/odishatv-khabar/media/post_attachments/uploadimage/library/16_9/16_9_0/flood_1756094595.jpg)
flood
ଲଗାଣ ବର୍ଷା ଫଳରେ ସୁବର୍ଣ୍ଣରେଖାରେ ଷଷ୍ଠ ଥର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଂଚଳ ପ୍ରଭାବିତ। ବିଭିନ୍ନ ଗାଁ ପାଣି ଘେରରେ ରହିଥିବାବେଳେ ନଦୀ କୂଳିଆ ଗାଁ ଗୁଡ଼ିକରେ ୪ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଛି । ଧାନ ଓ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
ଏପଟେ ବୈତରଣୀ ଜଳସ୍ତର ବି ବିପଦ ସଂକେତ ଉପରେ। ଯାଜପୁର ଜିଲ୍ଲାର ଦଶରଥପୁର ଓ କୋରେଇ ବ୍ଲକରେ ଦେଖାଦେଇଛି ବନ୍ୟା ସ୍ଥିତି। ସ୍ଥିତିକୁ ଦେଖି ଭଦ୍ରକ ଜିଲ୍ଲାରେ ଅଗ୍ନିଶମ ବାହିନୀର ଏକ ୯ ଜଣିଆ ଟିମ୍ ମୁତୟନ ହୋଇଥିବାବେଳେ ବାଲେଶ୍ବର ଜିଲ୍ଲାରେ ଗୋଟିଏ ୧୪ ଜଣିଆ ଟିମ୍ ନିୟୋଜିତ ହୋଇଛନ୍ତି । ଭୋଗରାଇ ଏବଂ ବାଲିଆପାଳରୁ ଆଉ ଦୁଇଟି ଟିମକୁ ମୁତୟନ କରାଯାଇଥିବା ସୂଚନା ମିଳିଛି ।
ସେପଟେ ଯାଜପୁର କାଣୀ ନଈରେ ଘାଇ । ବୈତରଣୀ ଶାଖା କାଣୀ ନଈରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଦଶରଥପୁର ଦରଗା ନିକଟରେ ଘାଇ ହୋଇଛି। ଫଳରେ ଗାଁରେ ପଶିଛି ବନ୍ୟାପାଣି। ଭୁସ୍ ଭୁସ୍ ହୋଇ ଗାଁରେ ବନ୍ୟାପାଣି ପଶୁଥିବା ଦେଖିବାକୁ ମିଳିଛି। ଘରେ ଘରେ ମଧ୍ୟ ପାଣି ପଶିଯାଇଛି । ଦଶରଥପୁର ବ୍ଲକର ୪ଟି ପଞ୍ଚାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)