• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭାରତ-ପାକିସ୍ତାନ ଉତ୍ତେଜନା କାରଣରୁ ବନ୍ଦ ହୋଇଥିବା ଆଇପିଏଲ ୧୭ ତାରିଖରୁ ପୁଣି ଆରମ୍ଭ ହୋଇଛି । ଆଜି IPLର ୬୧ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚ୍ ଆଇପିଏଲ ପ୍ଲେ ଅଫ୍ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ରିଷଭ ପନ୍ତଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏହି ମ୍ୟାଚ୍‌ରେ ପରାଜୟ ବରଣ କରେ ତେବେ ପ୍ଲେ ଅଫ୍‌ ରେସ୍‌ରୁ ବାଦ୍ ପଡ଼ିବ । ତେବେ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ପୂର୍ବରୁ ହାଇଦ୍ରାବାଦକୁ ଲାଗିଛି ଏକ ବଡ଼ ଝଟକା । ହାଇଦ୍ରାବାଦର ବିସ୍ଫୋରକ ବ୍ୟାଟସମ୍ୟାନ୍ ଟ୍ରାଭିସ୍ ହେଡ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି କାରଣରୁ ସେ ଆଜିର ମ୍ୟାଚ୍ ଖେଳିପାରିବେ ନାହିଁ ।

ଟ୍ରାଭିସ୍ ହେଡ୍ କରୋନାରେ ସଂକ୍ରମିତ ହେବାରୁ ସେ ଭାରତ ଆସି ନାହାନ୍ତି ବୋଲି ସନ୍‌ ରାଇଜର୍ସ ହାଇଦ୍ରାବାଦ ଦଳର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ୍ ଭିଟୋରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ହେଡ୍‌ କରୋନା ପଜିଟିଭ୍‌ ହୋଇଛନ୍ତି, ଯେଉଁଥି ପାଇଁ ସେ ଭାରତ ଆସିପାରିଲେ ନାହିଁ । ଆମେ ଆଶା କରୁଛୁ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପରବର୍ତ୍ତୀ ମ୍ୟାଚ୍‌ରେ ଦଳରେ ଯୋଗଦେବେ’। ସେପଟେ ହେଡ୍‌ଙ୍କ ଅନୁପସ୍ଥିତି ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ଏକ ଆଶ୍ୱସ୍ତିର ଖବର । କାହିଁକି ନା ଟ୍ରାଭିସ୍‌ ହେଡ୍‌ ଦ୍ରୁତ ଗତିରେ ରନ୍‌ ସ୍କୋର କରି ଏକାକୀ କୌଣସି ଟିମ୍‌କୁ ବ୍ୟାକ୍‌ଫୁଟ୍‌ ନେଇଯାଇ ପାରିବାର କ୍ଷମତା ରଖିଥାନ୍ତି ।

ଅଧିକ ପଢ଼ନ୍ତୁ: ବିରାଟ କୋହଲିଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ଏହି ଷ୍ଟାର କ୍ରିକେଟର

ଅନ୍ୟପକ୍ଷରେ ଯଦି ଏହି ଦୁଇ ଦଳ ଆଇପିଏଲ ଇତିହାସରେ ମୋଟ ୫ ଥର ମୁହାଁମୁହିଁ ହୋଇଛନ୍ତି । ଏଥିମଧ୍ୟରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୪ଟି ମ୍ୟାଚ୍‌ରେ ବିଜୟଲାଭ କରିଥିବା ବେଳେ ସନ୍‌ ରାଇଜର୍ସ ହାଇଦ୍ରାବାଦ ଗୋଟିଏ ମ୍ୟାଚ୍‌ରେ ବିଜୟଲାଭ କରିଛି । ଏପରିସ୍ଥିତିରେ ଆଜିର ମ୍ୟାଚ୍‌ରେ ମଧ୍ୟ ଲକ୍ଷ୍ନୌ, ହାଇଦ୍ରାବାଦ ବିପକ୍ଷରେ ବିଜୟଧାରା ଜାରି ରଖିବାକୁ ଚେଷ୍ଟା କରିବ ।

ସେପଟେ ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ପ୍ଲେ ଅଫ୍‌ରେ ପହଞ୍ଚି ସାରିଛି । ଏବେ ଆଉ କେବଳ ଗୋଟିଏ ଦଳ ପ୍ଲେ ଅଫରେ ପହଞ୍ଚିପାରିବ । ଏଥିପାଇଁ ୩ଟି ଦଳ ମଧ୍ୟରେ ଲଢ଼େଇ ହେବ । ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସର ପ୍ଲେ ଅଫ୍‌ ଯିବାର ଆଶା ଏବେ ବି ଉଜ୍ଜୀବିତ ରହିଛି ।