Advertisment

Sachin Tendulkar: ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାର ପ୍ରଦାନ କରିଛି ବିସିସିଆଇ। ଶନିବାର ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସଚିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

sachin

sachin

Advertisment

ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାର ପ୍ରଦାନ କରିଛି ବିସିସିଆଇ। ଶନିବାର ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସଚିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ସଚିନ ୩୧ ତମ ଖେଳାଳି ଭାବେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି। ଏହା ବ୍ୟତୀତ ଯଶପ୍ରୀତ ବୁମରାଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରୁଷ କ୍ରିକେଟର ଭାବେ ପଲି ଉମ୍ରଗିର ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର ହାସଲ କରିଥିଲେ ସ୍ମୃତି ମନ୍ଧାନା।

Advertisment

ଭାରତର ସର୍ବ ପ୍ରଥମ ଟେଷ୍ଟ ଅଧିନାୟକ ରହିଥିବା କର୍ନେଲ ସି.କେ. ନାୟୁଡୁଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୧୯୯୪ରୁ ପ୍ରତିବର୍ଷ ବିସିସିଆଇ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ୧୯୮୯ ମସିହାରେ ୧୬ ବର୍ଷ ବୟସରେ ଭାରତ ପକ୍ଷରୁ ପଦାର୍ପଣ କରିଥିବା ସଚିନ ଦୀର୍ଘ ୨୪ ବର୍ଷ କ୍ରିକେଟ ଖେଳିଛନ୍ତି। ସେ ୨୦୦ ଟେଷ୍ଟ ଓ ୪୬୩ ଦିନିକିଆରେ ଭାରତର ପ୍ରତିନିଧିତ୍ବ କରିଛନ୍ତି।

ଅଧିକ ପଢ଼ନ୍ତୁ: ଫୁଟବଲ ଇତିହାସର ମହଙ୍ଗା ଡିଲ, ୭ ମ୍ୟାଚ ପାଇଁ ୮୦୦ କୋଟି ଚାର୍ଜ କଲେ ସୁପରଷ୍ଟାର

Advertisment

ଭାରତ ତଥା ବିଶ୍ବର ସଫଳତମ କ୍ରୀଡାବିତ ରହିଥିବା ତେନ୍ଦୁଲକର ଟେଷ୍ଟରେ ୧୫୯୨୧ ଓ ଦିନିକିଆରେ ୧୮୪୨୬ ରନ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ କ୍ୟାରିୟରର ଏକମାତ୍ର ଟି୨୦ ମ୍ୟାଚ ଖେଳିଥିଲେ। ସଚିନ ଟେଷ୍ଟରେ ୫୧ ଓ ଦିନିକିଆରେ ୪୯ ଶତକ ହାସଲ କରିଛନ୍ତି।

ଯଶପ୍ରୀତ ବୁମରାଙ୍କୁ ଶ୍ରେଷ୍ଠ କ୍ରିକେଟର ଭାବେ ପୁରସ୍କୃତ କରାଯାଇଥିଲା। ସେ ଟି୨୦ ବିଶ୍ବକପରେ ୪.୧୭ର ଇକୋନୋମୀ ସହିତ ୧୫ ୱିକେଟ ଅକ୍ତିଆର କରିଥିଲେ। ଏହା ବ୍ୟତୀତ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ବିଜୟରେ ତାଙ୍କର ଭୂମିକା ରହିଥିଲା।

Advertisment

ସ୍ମୃତି ମନ୍ଧାନାଙ୍କୁ ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ପୁରସ୍କୃତ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ୧୪୯ ରନ କରିଥିବା ବେଳେ ଦିନିକିଆରେ ୧୧୭, ୧୩୬ ଓ ୯୦ ରନ ସ୍କୋର କରିଥିଲେ। ଅନ୍ୟ ପକ୍ଷରେ ନିକଟରେ ଅବସର ଗ୍ରହଣ କରିଥିବା ସ୍ପିନର ଆର ଅଶ୍ବିନଙ୍କ ମଧ୍ୟ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରୁଷ ବିଭାଗରେ ସର୍ଫରାଜ ଖାନଙ୍କୁ ଶ୍ରେଷ୍ଠ ପଦାର୍ପଣ ଓ ମହିଳା ବର୍ଗରେ ଲେଗ ସ୍ପିନର ଆଶା ଶୋଭନାଙ୍କୁ ଶ୍ରେଷ୍ଠ ଡେବ୍ୟୁଟାଣ୍ଟ ପୁରସ୍କାର ମିଳିଥିଲା।

ଅଧିକ ପଢ଼ନ୍ତୁ: ଅରୁଣ ଜେଟଲୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଡିମାଣ୍ଡ; ନାରା ଲଗାଇ କହିଲେ, ବିରାଟ କୋହଲିଙ୍କୁ ଦିଅ ବୋଲିଂ

Sachin Tendulkar BCCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ