/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749902228.jpg)
ଦକ୍ଷିଣ ଆଫ୍ରିକା ବିଶ୍ୱ ଚାମ୍ପିୟନ୍
ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା । ପ୍ରାୟ ଅଢ଼େଇ ଦଶନ୍ଧି ପରେ ଆଇସିସି ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା । ଲର୍ଡସରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ପରାସ୍ତ କରି ବିଶ୍ୱ ବିଜୟୀ ହୋଇଛି ସାଉଥ୍ ଆଫ୍ରିକା । ଏହି ବିଜୟ ସହ ୧୯୯୮ ମସିହା ପରେ ଦ୍ୱିତୀୟ ଥର ଦକ୍ଷିଣ ଆଫ୍ରିକା ଆଇସିସି ଟ୍ରଫି ନିଜ ନାମରେ କରିଛି । ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ୧୯୯୮ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ।
𝐂𝐇𝐀𝐌𝐏𝐈𝐎𝐍𝐒 🏆🇿🇦
South Africa take home the 𝐌𝐚𝐜𝐞 👏#WTC25#SAvAUSpic.twitter.com/Yy4C4AQEO7
— ICC (@ICC) June 14, 2025
ଲର୍ଡସରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବୋଲିଂ କରି ଅଷ୍ଟ୍ରେଲିଆକୁ ବ୍ୟାକ୍ଫୁଟ୍କୁ ପଠାଇ ଦେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ୬ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ମଧ୍ୟ ଛୁଇଁପାରିନଥିଲେ । ଶେଷରେ ମାତ୍ର ୨୧୨ ରନ୍ରେ ହିଁ ଅଲଆଉଟ୍ ହୋଇଥିଲା ଅଷ୍ଟ୍ରେଲିଆ । ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରଥମ ଇନିଂସରେ ରାବାଡା ୫ଟି ୱିକେଟ୍ ନେଇଥିଲେ ।
ତେବେ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଇନିଂସରେ ବ୍ୟାଟ୍ରେ କିଛି ଖାସ୍ କରିପାରିନଥିଲା । ଅଷ୍ଟ୍ରେଲିଆ ଦ୍ରୁତ୍ ବୋଲିଂ ଆଗରେ କୌଣସି ବି ସାଉଥ୍ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ତିଷ୍ଠି ପାରିନଥିଲେ । ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୩୮ ରନ୍ କରି ଅଲଆଉଟ୍ ହୋଇଥିଲା । ଯାହାଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭୪ ରନ୍ରେ ଆଗୁଆ ରହିଥିଲା ।
ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୦୭ ରନ୍ କରି ଅଲଆଉଟ୍ ହୋଇଥିଲା । ତେବେ WTC ଟାଇଟଲ ହାତେଇବାକୁ ଦକ୍ଷିଣ ଆଫ୍ରିକା ସାମ୍ନାରେ ରହିଥିଲା ୨୮୨ ରନ୍ର ବଡ଼ ଲକ୍ଷ୍ୟ । କିନ୍ତୁ ମାକ୍ରମଙ୍କ ପରାକ୍ରମୀ ପାଳି ବଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ୫ ୱିକେଟ୍ରେ ନିଜ ନାମରେ କରିଥିଲା । ଦ୍ୱିତୀୟ ପାଳିରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାକ୍ରମ ୧୩୬ ରନ୍ କରିଥିବା ବେଳେ ତେମ୍ବା ବାଭୁମା ୬୬ ରନ୍ କରିଥିଲେ । ସେପଟେ ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୨୭ ବର୍ଷ ପରେ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)