୍ କରିଥିଲେ ଓ ପାଣି ପିଇନଥିଲେ। ରାତି ତମାମ୍ ଅନିଦ୍ରା ରହି ସେ ୱାର୍କଆଉଟ୍ କରିଥିଲେ। କୋଚଙ୍କ ସହ ସାରା ରାତି ଚାଲିଥିଲା ୱେଟ୍-କଟ୍ ପ୍ରକ୍ରିୟା। ସ୍କିପିଂ, ଜଗିଂ ଓ ସାଇକ୍ଲିଂ କରିଥିଲେ ଫୋଗଟ୍। ଅଧିକ ଝାଳ ବୋହିବା ପାଇଁ ସୌନା-ବାଥ୍ ନେଇଥିଲେ। ଏପରିକି, ଓଜନ କମ୍ କରିବାକୁ ନିଜ ଶରୀରରୁ ସେ କିଛି ରକ୍ତ କାଢ଼ି ଦେଇଥିଲେ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏତେ ସବୁ ସତ୍ତ୍ବେ, ଆଜି ସକାଳୁ ପ୍ରଥମ ଓଜନ ମପାଯିବା ବେଳେ ୫୦ କେଜିରୁ ୧୦୦ ଗ୍ରାମ୍ ଅଧିକ ଓଜନ ଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କର ଚୁଟି କଟାଯାଇଥିଲା ଏବଂ କପଡ଼ାକୁ ମଧ୍ୟ କାଟି ଛୋଟ କରାଯାଇଥିଲା । ପ୍ୟାରିସ ଅଲିମ୍ପିକକୁ ଯାଇଥିବା ଭାରତୀୟ କଣ୍ଟିନଜେଣ୍ଟର ମୁଖ୍ୟ ଚିକିତ୍ସା ଅଧିକାରୀ ଏହା କହିଛନ୍ତି। ତାଙ୍କ ସୂଚନା ଅନୁସାରେ, ଖେଳାଳି ମାନେ ନିଜର ସାଧାରଣ ଓଜନ ଠାରୁ କମ୍ ବର୍ଗରେ ଖେଳିଳେ ଜିତିବାର ସମ୍ଭାବନା ବଢ଼ିଥାଏ।

Advertisment

ଭିନେଶ ସାଧାରଣତଃ ଦିନକୁ ଦେଢ଼ କେଜି ଖାଦ୍ୟ ଖାଉଥିବା ବେଳେ, ତାହା ଦୈନିକ ଅଭ୍ୟାସ ପାଇଁ ଯଥେଷ୍ଟ ହୋଇଥାଏ। ସେ ୩ ବାଉଟ୍ ଖେଳିବାକୁ ଥିବାରୁ ଡିହାଇଡ୍ରେସନ ରୋକିବାକୁ ଅଳ୍ପ ପରିମାଣର ପାଣି ପିଇବାକୁ ଦିଆଯାଇଥିଲା। ତେବେ ବେଳେବେଳେ ପ୍ରତିଯୋଗିତା ପରେ ଅଚାନକ ଓଜନ ବଢ଼ିଯାଏ । ଯାହାକି ଭିନେଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା।

Vinesh Phogat
Advertisment
Advertisment