Advertisment

Groom Pause Wedding: ବିରାଟଙ୍କ ପାଇଁ ବନ୍ଦ ହେଲା ବିବାହ ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ....

ବିବାହ ଚାଲିଥିଲା, ଅତିଥି ବି ଆସିଥିଲେ । ଖାଇବା-ପିଇବା ମଧ୍ୟ ଚାଲିଥିଲା। ମଝିରେ ଏମିତି ଘଟଣା ଘଟିଲା ବିବାହ ଉତ୍ସବକୁ ସମସ୍ତେ ବନ୍ଦ କରିଦେଲେ । ତେବେ କାହିଁକି ବନ୍ଦ ହେଲା ତା’ର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଅଦ୍ୟତନ ହୋଇଛି
Groom Pause Wedding

Groom Pause Wedding

Advertisment

ଏମିତି ଘଟଣା କେବେ ଦେଖି ନଥିବେ କି ଶୁଣି ନଥିବେ । କ୍ରିକେଟ୍‌ ପାଇଁ ବନ୍ଦ ହେଲା ବିବାହ ! ଘଟଣା ଦେଖିଲେ କହିବେ...ଓଃ ! କ୍ରିକେଟ୍‌ ପ୍ରତି କି ପ୍ରେମ ! ବିବାହ ଚାଲିଥିଲା, ଅତିଥି ବି ଆସିଥିଲେ । ଖାଇବା-ପିଇବା ମଧ୍ୟ ଚାଲିଥିଲା। ମଝିରେ ଏମିତି ଘଟଣା ଘଟିଲା ବିବାହ ଉତ୍ସବକୁ ସମସ୍ତେ ବନ୍ଦ କରିଦେଲେ । ତେବେ କାହିଁକି ବନ୍ଦ ହେଲା ତା’ର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କାରଣ ଘଟଣା ହିଁ ସେମିତି। ଆସନ୍ତୁ ଜାଣିବା କାରଣ କଣ...

Advertisment

ଭାରତ-ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ର ଶେଷ ମୁହୂର୍ତ୍ତ ଦେଖିବା ପାଇଁ ବିବାହକୁ କିଛି ସମୟ ପାଇଁ ବନ୍ଦ କରି ଦେଇଥିଲେ। ବିରାଟଙ୍କ ଶତକ ଦେଖିବା ପାଇଁ ବନ୍ଦ ହେଲା ବିବାହ ! ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଖେଳପ୍ରେମୀ ମଧ୍ୟ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି। 

Advertisment


ଅଧିକ ପଢ଼ନ୍ତୁ: ମେଲବର୍ଣ୍ଣ- ବାରବାଡୋସ୍‌ ପରେ ଏବେ ଦୁବାଇ, ସବୁଠି କିଙ୍ଗ୍ କୋହଲିଙ୍କ ଜଲୱା

ତେବେ ଭିଡିଓରେ ଦେଖିବାକୁ ମିଳୁଛି ଯେ , ବର ଓ କନ୍ୟା ସେମାନଙ୍କ ବିବାହକୁ ଆସିଥିବା ଅତିଥିମାନଙ୍କ ସହିତ ଏକ ବଡ଼ ସ୍କ୍ରିନ୍ ସାମ୍ନାରେ  ବସିଛନ୍ତି, ଏବଂ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖୁଛନ୍ତି। ବିରାଟ କୋହଲିଙ୍କ ମ୍ୟାଚ୍‌ର ଶେଷ ଚାରି ମାରି ଶତକ କରିବା ଓ ଭାରତର ବିଜୟ ପାଇଁ ଦମ୍ପତି ଦୁହେଁ ହାତ ଧରି ଆନନ୍ଦ ଓ ଉଲ୍ଲାସରେ ନିଜ ସିଟ୍‌ରୁ ଉଠି ନାଚିବାକୁ ମଧ୍ୟ ଆରମ୍ଭ କରିଥିଲେ। ଅତିଥିମାନେ ମଧ୍ୟ ତାଳି ମାରିବା ସହିତ ମ୍ୟାଚ୍‌କୁ ଦେଖିଥିଲେ । 

Advertisment

ଜଣେ ସୋସିଆଲ୍‌ ମିଡ଼ିଆ ବ୍ୟବହାରକାରୀ ଭିଡିଓଟିକୁ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ଯେ, ‘ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା, ବର ଏବଂ କନ୍ୟା ମଞ୍ଚ ଉପରେ ଥିଲେ, ତା'ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ରେ ଏକ ରୋମାଞ୍ଚକର ମୋଡ଼ ଆସିଥିଲା ​​ଯେଉଁଥିରେ ବିରାଟ କୋହଲି ଶତକ ହାସଲ କରିଥିଲେ। ତା'ପରେ କ'ଣ ହେଲା? ବିବାହ ବନ୍ଦ ହୋଇଗଲା, ବିବାହରେ ଲାଗିଥିବା ସ୍କ୍ରିନ୍‌ରେ ଖେଳ ଚାଲିଲା । ତା’ପରେ ଖେଳକୁ ସମସ୍ତେ ଦେଖିଥିଲେ। 

ଅଧିକ ପଢ଼ନ୍ତୁ: ଭାରତର ବିଜୟ ପରେ ସାମ୍ନାକୁ ଆସିଲେ IIT ବାବା, କହିଲେ...

Virat Kohli Bride Wedding
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ