India Vs England In Barabati: ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା,ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର

ନେଟ୍ ପ୍ରାକ୍ଟିସ୍ ବେଳେ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ନାହିଁନଥିବା କ୍ରେଜ୍ ଏବଂ ଅସମ୍ଭବ ଭିଡ଼ । ଆଉ ସେମାନଙ୍କ ଚିୟର ଅପ୍ କରିବାକୁ ଷ୍ଟାଡ଼ିୟମରେ ଖଚାଖଚ୍ ଭିଡ଼ । କାଲିର ମ୍ୟାଚ୍ ପୂର୍ବରୁ ମ୍ୟାଚ୍‌ର ଭ୍ରମ ସୃଷ୍ଟି କରିଛି ଆଜିର ଖଚାଖଚ୍ ଭରା ଷ୍ଟାଡ଼ିୟମ ।

କାଲି ବାରବାଟୀ ଫାଇଟ୍ ।

ଆସନ୍ତାକାଲି ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା । ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର । କାଲିର ଲଢ଼େଇ ପୂର୍ବରୁ ଆଜି ଷ୍ଟାଡ଼ିୟମରେ ରୋହିତ ବାହିନୀ ଜୋରଦାର ନେଟ୍ ପ୍ରାକ୍ଟିସ୍ କରିଥିବାବେଳେ ଭୁବନେଶ୍ବରରେ ଗଲ୍ଫ ପଡ଼ିଆରେ ଅଭ୍ୟାସ କରିଛି ଟିମ୍ ଇଂଲଣ୍ଡ । ହଜାର ହଜାର ଫ୍ୟାନ୍ ବାରବାଟୀ ଷ୍ଟାଡିୟମରେ ଉପସ୍ଥିତ ରହି ଟିମ୍ ଇଣ୍ଡିଆକୁ ଚିୟର ଅପ୍ କରିଛନ୍ତି । ଖୁସି ଖବର ହେଲା ବିରାଟ ଏବେ ପୁରା ଫିଟ୍ ଅଛନ୍ତି । କାଲିର ମ୍ୟାଚ୍ ସେ ଖେଳିବେ ବୋଲି ସ୍ପଷ୍ଟ ହୋଇଛି । ବାରବାଟୀରେ ହେବ କଡ଼ା ଟକ୍କର । ଫ୍ୟାନଙ୍କୁ ଚଢ଼ିଲାଣି କ୍ରିକେଟ୍ ଫିଭର ।  

ନେଟ୍ ପ୍ରାକ୍ଟିସ୍ ବେଳେ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ନାହିଁନଥିବା କ୍ରେଜ୍ ଏବଂ ଅସମ୍ଭବ ଭିଡ଼ । ଆଉ ସେମାନଙ୍କ ଚିୟର ଅପ୍ କରିବାକୁ ଷ୍ଟାଡ଼ିୟମରେ ଖଚାଖଚ୍ ଭିଡ଼ । କାଲିର ମ୍ୟାଚ୍ ପୂର୍ବରୁ ମ୍ୟାଚ୍‌ର ଭ୍ରମ ସୃଷ୍ଟି କରିଛି ଆଜିର ଖଚାଖଚ୍ ଭରା ଷ୍ଟାଡ଼ିୟମ । ଏହାରି ଭିତରେ ଅପରାହ୍ନରେ ଷ୍ଟାଡ଼ିୟମରେ ଝାଳ ବୁହାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ଆଣ୍ଡ କୋ । ଅପରାହ୍ନ ପ୍ରାୟ ୫ଟାରୁ ନେଟ୍ ପ୍ରାକ୍ଟିସକୁ ଜୋରଦାର କରିଛନ୍ତି ମ୍ୟାନ୍ ଇନ୍ ବ୍ଲୁ ।

ସେପଟେ ଆଜି ଭ୍ରମଣକାରୀ ଦଳ ଇଂଲଣ୍ଡ ନେଟ୍ ପ୍ରାକ୍ଟିସ୍ କରିନଥିଲେ ବି ଭୁବନେଶ୍ବର ଗଲ୍ଫ କ୍ଲବ ପଡ଼ିଆରେ ଗଲ୍ଫ ଅଭ୍ୟାସ କରିଛନ୍ତି । ୩ ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜରେ ନାଗପୁରର ପ୍ରଥମ ମ୍ୟାଚରେ ବାଜି ମାରିଥିବା ଟିମ୍ ଇଣ୍ଡିଆ ସିରିଜ୍ କବଜା ଲକ୍ଷ୍ୟରେ ରହିଛି । ଇଂଲଣ୍ଡ ପାଇଁ ବି କର ବା ମର ଅବସ୍ଥା । ୱାର୍ମ ଅପ୍ ପରେ ପରେ ବ୍ୟାଟିଂ, ବୋଲିଂ ସହ ଫିଲଡିଂ ଅଭ୍ୟାସକୁ ଜୋରଦାର କରିଛି ଟିମ୍ ଇଣ୍ଡିଆ । ସେପଟେ ନାଗପୁର ମ୍ୟାଚରେ ଖେଳି ନଥିବା ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁରା ଫିଟ୍ ରହିଛନ୍ତି । ସେ ବାରବାଟୀରେ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି ବ୍ୟାଟିଂ କୋଚ୍ ।

ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ହେଉଥିବା ଦିନିକିଆ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବଢ଼ିଛି ଉତ୍କଣ୍ଠା । ନିଜର ଦେଶର ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ କିଏ ସୁଦୂର ଇଂଲଣ୍ଡରୁ ଆସିଛନ୍ତି ତ ଆଉ କିଏ ରାଜ୍ୟର ଉପାନ୍ତ ଅଞ୍ଚଳରୁ ଆସିଛନ୍ତି । ସମସ୍ତଙ୍କ ଆଶା, ଆସନ୍ତାକାଲି ମ୍ୟାଚ ଦମଦାର ହେବ, ଟିମ୍ ଇଣ୍ଡିଆର ନିଶ୍ଚୟ ବାଜି ମାରିବ ।

ଅଧିକ ପଢ଼ନ୍ତୁ : ଆନ୍ତର୍ଜାତିକ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ଚାମ୍ପିଅନ୍ସ ଟ୍ରଫି

ଆସନ୍ତାକାଲି ଦିନ ୧୧ଟାରେ ଖୋଲିବ ଷ୍ଟାଡ଼ିୟମ ଗେଟ୍ । ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ । ସାଙ୍ଗରେ କେବଳ ମୋବାଇଲ୍ ସହ ଟିକଟ, ଚଷମା ନେଇପାରିବେ । ମ୍ୟାଚ୍ ବେଳେ ଷ୍ଟାଡ଼ିୟମରେ ଉପସ୍ଥିତ ରହିବେ ୫୦ ପ୍ଲାଟୁନ୍ ଫୋର୍ସ ।

ଆସନ୍ତାକାଲି ସକାଳ ୮ଟାରୁ ଖେଳ ସରିବା ଯାଏଁ ଏବଂ ଭିଡ଼ ଭାଙ୍ଗିବା ଯାଏଁ ରହିବ ଟ୍ରାଫିକ୍ କଟକଣା । ତଳ ବାଲିଯାତ୍ରା ପଡ଼ିଆ, ଆନନ୍ଦ ଭବନ ପଡ଼ିଆ, ଦୟାଶ୍ରମ ସାମ୍ନା ପଡ଼ିଆ, ପାସଧାରୀଙ୍କ ପାଇଁ ବାରବାଟୀ ଷ୍ଟାଡ଼ିୟମର ୧ ଏବଂ ୧୪ ନମ୍ବର ଗେଟ୍ ନିକଟ ପଡ଼ିଆ, ବାମ୍ବୋ ଡିପୋ ପଡ଼ିଆରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । କାଲିର ଲଢ଼େଇ ପୂର୍ବରୁ ଟିମ୍ ଇଣ୍ଡିଆ ଖେଳାଳି ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ୍ ଆଜି ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ।

ଅଧିକ ପଢ଼ନ୍ତୁ : କାଲି ବାରବାଟୀ ମ୍ୟାଚ: ଲଢ଼େଇ ପୂର୍ବରୁ ଜଗା ଦର୍ଶନ କଲେ ଭାରତୀୟ ଖେଳାଳି