ଜୁନ୍ ୨୦ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଭାରତ । ଏଥିପାଇଁ ଇଂଲଣ୍ଡରେ ଜୋରସୋର ପ୍ରସ୍ତୁତି ଜାରି ରଖିଛି ଟିମ୍ ଇଣ୍ଡିଆ । ତେବେ ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଭାରତ ଫେରିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ଭାଙ୍ଗିଲା ୟୁନିଭର୍ସ ବସଙ୍କ ୮ ବର୍ଷର ରେକର୍ଡ, ପୂର୍ବତନ ଆରସିବି ଖେଳାଳି କଲେ ଏତିକି ରନ୍
ମିଳିଥିବା ସୂଚନା ଅନୁସାରେ, ଗମ୍ଭୀରଙ୍କ ମାଆଙ୍କ ନାମ ସୀମା ଗମ୍ଭୀର । ସେ ନିକଟରେ ହୃଦଘାତ ଶିକାର ହୋଇଥିଲା । ତେବେ ସେ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି, କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ଯେ ସେ ବିପଦମୁକ୍ତ ରହିଛନ୍ତି । କିନ୍ତୁ ମା’ଙ୍କ ହୃଦଘାତ ହୋଇଥିବା ଖବର ଶୁଣିବା ପରେ ଗମ୍ଭୀର ତୁରନ୍ତ ଲଣ୍ଡନ ଛାଡ଼ି ଭାରତ ଫେରିଛନ୍ତି ।
ଗୌତମ ଗମ୍ଭୀର ଜୁନ୍ ୭ ତାରିଖରେ ଦଳ ସହିତ ଲଣ୍ଡନ ପହଞ୍ଚିଥିଲେ । ଦଳ ବର୍ତ୍ତମାନ ବେକେନହାମରେ ଅଭ୍ୟାସ କରୁଛି । ଆଜିଠାରୁ ସେଠାରେ ଏକ ଆନ୍ତଃ-ସ୍କ୍ୱାଡ୍ ଅଭ୍ୟାସ ମ୍ୟାଚ୍ ଖେଳାଯିବାକୁ ଅଛି, କିନ୍ତୁ ଏହା ପୂର୍ବରୁ ସେ ଲଣ୍ଡନ ଛାଡ଼ି ଭାରତ ଫେରିଛନ୍ତି । କୁହାଯାଉଛି କି ଜୁନ୍ ୨୦ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପୂର୍ବରୁ ସେ ଟିମ୍ ଇଣ୍ଡିଆ ସହ ଯୋଗ ଦେବେ ।
ସୂଚନା ଅନୁସାରେ ଯେ ଭାରତୀୟ କ୍ରିକେଟ୍ ଦଳ ୧୮ ବର୍ଷ ଧରି ଇଂଲଣ୍ଡରେ କୌଣସି ଟେଷ୍ଟ ସିରିଜ୍ ଜିତି ନାହିଁ । ଏହି ସମୟ ମଧ୍ୟରେ, ଏମଏସ ଧୋନି ଏବଂ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଦଳ ଇଂଲଣ୍ଡରେ ୪ ଟେଷ୍ଟ ସିରିଜ୍ ଖେଳିଥିଲା । ଯାହା ମଧ୍ୟରୁ ୩ଟିରେ ପରାଜୟ ବରଣ କରିଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର’ରେ ଶେଷ ହୋଇଥିଲା ।